Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ବାପା-ମା’ଙ୍କ ବିରୋଧରେ ମାମଲା ରୁଜୁ କଲେ ଅଭିନେତା ଥଲାପତି ବିଜୟ, ଜାଣନ୍ତୁ ଏହାର କାରଣ…

20/09/2021 at 9:13 AM

ମୁମ୍ବାଇ ୨୦/୦୯: ‘ମାଷ୍ଟର’ ଅଭିନେତା ଥଲାପତି ବିଜୟ ତାଙ୍କ ଫିଲ୍ମ ଏବଂ ଷ୍ଟାଇଲ୍‌କୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। କିନ୍ତୁ ଏଥର ସେ ଏକ ଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ଅଛନ୍ତି। ଅଭିନେତା ମାଡ୍ରାସ ହାଇକୋର୍ଟରେ ନିଜ ବାପା-ମା’ଙ୍କ ବିରୋଧରେ ଅଭିଯୋଗ କରିଥିବା ଜଣାପଡିଛି।

ସୂଚନାନୁସାରେ, ବିଜୟ ତାଙ୍କ ବାପା-ମା’ଙ୍କ ସହ ମୋଟ ୧୧ ଜଣଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ବିଜୟଙ୍କ ବାପା ତଥା ନିର୍ଦ୍ଦେଶକ ଏସ.କେ ଚନ୍ଦ୍ରଶେଖର କିଛି ସମୟ ପୂର୍ବରୁ ଏକ ରାଜନୈତିକ ଦଳ ଆରମ୍ଭ କରିଥିଲେ, ଯାହାର ନାମ ଥିଲା ‘ଅଲ ଇଣ୍ଡିଆ ଥଲାପତି ବିଜୟ ମକ୍କଲ ଇୟକ୍କମ୍’। କୁହାଯାଉଛି ଯେ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ ହୋଇଥିବା ଦଲିଲରେ ବିଜୟଙ୍କ ବାପା ଏହି ନିର୍ବାଚନୀ ଦଳର ସାଧାରଣ ସମ୍ପାଦକ ଭାବରେ ନାମିତ ହୋଇଥିବାବେଳେ ତାଙ୍କ ମାତା ଶୋଭା ଚନ୍ଦ୍ରଶେଖର ଏହାର କୋଷାଧ୍ୟକ୍ଷ ଅଟନ୍ତି।

କିଛି ସମୟ ପୂର୍ବରୁ ବିଜୟ ଏକ ବିବୃତ୍ତିରେ କହିଥିଲେ ଯେ ତାଙ୍କର ଏହି ନିର୍ବାଚନ ଦଳ ସହ କୌଣସି ସମ୍ପର୍କ ନାହିଁ। ବିଜୟ ତାଙ୍କ ବିବୃତ୍ତିରେ କେବଳ ତାଙ୍କ ନାମ ପାଇଁ ଏହି ପାର୍ଟୀରେ ଯୋଗ ନଦେବାକୁ ପ୍ରଶଂସକଙ୍କୁ ନିବେଦନ କରିଥିଲେ। ବିଜୟ ଆହୁରି କହିଥିଲେ ଯେ ଯଦି କେହି ତାଙ୍କ ନାମ, ତାଙ୍କ ଇମେଜ୍ କିମ୍ବା ତାଙ୍କ ଫ୍ୟାନ୍ କ୍ଲବ ବ୍ୟବହାର କରନ୍ତି, ତେବେ ସେ ତାଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ନେବେ। ଏହା ପରେ ଏବେ କୁହାଯାଉଛି ଯେ ବିଜୟ ତାଙ୍କ ବାପା-ମା’ଙ୍କ ସମେତ ୧୧ ଜଣଙ୍କ ବିରୋଧରେ ମାଡ୍ରାସ ହାଇକୋର୍ଟରେ ଅଭିଯୋଗ କରିଛନ୍ତି।

ଥଲାପତି ବିଜୟ ଦକ୍ଷିଣ ଭାରତୀୟ ସିନେମାର ଏକ ବଡ ନାମ। ବିଜୟ ଅନେକ ବଡ କମ୍ପାନୀ ପାଇଁ ବିଜ୍ଞାପନ କରନ୍ତି। ଆକଳନ କରାଯାଇଛି ଯେ ପ୍ରତିବର୍ଷ ସେ ବିଜ୍ଞାପନରୁ ୧୦ କୋଟି ରୋଜଗାର କରନ୍ତି। ବିଜୟ କୋକାକୋଲା, ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଟିମ୍ ଚେନ୍ନାଇ ସୁପର କିଙ୍ଗ୍ସ ସହିତ ଅନ୍ୟ ବ୍ରାଣ୍ଡ ପାଇଁ ପ୍ରଚାର କରନ୍ତି । ଏକ ରିପୋର୍ଟ ଅନୁଯାୟୀ, ୨୦୧୯ ରୁ ବିଜୟଙ୍କ ବାର୍ଷିକ ଆୟ ପ୍ରାୟ ୧୦୦-୧୨୦ କୋଟି ଅଟେ। ରିପୋର୍ଟ ଅନୁଯାୟୀ, ବିଜୟଙ୍କ ମୋଟ ସମ୍ପତ୍ତି ମୂଲ୍ୟ ୫୬ ମିଲିୟନ୍ ଡଲାର ଅର୍ଥାତ୍ ପ୍ରାୟ ୪୧୦ କୋଟି ଟଙ୍କା।

   Related Posts