ହଠାତ ସମୁଦ୍ର ମଧ୍ୟରେ ଫାଟିଲା ଭୟଙ୍କର ଜଳସ୍ତମ୍ଭ : ୫୦ ଘର କ୍ଷତିଗ୍ରସ୍ତ

Published By : Prameya-News7 Bureau | April 04, 2019 IST

ମାଲେସିଆ ୪/୪ : ମାଲେସିୟା ସମୁଦ୍ର ତଟରେ ଥିବା ଏକ ରିସୋର୍ଟରେ ଏକ ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି | ଅଚାନକ ସମୁଦ୍ରରେ ପାଣିର ଏକ ବଡ ଜଳସ୍ତମ୍ଭ ବାହାରିବାକୁ ଲାଗିଥିଲା | ଏହାର ପ୍ରଭାବରେ ଆଖପାଖ ଅଂଚଳର ଅନେକ ଘର କ୍ଷତିଗ୍ରସ୍ତ ହୋଇଛି |

{"id":100161}


ସୋସିଆଲ ମିଡ଼ିଆରେ ଏହାର ଭିଡିଓ ଭାଇରାଲ ହୋଇଛି | ସୋସିଆଲ ମିଡ଼ିଆରେ ଅନେକ ଲୋକ ଏହାର ଫଟୋ ସେୟାର କରୁଛନ୍ତି | ସମୁଦ୍ର ମଧ୍ୟରେ ଏହି ଜଳସ୍ତମ୍ଭ ବହୁତ ଉଚ୍ଚ ଉପରକୁ ଉଠିଥିଲା ଏବଂ ଫାଟିଯାଇଥିଲା |

{"id":100166}

ଏହାର ଶବ୍ଦରେ ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଥିଲେ | ଏହି ଜଳସ୍ତମ୍ଭ ବଡ ବଡ ବିଲଡିଂରୁ ମଧ୍ୟ ଉଚ୍ଚ ଥିଲା |

{"id":100162}


ରିପୋର୍ଟ ଅନୁଯାୟୀ, ପେନାଙ୍ଗ ଦ୍ବୀପର ତେଜଙ୍ଗ ତୋକୋଙ୍ଗ ସହରରେ ଏହି ଜଳସ୍ତମ୍ଭ ଫାଟିବା ଯୋଗୁଁ ପାଖାପାଖି ୫୦ ଘର କ୍ଷତିଗ୍ରସ୍ତ ହୋଇଛି | ଘଟଣା ସୋମବାର ଦିନ ଘଟିଥିଲା | ଆଖପାଖ ଅଂଚଳରେ ପାଖାପାଖି ୨ ଲକ୍ଷ ଲୋକ ବସବାସ କରୁଥିଲେ | ସମୁଦ୍ରରେ ଜଳସ୍ତମ୍ଭ ଫାଟିବା ଯୋଗୁଁ ସ୍ଥାନୀୟ ଲୋକେ ଚିନ୍ତିତ ହୋଇପଡିଥିଲେ |

{"id":100163}


ଏହି ଭୟଙ୍କର ଜଳସ୍ତମ୍ଭ ପାଖାପାଖି ୫ ମିନିଟ ପର୍ଯ୍ୟନ୍ତ ରହିଥିଲା | ଏହା ସହ ପାଣିରେ ବିଜୁଳି କରେଣ୍ଟ ମଧ୍ୟ ଆସିଥିଲା | ଜଳସ୍ତମ୍ଭ ଫାଟିବା ଯୋଗୁଁ ଅନେକ ଲୋକଙ୍କ ଘର ଛାତ ମଧ୍ୟ ଉଡିଯାଇଛି |

wp:html
/wp:html

ଜଣେ ୭୫ ବର୍ଷ ବୟସ୍କ ପ୍ରତେକ୍ଷଦର୍ଶୀ କହିଛନ୍ତି ଯେ, ବିଗତ ୫୦ ବର୍ଷ ମଧ୍ୟରେ ସେ ପ୍ରଥମଥର ପାଇଁ ଏହିଭଳି ଭୟଙ୍କର ଘଟଣା ଦେଖିଥିଲେ |

{"id":100164}
{"id":100165}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.