Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||
  • କୋରାପୁଟ : ମିଳିଲାନି ଜାମିନ୍, ନିଜ ବେକ କାଟିଦେଲେ କଏଦୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||

ପେଙ୍ଗବର କାର୍ଟୁନ ବିବାଦ: ଫ୍ରାନ୍ସ ବିରୋଧରେ ତାତିଲେ ଦୁନିଆର ମୁସଲିମ ଦେଶ, ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ବିରୋଧରେ ଢାକାରେ ବିଶାଳ ରାଲି

28/10/2020 at 5:10 PM

ଢାକା ୨୮।୧୦: ପେଙ୍ଗବର କାର୍ଟୁନ ବିବାଦ ନେଇ ସମଗ୍ର ମୁସଲିମ ଦେଶର ଟାର୍ଗେଟ୍‌ରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ। ପେଙ୍ଗବର ମହମ୍ମଦଙ୍କ ପ୍ରତି ଅପମାନଜନକ କାର୍ଟୁନ ଉପରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସଫେଇକୁ ନେଇ ମଙ୍ଗଳବାର ବାଂଲାଦେଶରେ ଜୋରଦାର ପ୍ରଦର୍ଶନ ହୋଇଛି। ଫ୍ରାନ୍ସ ବିରୋଧୀ ଏହି ପ୍ରଦର୍ଶନ ସମୟରେ ହଜାର ହଜାର ସଂଖ୍ୟାରେ ଲୋକ ଏହି ଶୋଭାଯାତ୍ରାରେ ଯୋଗ ଦେଇଛନ୍ତି।

ଫ୍ରାନ୍ସରେ ଏକ ସ୍କୁଲ ଶିକ୍ଷକଙ୍କ ଦ୍ଵାରା ପେଙ୍ଗବର ମହମ୍ମଦଙ୍କ କାର୍ଟୁନ ଦେଖାଇବା ଏବଂ ଏହା ପରେ ତାଙ୍କ ମୁଣ୍ଡକାଟ କରିବା ଚାଞ୍ଚଲ୍ୟକର ଘଟଣା ପରେ ରାଷ୍ଟ୍ରପତି ମାକ୍ରୋନ ଯେଉଁଭଳି ଭାବେ ଧର୍ମର ପରିହାସ ଉପରେ ସଫେଇ ଦେଲେ ତାକୁ ନେଇ ସମଗ୍ର ଦୁନିଆର ମୁସଲିମଙ୍କ ଟାର୍ଗେଟ୍‌ରେ ଫ୍ରାନ୍ସ।

ସିରିଆବାସୀ ଫ୍ରାନ୍ସର ରାଷ୍ଟ୍ରପତିଙ୍କ ଫଟୋ ଜଳାଇଛନ୍ତି। ସେହି ପରି ଲିବ୍ୟାର ରାଜଧାନୀ ତ୍ରିପୋଲିରେ ଫ୍ରାନ୍ସର ଜାତୀୟ ପତାକା ପୋଡିଥିବା ବେଳେ କୁଏତ ଓ ଅନ୍ୟ ମୁସଲିମ ଦେଶରେ ଫ୍ରାନ୍ସ ସାମଗ୍ରୀର ବହିଷ୍କାର କରୁଛନ୍ତି।

ଢାକାରେ ପ୍ରଦର୍ଶନକାରୀ ମଙ୍ଗଳବାର ବିଶାଳ ଶୋଭାଯାତ୍ରା ବାହାର କରି ମାକ୍ରୋନଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି। ପୁଲିସ କହିଛି ଏହି ପ୍ରଦର୍ଶନ ସମୟରେ ପ୍ରାୟ ୪୦ ହଜାର ଲୋକ ସାମିଲ ହୋଇଥିଲେ। ବିକ୍ଷୋଭକାରୀଙ୍କୁ ରୋକିବା ପାଇଁ ଶତାଧିକ ଯବାନଙ୍କୁ ବ୍ୟାରିକେଡିଂ ସହିତ ନିୟୋଜିତ କରାଯାଇଥିଲା। ପ୍ରଦର୍ଶନକାରୀଙ୍କୁ ଫ୍ରାନ୍ସ ଦୂତାବାସ ପହଞ୍ଚିବା ପୂର୍ବରୁ ବିନା ହିଂସାରେ ଘଉଡାଇ ଦିଆଯାଇଥିଲା।

ଏହି ରାଲି ଇସଲାମୀ ଆନ୍ଦୋଳନ ବାଂଲାଦେଶ(ଆଇଏବି) ଦ୍ଵାରା ଆୟୋଜିତ ହୋଇଥିଲା। ଏହା ଦେଶର  ବଡ ଇସଲାମୀ ପାର୍ଟି ମଧ୍ୟରୁ ଗୋଟିଏ। ଏହି ଶୋଭାଯାତ୍ରା ଢାକାର ଏକ ବଡ ମସଜିଦରୁ ଆରମ୍ଭ ହୋଇଥିଲା। ଉଲ୍ଲେଖନୀୟ ବାଂଲାଦେଶର ପ୍ରାୟ ୯୦ ପ୍ରତିଶତ ଜନସଂଖ୍ୟା ହେଉଛି ମୁସଲିମ।

ପ୍ରଦର୍ଶନକାରୀ ଫ୍ରାନ୍ସର ସାମଗ୍ରୀ ବହିଷ୍କାର କରିବାକୁ ନାରା ଦେଇଥିଲେ। ଇସଲାମୀ ଆନ୍ଦୋଳନର ଜଣେ ବରିଷ୍ଠ ସଦସ୍ୟ ଅତାଉର ରହମମାନ ବୈତୁଲ ମୁକର୍ରମ ରାଷ୍ଟ୍ରୀୟ ମସଜିଦରେ ରାଲିକୁ ସମ୍ବୋଧିତ କରି କହିଛନ୍ତି, ମାକ୍ରୋନ ସେହି କିଛି ନେତାଙ୍କ ମଧ୍ୟରୁ ଜଣେ ଯିଏ ସଇତାନଙ୍କ ପୂଜା କରନ୍ତି।

   Related Posts