ଚୀନ ଓ ପାକିସ୍ତାନ ଦ୍ଵାରା ନିର୍ମାଣ ହେଉଥିବା ବନ୍ଧକୁ ପିଓକେବାସୀଙ୍କ ତୀବ୍ର ବିରୋଧ, ମଶାଲ ରାଲି ବାହାର କରି କଲେ ପ୍ରଦର୍ଶନ

Published By : Prameya-News7 Bureau | September 08, 2020 IST

ନୂଆଦିଲ୍ଲୀ ୦୮।୦୯: ନିଲମ-ଝେଲମ ନଦୀରେ ଚୀନ କମ୍ପାନୀ ଦ୍ଵାରା ନିର୍ମାଣଧୀନ ନଦୀବନ୍ଧକୁ ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)ବାସୀ ଖୋଲାଖୋଲି ବିରୋଧ କରିଛନ୍ତି। ମୁଜଫରବାଦ ସହରରେ ଏକ ମଶାଲ ରାଲି ବାହାର କରାଯାଇ ବଡ ଧରଣର ବିରୋଧ ପ୍ରଦର୍ଶନ କରାଯାଇଛି। କମିଟି ଲୋକଙ୍କୁ ଦରିଆ ‘ବଚାଓ, ମୁଜଫର ବଚାଓ’ ଓ ନୀଲମ ଓ ଝେଲମ ବହିବାକୁ ଦିଆଯାଉ, ଆମକୁ ବଞ୍ଚିବାକୁ ଦିଆଯାଉ ବୋଲି ନାରା ଦେଇଛନ୍ତି। ରାଲିରେ ସହରର ଶତାଧିକ ନିବାସୀ ଓ ପିଓକେର ଅନ୍ୟ ଅଞ୍ଚଳରେ ରହୁଥିବା ଲୋକ ସାମିଲ ହୋଇଛନ୍ତି।

ନିକଟରେ ପାକିସ୍ତାନ ଓ ଚୀନ ଆଜାଦ ପଟ୍ଟନ ଓ କୋହଲାରେ ଜଳବିଦ୍ୟୁତ୍ ଶକ୍ତି ପ୍ରକଳ୍ପକୁ ନେଇ ଚୁକ୍ତି କରିଥିଲେ। ୭୦୦.୭ ମେଗାଓ୍ଵାଟ୍ ବିଜୁଳି ଆଜାଦ ପଟ୍ଟନ ହାଇଡଲ ପାଓ୍ଵାର ପ୍ରକଳ୍ପ ଜୁଲାଇ ୬ରେ  ହୋଇଥିବା ଚୀନ-ପାକିସ୍ତାନ ଅର୍ଥନୈତିକ କରିଡର(ସିପିଇସି)ର ଅଂଶ ବିଶେଷ। ୧.୫୪ ବିଲିୟନର ୟୁଏସଡି ପ୍ରକଳ୍ପ ଚୀନର ଜିୟୋଝାବା ଗ୍ରୁପ କମ୍ପାନୀ ଦ୍ଵାରା କରାଯାଉଛି।

wp:html /wp:html

କୋହଲା ହାଇଡ୍ରୋଇଲେକ୍ଟ୍ରିକ ପାଓ୍ଵାର ପ୍ରୋଜେକ୍ଟ ଝେଲମ ନଦୀରୁ ୭ କିଲୋମିଟର ଏବ ପାକିସ୍ତାନ ରାଜଧାନୀ ଇସାଲାମାବାଦରୁ ୯୦ କିଲୋମିଟର ଦୂରରେ ଅବସ୍ଥିତ। ୨୦୨୬ ପର୍ଯ୍ୟନ୍ତ ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେବ ବୋଲି ଚୀନ ଓ ପାକିସ୍ତାନ ଆଶା ରଖିଛନ୍ତି। ଏହି ପ୍ରକଳ୍ପ ଚାଇନା ଥ୍ରୀ ଗୋରଜେସ କର୍ପୋରେସନ, ଇଣ୍ଟରନ୍ୟାସନାଲ କର୍ପୋରେସନ ଓ ସିଲ୍‌କ ବ୍ୟାଙ୍କ ଫଣ୍ଡ ଦ୍ଵାରା ପ୍ରାୟୋଜିତ।

ମୁଜଫରବାଦ ନିବାସୀ ଏହି ଅଞ୍ଚଳରେ ଚୀନ ଲୋକଙ୍କ ଉପସ୍ଥିତି, ବନ୍ଧ ନିର୍ମାଣ ଓ ନଦୀର ବିବିଧତାକୁ ନେଇ ଚିନ୍ତିତ। ସେମାନଙ୍କୁ ନିଜର ଅସ୍ଥିତ୍ଵକୁ ନେଇ ମଧ୍ୟ ଅସୁରିକ୍ଷ ମଣୁଛନ୍ତି। ଚୀନ-ପାକିସ୍ତାନ ଅର୍ଥନୈତିକ କରିଡର ନାମରେ ଦୁଇ ଦେଶ ପିଓକେ ଓ ଗିଲ୍‌ଗିଟ୍‌ ବାଲିଷ୍ଟାନର ପ୍ରାକୃତିକ ସମ୍ବଳ ଲୁଟି ଚାଲିଛନ୍ତି। ତେଣୁ ପିଓକେରେ ପାକିସ୍ତାନ ବିରୋଧରେ ଅଧିକ ଅସନ୍ତୋଷ ଦେଖିବାକୁ ମିଳିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.