Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||
  • ଆଜି ୧୨ ଘଣ୍ଟିଆ ନୂଆପଡ଼ା ଜିଲ୍ଲା ବନ୍ଦ, ଗାଡ଼ି ଚଳାଚଳ ପ୍ରଭାବିତ
  • ||

ସାଇବେରିଆର ତୁନ୍ଦ୍ରାଞ୍ଚଳରେ ରହିଛି ବିରାଟକାୟ ରହସ୍ୟମୟ ଗର୍ତ, ଜଳବାୟୁ ପରିବର୍ତ୍ତନ ସହ ସମ୍ପର୍କ ଥିବା ଆଶଙ୍କା

5/09/2020 at 6:17 PM

ଋଷ ୫।୯: ସାଇବେରିଆର ତୁନ୍ଦ୍ରାଞ୍ଚଳରେ ପ୍ରାୟ ୧୦୦ ଫୁଟ୍ ଗଭୀରର ବିରାଟକାୟ ଗର୍ତ ଦେଖିବାକୁ ମିଳିଛି। ଏହି ଅଞ୍ଚଳ ଉପର ଦେଇ ଯାଉଥିବା ରଷୀୟ ଟିଭି ସଦସ୍ୟ ଏହାର ସନ୍ଧାନ ପାଇଛନ୍ତି। ଏହି ଗର୍ତର ଗଭୀର ୩୦ ମିଟର ଓ ଚଉଡା ୨୦ ମିଟର।  ଜଳବାୟୁ ପରିବର୍ତ୍ତନ ସହ ଏହି ବିଶାଳ ଗର୍ତର ସମ୍ବନ୍ଧ ଥିବା କୁହାଯାଉଛି।

ତେବେ ଏବେ ସୁଦ୍ଧା ଗବେଷକମାନେ ଏହାର ସଠିକ୍ କାରଣ ଖୋଜି ପାରିନାହାନ୍ତି। ଏହି ରହସ୍ୟମୟ ଗାତକୁ ୨୦୧୩ରୁ ଚିହ୍ନଟ କରାଯାଇଛି। ଇଲାକାର ଏହାକୁ ନବମ ଗର୍ତ ଭାବେ ଚିହ୍ନଟ କରିଥିବା ବୈଜ୍ଞାନିକମାନେ କହିଛନ୍ତି। ସାଇବେରିଆର ୟମଲା ଓ ତୈମିର ପେନିନସୁଲାରେ ଏହା ମିଳିଛି। ରିପୋର୍ଟରେ କୁହାଯାଇଥିଲା ମିଥେନ୍ ଗ୍ୟାସ୍ ବିସ୍ଫୋଟକ ନିର୍ମାଣର ଏହା କାରଣ ଥିଲା। କିନ୍ତୁ ଯଦିଓ ଏହା ବିଷୟରେ କିଛି ସ୍ପ‌ଷ୍ଟ କରାଯାଇ ନାହିଁ।

ସାଇବେରିଆର ତୁନ୍ଦ୍ରାଞ୍ଚଳରେ ୨୦୧୨ ଓ ୨୦୧୬ରେ ଭୀ‌ଷଣ ଗରମ ଅନୁଭୂତ ହୋଇଥିଲା। ଏହି ଇଲାକାରେ ମିଥେନ ଗ୍ୟାସର ଏକ ବିଶାଳ ଭଣ୍ଡାର ବିସ୍ଫୋରଣ ଯୋଗୁ କ୍ରାଟର ତିଆରିରେ ଭୂମିକା ଗ୍ରହଣ କରିଛି।

ୟମଲା ଓ ଗିଡା ପେନିନସୁଲାରେ ଆଉ ୮ଟି କ୍ରାଟର ଚିହ୍ନଟ ହୋଇଛି। ଏବେ କିନ୍ତୁ ବହୁ ସଂଖ୍ୟକ କ୍ରାଟର ଭିନ୍ନ ଭିନ୍ନ ଆକାରର ଚିହ୍ନଟ ହେଉଛି। ଲୋକଙ୍କ ପାଖରେ ଏ ନେଇ ମଧ୍ୟ କିଛି ପ୍ରମାଣ ନାହିଁ। ତେବେ ରୁଷ ସେନା ଦ୍ବାରା କରାଯାଇଥିବା ୟୁଏଫଓ ଲାଣ୍ଡିଂ ଓ ବୋମା ପରୀକ୍ଷଣ ଆଦି ଏହି ସବୁ କ୍ରାଟର ସୃଷ୍ଟି କରିଥିବା ସନ୍ଦେହ କରାଯାଉଛି। ମାତ୍ର ଏଭଳି ଅଧିକାଂଶ ସିଦ୍ଧାନ୍ତକୁ ଅଣଦେଖା କରାଯାଉଛି।

   Related Posts