Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘ଇତିହାସରେ ହୋଇଥିବା ଭୁଲଗୁଡିକୁ ଏବେ ସୁଧାରୁଛି ଭାରତ’, କଂଗ୍ରେସକୁ ଟାର୍ଗେଟ୍ କରି ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ଦିଗପହଣ୍ଡିରେ ବଡ଼ଧରଣର ଲୁଟ୍‌, ବିପୁଳ ପରିମାଣର ସୁନା-ରୂପା ସହ ନଗଦ ୧.୨୦ ଲକ୍ଷ ଟଙ୍କା ଲୁଟ୍‌

20/04/2020 at 12:03 PM

ଦିଗପହଣ୍ଡି ୨୦।୦୪: ଦିଗପହଣ୍ଡି ଥାନା ଅନ୍ତର୍ଗତ ରାଧାନଗର ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଡକାୟତ ଦଳ ଘରେ ପଶି ଲୁଟି ନେଇଛନ୍ତି ସୁନା ଗହଣା, ରୁପା ଓ ନଗଦ ଟଙ୍କା । ସରୋଜ କୁମାର ପାତ୍ରଙ୍କ ଘରେ ପଶି ୧୮ ତୋଳା ସୁନା ଗହଣା, ରୁପା ୩ କିଲୋ ଓ ନଗଦ ୧.୨୦ ଲକ୍ଷ ଟଙ୍କା ଲୁଟ୍‌ କରି ଚମ୍ପଟ୍‌ ମାରିଛନ୍ତି ଦୁର୍ବୃତ୍ତ । ଅଭିଯାଗ ପାଇବା ପରେ ଚିକିଟି ଏସ୍‌ଡିପିଓ ସୁରେନ୍ଦ୍ର ନାଥ ମୁର୍ମୁ, ଦିଗପହଣ୍ଡି ଆଇଆଇସି ବସନ୍ତ କୁମାର ସେଠୀଙ୍କ ନେତୃତ୍ୱରେ ପୋଲିସ ଓ ସନ୍ଧାନୀ କୁକୁର ଘଟଣାସ୍ଥଳରେ ଛାନ୍‌ଭିନ୍‌ ଚଳାଇଛନ୍ତି । ସିସିଟିଭି ଫୁଟେଜ୍‌ ଆଧାରରେ ତଦନ୍ତକୁ ଜୋରଦାର କରିଛି ପୁଲିସ । ଖୁବ୍‌ଶୀଘ୍ର ସମ୍ପୃକ୍ତ ଡକାୟତ ଧରାପଡ଼ିବେ ବୋଲି ଆଇଆଇସି କହିଛନ୍ତି ।

ପୋଲିସ ସୂଚନା ଅନୁସାରେ, ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସରୋଜ ପାତ୍ରଙ୍କ ପରିବାର ରାତିରେ ଘରର ସମସ୍ତ କବାଟ ବନ୍ଦ କରି ଦାଣ୍ଡପିଣ୍ଡାରେ ଶୋଇଥିଲେ । ଡକାୟତ ଦଳ ବାରିପଟ କବାଟ ଭାଙ୍ଗି ଘରେ ପଶିଥିଲେ । ଆଲମାରୀ ଭାଙ୍ଗି ସେଥିରେ ଥିବା ବିଭିନ୍ନ ଲୁଗାପଟା ଫିଙ୍ଗା ଫୋପଡ଼ା କରିଥିଲେ । ଶେଷରେ ଆଲମାରୀରେ ଥିବା ସୁନା ଗହଣା ୧୮ ତୋଳା, ରୁପା ଗହଣା ୩ କିଲୋ ସହ ନଗଦ ୧ ଲକ୍ଷ ୨୦ ହଜାର ଟଙ୍କା ଲୁଟ୍‌ କରି ଚମ୍ପଟ ମାରିଥିଲେ । ରାତି ପାହିବା ପରେ ଘରର ଏଭଳି ଅବସ୍ଥା ଦେଖି ପରିବାର ଲୋକ ହତବାକ୍‌ ହୋଇଥିଲେ । ଘଟଣା ସମ୍ପର୍କରେ ସରୋଜ ପାତ୍ର ଦିଗପହଣ୍ଡି ଥାନାରେ ଅଭିଯାଗ କରିଥିଲେ । ଚୋରି ଘଟଣାରେ ସମ୍ପୃକ୍ତି ସନ୍ଦେହରେ ପୋଲିସ ଜଣଙ୍କୁ ଥାନାରେ ଅଟକ ରଖିଛି । ଅଟକ ବ୍ୟକ୍ତିଙ୍କ ସୂଚନା ଆଧାରରେ ତଦନ୍ତ ପ୍ରକ୍ରିୟା ଚୋରଦାର କରିଛି ।

   Related Posts