ଷ୍ଟ୍ରାଇକ୍ ୟୁନିଟ୍କୁ ସୀମାରେ ନିୟୋଜିତ କଲା ଭାରତୀୟ ସେନା
31/03/2019 at 12:09 PM
ନୂଆଦିଲ୍ଲୀ ୩୧|୩ : ରାଜସ୍ଥାନ, ପଞ୍ଜାବ ଏବଂ ଜାମ୍ମୁ କାଶ୍ମୀର ସୀମାରେ ଭାରତୀୟ ସେନା ତାର ଷ୍ଟ୍ରାଇକ୍ ୟୁନିଟକୁ ମୁତୟନ କରିଥିବା ଜଣାପଡିଛି । ବ୍ୟାପକ ପରିମାଣରେ ଟ୍ୟାଙ୍କ, ତୋପ, ରକେଟ୍ ଲଞ୍ଚର ଏବଂ ମିସାଇଲ୍ ସୀମାକୁ ନିଆଯାଉଥିବା ଦେଖିବାକୁ ମିଳିଛି । କାନପୁର ଏବଂ ଝାନସୀରୁ ଟ୍ୟାଙ୍କ ୟୁନିଟଗୁଡିକୁ ନିଆଯାଇଛି ।

ପୂର୍ବରୁ ହରିୟାଣା ଆମ୍ବାଲା ଏବଂ ୟୁପିର ମଥୁରା ସ୍ଥିତ ନିଜ ଷ୍ଟ୍ରାଇକ୍ ୟୁନିଟକୁ ସୀମାରେ ନିୟୋଜିତ କରାଯାଇଛି । ଖବର ଅନୁଯାୟୀ ପଞ୍ଜାବର ଅବୋହର ଏବଂ ରାଜସ୍ଥାନର ବିକାନିର ଓ ବାରମେରକୁ ଲାଗିଥିବା ସୀମା ନିକଟରେ ଭାରତୀୟ ସେନା ଅତିରିକ୍ତ ସୈନ୍ୟ ଏବଂ ଯୁଦ୍ଧ ସରଞ୍ଜାମ ମୁତୟନ କରିଛି । ଭାରତୀୟ ସେନାର ବରିଷ୍ଠ ଅଧିକାରୀମାନେ ପଶ୍ଚିମ ସୀମାକୁ ବାରମ୍ବାର ଗସ୍ତ କରି ପ୍ରସ୍ତୁତି ନେଇ ସମୀକ୍ଷା କରୁଛନ୍ତି ।