ଋଷରେ ଭୟଙ୍କର ଝଡ : ଉଡ଼ିଗଲା ଛାତ, ଓଲଟି ପଡିଲା ମୋବାଇଲ ଟାୱାର
26/05/2020 at 4:50 PM

ଏକତେରିନବର୍ଗ ୨୬/୦୫ : ଋଷର ଉରଳ ପ୍ରାନ୍ତର ଏକତେରିନବର୍ଗରେ ସୋମବାର ଦିନ ଭୀଷଣ ଝଡ ହୋଇଥିଲା | ଏହି ଭୀଷଣ ଝଡ ପ୍ରଭାବରେ ସହରରେ ଅନେକ କ୍ଷତି ହୋଇଛି | ଝଡରେ ଅନେକ ଘରର ଛାତ ଉଡି ଯାଇଛି, ମୋବାଇଲ ଟାୱାର ଭାଙ୍ଗି ଯାଇଛି | ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଛି | ଏହି ଭୟଙ୍କର ଭିଡିଓର କିଛି ଭିଡିଓ ବର୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି | ଝଡରେ ଗୋଟିଏ ଘରର ଛାତ ଉଡି ଜଣେ ବ୍ୟକ୍ତିଙ୍କ ଉପରେ ପଡିଥିବା ଗୋଟିଏ ଭିଡିଓରେ ଦେଖିବାକୁ ମିଳିଛି |
ଆଉ ଏକ ଘରର ଛାତ ଉପରେ ମୋବାଇଲ ଟାୱାର ପଡ଼ିଯାଇଥିବା ଅନ୍ୟ ଏକ ଭିଡିଓରେ ଦେଖିବାକୁ ମିଳିଛି |ଏକତେରିନବର୍ଗ ଋଷର ଚତୁର୍ଥ ବଡ ସହର | ଏହି ସହରକୁ ଉଦ୍ୟୋଗର କେନ୍ଦ୍ର ବୋଲି ମଧ୍ୟ କୁହାଯାଏ | ଏହି ଭୟଙ୍କର ଝଡରେ ଶହ ଶହ ଗଛ ମଧ୍ୟ ଭାଙ୍ଗି ଯାଇଛି | ଫଳରେ ସହରର ଅନେକ ରାସ୍ତା ଅବରୋଧ ହୋଇଯାଇଛି |
Related Posts
ଫୁସ୍ଫୁସ୍କୁ କରୋନାରୁ ରକ୍ଷା କରୁଛି ଧୂମପାନ !
23 January 2021