ବାଲେଶ୍ବର ନୀଳଗିରି ସୀମାନ୍ତରେ ଝାଡ଼ଖଣ୍ଡ ହାତୀପଲ
18/09/2018 at 10:56 AM

ବାଲେଶ୍ବର ୧୮|୯: ବାଲେଶ୍ବର ଜିଲ୍ଲା ନୀଳଗିରି ମୁହାଁ ହୋଇଛନ୍ତି ଝାଡଖଣ୍ଡୀ ହାତୀ । ମୟୁରଭଞ୍ଜ ବେତନଟୀ ରେଞ୍ଜ ଅଞ୍ଚଳରେ ଥିବା ୩୦ଟି ହାତୀ ନୀଳଗିରି ଅଞ୍ଚଳକୁ ଆସୁଥିବା ଅନୁମାନ କରାଯାଉଛି । କାଆଁଶ ପଦ୍ମତୋଳା ହ୍ରଦରେ ପଶିଛି ଦନ୍ତା ହାତୀ । ତେବେ ଏ ହାତୀଟି ଟି ଝାଡ଼ଖଣ୍ଡ ପାଇଲଟ ଦନ୍ତା ନା କୁଲଡିହା ଦନ୍ତା ସେନେଇ ବନବିଭାଗ ଖୋଳତାଡ଼ ଅରମ୍ଭ କରିଛି। ଯଦି ଏହି ହାତୀଟି ଝାଡ଼ଖଣ୍ଡ ତେବେ ହାତୀ ପଲ ମୟୁରଭଂଜରୁ ନୀଳଗିରି ଅଂଚଳକୁ ପସିବାର ଯଥେଷ୍ଟ ସମ୍ଭାବନା ରହିଛି।