ନିଆଁରେ ଜଳିଗଲା ୩୦ଏକର ଜମିର ଆଖୁ ଫସଲ

Published By : Prameya-News7 Bureau | January 12, 2020 IST

ଢେଙ୍କାନାଳ ୧୨।୦୧: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ବଡଶାଳ ପଞ୍ଚାୟତର ରବିବାର ଦିନ ଏଖକ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ଘଟି ରଙ୍ଗମାଟିଆ ଓ ହାଟୁଆରୀ ଗାଁର ପ୍ରାୟ ୩୦ଏକରରୁ ଅଧିକ ଆଖୁ ଫସଲ ପୋଡି ପାଉଁଶ ହୋଇଯାଇଛି । ଘଟଣାସ୍ଥଲରେ ନିଆଁ ଲିଭା ପାଇଁ ଆସିଥିବା ଅଗ୍ନିଶମ ବାହିନୀର ଗାଡିର ଚକ ଓ ପାଣି ପାଇପ ମଧ୍ୟ ନିଆଁରେ ପୋଡି ପାଉଁଶ ହୋଇଯାଇଛି ।

{"id":210393,"sizeSlug":"large"}

ସୂଚନାଯୋଗ୍ୟ ଯେ, ରବିବାର ଦିନ ରଙ୍ଗମାଟିଆ ଓ ହାଟୁଆରୀ ଗାଁର ଆଖୁ ଚାଷ ଜମିରେ ନିଆଁ ଲାଗିଯାଇଥିଲା । ନିଆଁର ପରିମାଣ ଏତ ଭୟଙ୍କର ଥିଲା ଯେ ଦେଖୁ ଦେଖୁ ଏହା ବ୍ୟାପକ ଅଞ୍ଚଳର ମାଡିଯାଇଥିଲା । ପ୍ରାୟ ୩୦ ଏକରରୁ ଅଧିକ ଜମିରେ ନିଆଁ ଲାଗିଯାଇଛି । ଅଗ୍ନିକାଣ୍ଡରେ ପ୍ରାୟ ୧୦ଲକ୍ଷରୁ ଅଧିକ ଟଙ୍କା କ୍ଷତି ହୋଇଥିବା ଅନୁମାନ କରାଯାଉଛି । ନିଆଁ ଲିଭାଇବାକୁ ଆସିଥିବା ଅଗ୍ନିଶମ ବାହିନୀର ଗାଡି ଚକ ଓ ପାଇପ ମଧ୍ୟ ଜଳି ପାଉଁଶ ହୋଇଯାଇଛି ।

{"id":210394,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.