ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୮ବଖରା ଘର, ଆସବାପତ୍ର ପୋଡି ପାଉଁଶ

Published By : Prameya-News7 Bureau | January 02, 2020 IST

ପଟ୍ଟାମୁଣ୍ଡାଇ ୦୨।୦୧:  କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଗଙ୍ଗାରାମପୁର ପଞ୍ଚାୟତ ଭାଗଦେଇପୁର ଗାଁ  ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ଆଠ ବଖରା ଘର ପୋଡି ପାଉଁଶ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚ ନିଆଁକୁ ଆୟତ୍ତ କରିଛି ।

{"id":205617,"sizeSlug":"large"}

ସୂଚନାଯୋଗ୍ୟ ଯେ, ବୁଧବାର ବିଳମ୍ବିତ ରାତିରେ ଭାଗଦେଇପୁର ଗାଁର ରବୀନ୍ଦ୍ର ଦାସ   ଖାଇ ସାରି ଶୋଇବା ଯାଇଥିଲେ , କିନ୍ତୁ ହଠାତ ତାଙ୍କ ଘରେ ନିଆଁ ଲାଗିଯାଇଥିଲା । ନିଆଁର ପ୍ରକୋପ ଏତେ ଥିଲା ଯେ ରବୀନ୍ଦ୍ରଙ୍କ ପରିବାର କେବଳ ନିଜ ପିନ୍ଧା ଲୁଗା ସହିତ ଜୀବନ ବିକଳରେ ଘରୁ ବାହାରକୁ ଚାଲିଆସିଥିଲେ ।

{"id":205618,"sizeSlug":"large"}

ଅଗ୍ନିକାଣ୍ଡରେ ରବୀନ୍ଦ୍ରଙ୍କ ଘର ସମ୍ପୂର୍ଣ୍ଣ ପୋଡି ପାଉଁଶ ହେବା ସହିତ ଦିଗାମ୍ବର ଦାସ ଓ ସୁବାସ ଦାସଙ୍କ ଘର ସମେତ ସମସ୍ତ ଆସବା ପତ୍ର ମଧ୍ୟ ପୋଡି ପାଉଁଶ ହୋଇଯାଇଛି । ଖବର ପାଇ ଦମକଳ ବାହିନୀ ନିଆଁ କୁ ଆୟତ କରିଛି । ତେବେ ଅଗ୍ନିକାଣ୍ଡରେ ଏହି ତିନି ପରିବାରକୁକୁ ସରକାରୀ ସହାୟତା ପ୍ରଦାନ ପାଇଁ ସାଧାରଣରେ ଦାବି ହୋଇଛି ।

{"id":205619,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.