Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଲେବାନନ୍‌ର ବେରୁଟ୍ ପୋର୍ଟରେ ପୁଣି ଭୀଷଣ ଅଗ୍ନିକାଣ୍ଡ, କଳାଧୂଆଁରେ ପରିପୂର୍ଣ୍ଣ ହେଲା ଆକାଶ

10/09/2020 at 5:04 PM

ନୂଆଦିଲ୍ଳୀ ୧୦/୦୯: ଲେବାନନ୍ ରାଜଧାନୀ ବେରୁଟରେ ଥିବା ପୋର୍ଟରେ ଘଟିଥିବା ଭୀଷଣ ବିସ୍ଫୋରଣକୁ ମାସେ ପୂରିଛି କି ନାହିଁ ପୁଣିଥରେ ଘଟିଛି ଅଗ୍ନିକାଣ୍ଡ । ଭୀଷଣ ଅଗ୍ନିକାଣ୍ଡ ଘଟି ଧୂଆଁ ଚାରିଆଡ଼େ ଖେଳିଯାଇଛି ।  ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇଥିବା ନେଇ ସୂଚନା ମିଳିନାହିଁ।

ଭୀଷଣ ଅଗ୍ନିକାଣ୍ଡ ଘଟିଥିବା ବେଳେ ବିସ୍ଫୋରଣ ହୋଇନାହିଁ । ଲେବାନନ୍‌ର ସେନା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଇଞ୍ଜିନ୍‌ରେ ମହଜୁଦ ତେଲ ଓ ଟାୟାର ଗୋଦାମରେ ଅଗ୍ନିକାଣ୍ଡ ଘଟିଛି । ତେବେ ସୂଚନା ପାଇଁ ଦମକଳବାହିନୀ ସେଠା​‌ରେ ପହଞ୍ଚି ନିଆଁକୁ ଆୟତ୍ତ କରୁଥିବା ଦେଖିବାକୁ ମିଳିଛି ।

ଲେବାନନ୍ ଆକାଶରେ କଳାଧୂଆଁ ବ୍ୟାପିଯିବା ପରେ ଅଗ୍ନିକାଣ୍ଡ ନେଇ ଲୋକେ ଜାଣିବାକୁ ପାଇଥିଲେ । ବେରୁଟ୍‌ ପୋର୍ଟର କର୍ମଚାରୀ ଅଗ୍ନିକାଣ୍ଡର ଭିଡିଓ ସୁଟ୍‌ କରିଛନ୍ତି । ପୁଣି ଏଭଳି ଏକ ଘଟଣା ସମ୍ପର୍କରେ ଜାଣିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ସେପଟେ ହେଲିକପ୍ଟର ସାହାଯ୍ୟରେ ନିଆଁ ଲିଭାଇବା ପାଇଁ ଉଦ୍ୟମ ଚାଲିଥିବା ସେନା ପକ୍ଷରୁ ସୂଚନା ମିଳିଛି ।

   Related Posts