ଦିଲ୍ଲୀର ସଫଦରଗଞ୍ଜ ହସ୍ପିଟାଲରେ ବଡ ଧରଣର ଅଗ୍ନିକାଣ୍ଡ, ସର୍ଟ ସର୍କିଟ୍‌ରୁ ଲାଗିଛି ନିଆଁ

Published By : Prameya-News7 Bureau | January 14, 2021 IST

ନୂଆଦିଲ୍ଲୀ ୧୪।୦୧: ରାଜଧାନୀ ଦିଲ୍ଲୀରେ ଗୁରୁବାର ଅପରାହ୍ନରେ ସଫଦରଗଞ୍ଜ  ହସ୍ପିଟାଲରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି। ସର୍ଟ ସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣା ପଡିଛି। ସୂଚନା ମିଳିବା ମାତ୍ରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରୁଛନ୍ତି।

wp:html /wp:html

ଏ ପର୍ଯ୍ୟନ୍ତ କୌଣସି ମୃତାହତର ସୂଚନା ମିଳିନାହିଁ। ହସ୍ପିଟାଲର ଚତୁର୍ଥ ମହଲାରେ ନର୍ସିଂ ରୁମରେ ନିଆଁ ଲାଗିଛି। ରାଜଧାନୀରେ ସରକାରୀ ହସ୍ପିଟାଲ ମଧ୍ୟରୁ ସଫଦରଗଞ୍ଜ ଏକ ବଡ ହସ୍ପିଟାଲ। ଅଗ୍ନିକାଣ୍ଡ ପରେ ହସ୍ପିଟାଲରେ ଚାଞ୍ଚଲ୍ୟ ଖେଳି ଯାଇଛି। ନିଆଁ ଲାଗିଥିବା ମହଲା ଆଖପାଖରୁ ରୋଗୀଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.