Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବହ୍ମପୁର : ବୋଲେରୋ ଧକ୍କାରେ ଜଣେ ମୃତ
  • ||
  • ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଳଚେରରେ ଅର୍ଥନୈତିକ ଆନ୍ଦୋଳନ, ସମସ୍ତ ଖଣିରୁ କୋଇଲା ଉତ୍ପାଦନ ସହ ପରିବହନ ବନ୍ଦ
  • ||
  • ନୂଆଦିଲ୍ଲୀ : ୩ ବର୍ଷରେ ପୂରା ହେବ ରାମ ମନ୍ଦିର ନିର୍ମାଣ
  • ||
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||

ଔଷଧ କାରଖାନାରେ ଭୀଷଣ ଅଗ୍ନିକାଣ୍ଡ : ଜଳିଗଲେ ୮ଜଣ

12/12/2020 at 3:56 PM

ହାଇଦ୍ରାବାଦ ୧୨/୧୨: ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦ ସ୍ଥିତ ଔଷଧ ଫ୍ୟାକ୍ଟ୍ରିରେ ଶନିବାର ଭୀଷଣ ନିଆଁ ଲାଗିଯାଇଛି। କାରଖାନାର ଅଗ୍ନିକାଣ୍ଡରେ ୮ଜଣ ଲୋକ ପୋଡ଼ି ଯାଇଥିବାର ଆଶଙ୍କା କରାଯାଉଛି। ବିନ୍ଧ୍ୟା ଓର୍ଗାନିକ୍ସର ଏହି ଔଷଧ ୟୁନିଟ୍ ସାଙ୍ଗାରେଡ୍ଡି ଜିଲ୍ଲାର ବୋଲ୍ଲାରମ୍ ଔଦ୍ୟୋଗିକ କ୍ଷେତ୍ରରେ ରହିଛି। ଶନିବାର ଦ୍ବିପ୍ରହରରେ ହଠାତ୍ ଏଠାରେ ନିଆଁ ଲାଗିଯାଇଛି।

ନିଆଁ ଲାଗିବାର ସୂଚନା ମିଳିବା ମାତ୍ରେ ଘଟଣାସ୍ଥଳରେ ଦମକଳଗାଡ଼ି ପହଞ୍ଚି ନିଆଁ ଲିଭାଇବା କାମ ଆରମ୍ଭ କରି ଦେଇଛି। ପୋଲିସ୍ ଅଧିକାରୀଙ୍କ କହିବା ଅନୁସାରେ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କେଉଁ କାରଣରୁ ଏଠାରେ ନିଆଁ ଲାଗିଛି ତାହା ଏପର୍ଯ୍ୟନ୍ତ ଜଣା ଯାଇ ନାହିଁ।

   Related Posts