ସାନିଟାଇଜର ଫ୍ୟାକ୍ଟ୍ରିରେ ଭୀଷଣ ଅଗ୍ନିକାଣ୍ଡ, ସକାଳୁ ନିଆଁ ଲିଭାରେ ଜୁଟିଛନ୍ତି ଦମକଳର ୨୦ ଗାଡି

Published By : Prameya-News7 Bureau | May 23, 2020 IST

ନୂଆଦିଲ୍ଲୀ ୨୩।୦୫: ଦିଲ୍ଲୀ-ଜୟପୁର ହାଇଓ୍ଵେ ସ୍ଥିତ ଖେଡକି ଟୋଲ୍‌ ନିକଟସ୍ଥ ଏକ ସାନିଟାଇଜର ନିର୍ମାଣକାରୀ ଫ୍ୟାକ୍ଟ୍ରିରେ ଶନିବାର ସକାଳେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଫ୍ୟାକ୍ଟ୍ରିରେ ନିଆଁ ଲାଗିଥିବା ସୂଚନା ମିଳିବା ମାତ୍ରେ ଘଟଣାସ୍ଥଳରେ ଦମକଳର ୨୦ ଗାଡି ପହଞ୍ଚି ନିଆଁଲିଭା କାର୍ଯ୍ୟରେ ଜୁଟିଛନ୍ତି। ସ୍ଥିତିକୁ ଦୃଷ୍ଟିରେ ରଖି ଆଖପାଖ ଅଞ୍ଚଳକୁ ଖାଲି କରି ଦିଆଯାଇଛି।

ଦମକଳ ବିଭାଗର କର୍ମଚାରୀ ସକାଳୁ ନିଆଁକୁ ଆୟତ୍ତ କରିବାରେ ଜୁଟିଛନ୍ତି। ପ୍ରାୟ ତିନି ଘଣ୍ଟା ହେବ ନିଆଁ ଜଳୁଛି। ଅଗ୍ନିକାଣ୍ଡର କାରଣ ଏ ଯାଏ ଜଣା ପଡିନି। ଖେଡକି ଟୋଲ୍‌ ନିକଟରେ ଷ୍ଟେଲା ନାମକ ଏକ କମ୍ପାନୀ ରହିଛି। ଏହି କମ୍ପାନୀରେ ପରଫ୍ୟୁମ୍ ଓ ଡିଓ ତିଆରି କାମ ହୁଏ। ମାତ୍ର କରୋନା ସଂକ୍ରମଣ ପରେ ଏବେ ଏହି କମ୍ପାନୀରେ ସାନିଟାଇଜର ତିଆରି ହେଉଛି।

ସୂଚନା ଅନୁଯାୟୀ ଶନିବାର ସକାଳ ପ୍ରାୟ ୯ଟା ୩୦ରେ କମ୍ପାନୀରେ ନିଆଁ ଲାଗିଥିଲା। ନିଆଁ ଲାଗିବା ପରେ କର୍ମଚାରୀ ପ୍ରଥମେ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ଆୟତ୍ତ କରିବାରେ ବିଫଳ ହେବା ପରେ ଦମକଳକୁ ସୂଚନା ଦେଇଥିଲେ। ଏହା ପରେ ଦମକଳ ବିଭାଗର ଗାଡି ଘଟଣାସ୍ଥଳରେ ପହଞ୍ଚିଥିଲା। ସକାଳୁ ନିଆଁକୁ ଆୟତ୍ତ କରିବା  ଜାରି ରହିଥିଲେ ମଧ୍ୟ ଏବେ ସୁଦ୍ଧା ଏହା କାବୁ ହୋଇ ପାରିନାହିଁ। ନିଆଁଲିଭା କାର୍ଯ୍ୟରେ ଦମକଳର ୨୦ ଗାଡି ନିୟୋଜିତ ଅଛନ୍ତି।

ଖେଡକି ଦୌଲା ଥାନା ପୋଲିସର ଏପିପି ଘଟଣାସ୍ଥଳରେ ପହଞ୍ଚି ନିଆଁର ଭୟାବହାକୁ ଦେଖି ସତର୍କତାମୂଳକ କମ୍ପାନୀ ଆଖପାଖରେ ରହୁଥିବା ଲୋକଙ୍କୁ ଖାଲି କରିଛି। କମ୍ପାନୀକୁ ସଂଯୋଗ କରୁଥିବା ସଡକକୁ ବନ୍ଦ କରି ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.