Monday, December 9, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କୋଲକାତା କ୍ୟାନିଙ୍ଗ୍ ଷ୍ଟ୍ରିଟ୍ ବାଗ୍‌ରି ବଜାରରେ ଭୟାଭୟ ଅଗ୍ନିକାଣ୍ଡ

କୋଲକାତା ୧୬|୯: କୋଲକାତା କ୍ୟାନିଙ୍ଗ୍ ଷ୍ଟ୍ରିଟ୍ ଅନ୍ତର୍ଗତ ବାଗ୍ ରି ବଜାରରେ ଭୟାଭୟ ଅଗ୍ନିକାଣ୍ଡ ହୋଇଛି। ଗତକାଲି ରାତି ପ୍ରାୟ ସାଢେ ୨ଟାରେ ନିଆଁ ଲାଗିଥିଲା । ଏପର୍ଯ୍ୟନ୍ତ ନିଆଁକୁ ଆୟତ୍ତ କରାଯାଇପାରୁନାହିଁ । ଘଟଣାସ୍ଥଳରେ ପ୍ରାୟ ୩୦ଟି ଦମକଳ ଗାଡି ପହଞ୍ଚି ନିଆଁ ଲିଭାଇବାରେ ନିୟୋଜିତ ଅଛନ୍ତି । ତେବେ ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ଜଣାପଡିଛି । ଅଗ୍ନିକାଣ୍ଡ ଯୋଗୁଁ ବ୍ୟାପକ ଧନସମ୍ପତ୍ତି ନଷ୍ଟ ହୋଇଥିବା ବେଳେ କ୍ଷୟକ୍ଷତିର ଆକଳନ କରାଯାଇପାରିନାହିଁ। ଅଗ୍ନିକାଣ୍ଡକୁ ଦୃଷ୍ଟିରେ ରଖି କ୍ୟାନିଙ୍ଗ୍ ଷ୍ଟ୍ରିଟ୍ ରେ ଯାନବାହନ ଚଳାଚଳ ଉପରେ ଟ୍ରାଫିକ୍ ପୋଲିସ କଟକଣା ଜାରି କରିଛନ୍ତି।

421 Views

   ସମ୍ବନ୍ଧିତ ଖବର