Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ନଦୀ କୂଳରେ ଜୋରଦାର ବିସ୍ଫୋରଣ : ୭୦ରୁ ଅଧିକ ମୃତ, ୩ହଜାରରୁ ଅଧିକ ଲୋକ ଆହତ

5/08/2020 at 7:45 AM

ବେରୁଟ୍ ୦୫।୦୮ : ଲେବାନନ୍ ରାଜଧାନୀ ବେରୁଟ୍ ସହରରେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣ ମାତ୍ରା ଏତି ଅଧିକ ଥିଲା ଯେ ସ୍ଥାନୀୟ ଅଞ୍ଚଳ ଥରି ଉଠିବା ସହ କୋଠା ଗୁଡିକ ବାଲିଘର ଭଳି ଭୁଶୁଡ଼ି ପଡ଼ିଛି । ଏଥିରେ ଶତାଧିକ ଆହତ ହୋଇଥିବା ଖବର ଆସୁଛି । ତେବେ କେତେ ଜଣଙ୍କର ମୃତ୍ୟୁ ହୋଇଛି ତାହା ଏତେ ପର୍ଯ୍ୟନ୍ତ ଜଣାପଡିନାହିଁ ।  କିନ୍ତୁ ବର୍ତ୍ତମାନ ସୁଦ୍ଧା ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୩ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି। କେଉଁ କାରଣରୁ ଏତେ ବଡ଼ ବିସ୍ଫୋରଣ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ ।

ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ରାଜଧାନୀ ସଂପୂର୍ଣ୍ଣ ଧୁଆଁମୟ ହୋଇଯାଇଥିଲା । ପୂରା ସହର ଥରି ଉଠିଥିଲା । କୋଣସି ପରମାଣୁ ବୋମା ପଡ଼ିବାର ଭ୍ରମ ସୃଷ୍ଟି ହୋଇଥିଲା । ପ୍ରଥମେ ଏକ ସ୍ଥାନରେ ନିଆଁ ଲାଗିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ଏବଂ କିଛି ସମୟ ପରେ ଏଥିରେ ବିସ୍ଫୋରଣ ହୋଇଥିଲା । ଲେବାନନ ସରକାର ସମସ୍ତ ହସ୍ପିଟାଲ୍ କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ମଙ୍ଗଳବାର ସନ୍ଧ୍ୟାରେ ଲେବାନାନର ରାଜଧାନୀ ବେରୁଟ ବିସ୍ଫୋରଣ ହୋଇଥିଲା। ନଦୀ କୂଳରେ ଠିଆ ହୋଇଥିବା ଏକ ଜାହାଜରେ ଜୋରଦାର ବିସ୍ଫୋରଣ ହୋଇଥିଲା । ଯାହାଫଳରେ କି  ନିଆଁ ଚାରିଆଡେ ଲାଗିଯାଇଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ୧୦ କିଲୋମିଟର ପର୍ଯ୍ୟନ୍ତ ଘରଗୁଡିକ ନଷ୍ଟ ହୋଇଯାଇଥିଲା। ବିସ୍ଫୋରଣରେ କାରଗୁଡିକ ତିନି ମହଲାକୁ ଛାତର ଉଚ୍ଚତା ପର୍ଯ୍ୟନ୍ତ ଉଡିଥିଲା । ସ୍ଥାନିୟ ଅଞ୍ଚଳରେ ଥିବା କିଛି ବିଲଡିଂ ମଧ୍ୟ ଭୁଶୁଡି ପଡିଛି ।

ଘଟଣାକୁ ନେଇ ଲେବାନନ୍ ସ୍ୱାସ୍ଥ୍ୟମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି ଯେ,  ବିସ୍ଫୋରଣର ଶବ୍ଦ ସାରା ଦେଶରେ ଶୁଣିବାକୁ ମିଳିଛି। କେଉଁ ପ୍ରକାର ବିସ୍ଫୋରଣ, ଆମେ ରକେଟ୍ ଷ୍ଟ୍ରାଇକ୍ କିମ୍ବା ବିସ୍ଫୋରକ ସହିତ ଜାହାଜ ଉଡ଼ାଇଥିବାର ସନ୍ଦେହ କରୁଛୁ | ଏହା ଉଦ୍ଦେଶ୍ୟମୂଳକ ଭାବରେ ହୋଇଥାଇପାରେ, କିମ୍ବା କାରଣ ଅନ୍ୟ କିଛି ହୋଇପାରେ | ସେହିପରି ଲେବାନାନର ଭାରତୀୟ ଦୂତାବାସ ସହାୟତା ପାଇଁ ଏକ ହେଲ୍ପଲାଇନ ନମ୍ବର ଜାରି କରିଛି।

ଲେବାନନରେ ହୋଇଥିବା ବିସ୍ଫୋରଣ ପରେ ଅନେକ ଦେଶ ସହାୟତାର ହାତ ବଢାଇଛନ୍ତି । ଆମେରିକାର ବୈଦେଶିକ ସଚିବ କହିଛନ୍ତି ଯେ, ଆମେରିକା ସମସ୍ତ ପ୍ରକାର ସାହାଯ୍ୟ ପାଇଁ ପ୍ରସ୍ତୁତ ଅଛି। ସେହିପରି ସାଉଦି ଆରବ ମଧ୍ୟ ଲେବାନନ୍ ସରକାରଙ୍କୁ ସହାୟତା ପଠାଇବା ବିଷୟରେ କଥା ହୋଇଛନ୍ତି।

   Related Posts