CAAକୁ ବିରୋଧ କରି ଦକ୍ଷିଣ ଦିଲ୍ଲୀରେ ବ୍ୟାପକ ପୋଡାଜଳା, ବିକ୍ଷୋଭକାରୀ ପୋଡିଦେଲେ 4 ବସ୍

Published By : Prameya-News7 Bureau | December 15, 2019 IST

ନୂଆଦିଲ୍ଲୀ ୧୪।୧୨:  ନାଗରିକତା (ସଂଶୋଧନ) ଆଇନ (ସିଏଏ)କୁ ନେଇ ରବିବାର ଦକ୍ଷିଣ ଦିଲ୍ଲୀରେ ଉଗ୍ର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦକ୍ଷିଣ ଦିଲ୍ଲୀର ନ୍ୟୁ ଫ୍ରେଣ୍ଡସ୍ କଲୋନୀରେ ଆଇନକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବେଳେ ସନ୍ଧ୍ୟାରେ ବିକ୍ଷୋଭକାରୀ ଦକ୍ଷିଣପୂର୍ବ ଦିଲ୍ଲୀର ମଥୁରା ରୋଡରେ ବସ୍ ଜଳାଇ ଦେଇଛନ୍ତି।  ପୋଲିସ ବିକ୍ଷୋଭକାରୀଙ୍କୁ ଘଉଡାଇବାକୁ ଉଦ୍ୟମ କରିବା ବେଳେ ସେମାନେ ଏକ ଯାତ୍ରୀବାହୀ ବସ୍‌କୁ ଅଟକାଇ ସେଥିରେ ନିଆଁ ଲଗାଇଦେଇଛନ୍ତି।

wp:html /wp:html

ଫଳରେ ଓଖଲା ଅଣ୍ଡରପାସ୍‌ରୁ ସରିତା ବିହାରକୁ ସମସ୍ତ ବସ୍ ଚଳାଚଳ ବ୍ୟହତ ହୋଇଛି। ନ୍ୟୁ ଫ୍ରେଣ୍ଡସ କଲୋନୀ ଅପରପାର୍ଶ୍ୱରେ ଥିବା ମଥୁରା ରୋଡକୁ ବିକ୍ଷୋଭକାରୀ ଅବରୋଧ କରି ରଖିବା ଯୋଗୁ ବଦରପୁରରୁ ଯାନବାହନ ଚଳାଚଳକୁ ନିୟନ୍ତ୍ରଣ କରାଯାଇଥିବା ଟ୍ରାଫିକ ପୋଲିସ ଟ୍ୱିଟ୍ ମାଧ୍ୟମରେ ସୂଚିତ କରିଛି। ଏବେ ବଦରପୁର ଓ ଆଶ୍ରମ ଚୌକକୁ ବିକଳ୍ପ ରାସ୍ତା କରାଯାଇଥିବା ବେଳେ ସେହି ରାସ୍ତାରେ ଯାନବାହନ ଚଳାଚଳ କରାଯାଉଛି।

wp:html /wp:html

ଏହା ପୂର୍ବରି ଜାମିଆ, ମିଲିଆ, ଇସ୍ଲାମିଆ ବିଶ୍ୱବିଦ୍ୟାଳୟର ଛାତ୍ରମାନେ ଆଇନ ସଂଶୋଧନକୁ ବିରୋଧ କରି ରାଷ୍ଟ୍ରପତି ଭବନ ଅଭିଯାନରେ ବାହାରିବା ଯୋଗୁ ଜାତୀୟ ରାଜଧାନୀରେ ଅସନ୍ତୋଷର ସୂତ୍ରପାତ ହୋଇଥିଲା। ରବିବାର ଦିଲ୍ଲୀ ଜାମିୟା ନଗରରେ ବିକ୍ଷୋଭକାରୀ ୩ଟି ବାହନ ଜାଳିଦେଇଥିବା ବେଳେ ଦମକଳ ଭଙ୍ଗାରୁଜା କରିଛନ୍ତି। ତେବେ ଶୁକ୍ରବାର ପ୍ରଥମେ ବିଶ୍ୱବିଦ୍ୟାଳୟରେ ହୋଇଥିବା ବିକ୍ଷୋଭକୁ କର୍ତ୍ତୃପକ୍ଷ ଅସ୍ୱୀକାର କରିଛନ୍ତି। ଏହି ବିକ୍ଷୋଭ କ୍ୟାମ୍ପସ ବାହାରେ ହୋଇଥିଲା ବୋଲି କର୍ତ୍ତୃପକ୍ଷ କହିଥିବା ବେଳେ ଏଥିରେ ଛାତ୍ର କମ୍ ବାହାର ଲୋକେ ବହୁମାତ୍ରାରେ ଅଂଶଗ୍ରହଣ କରି ଥିଲେ ବୋଲି  କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.