Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଲକ୍‌ଡାଉନ୍ ପରେ ବି ଜୀବନକୁ ବିପଦରେ ପକାଉଛନ୍ତି ଲୋକ, ଦିଲ୍ଲୀ-ୟୁପି ବର୍ଡରରେ ପ୍ରବଳ ଭିଡ

27/03/2020 at 10:03 PM

ନୂଆଦିଲ୍ଲୀ ୨୭।୦୩: କରୋନା ଭାଇରସର ପ୍ରକୋପ  ବିରୋଧରେ ପୂରା ଦେଶ ସଂଘର୍ଷ କରୁଛି। ଏହି ମାରାତ୍ମକ ରୋଗ କେମିତି ନବ୍ୟାପେ ତାକୁ ଦୃଷ୍ଟିରେ ରଖି ଦେଶବ୍ୟାପୀ ୨୧ ଦିନିଆ ଲକଡାଉନ୍ ଜାରି ହୋଇଛି। ସାମାଜିକ ଦୂରତା ବଜାୟ ରଖିବାକୁ ଲୋକଙ୍କୁ ବାରମ୍ବାର ପରାମର୍ଶ ଦିଆଯାଉଛି। ମାତ୍ର ଲୋକେ ଲକଡାଉନ୍ ପରେ ମଧ୍ୟ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରୁଛନ୍ତି।

ଲକଡାଉନ୍ ପରେ ଯେଉଁ ଶ୍ରମିକ ଓ ଦିନ ମଜୁରିଆ ନିଜ ଘରକୁ ଫେରୁଛନ୍ତି ସେମାନେ ସଡକ ରାସ୍ତା ଦେଇ ନିଜ ଘରକୁ ଫେରୁଛନ୍ତି। ଦିଲ୍ଲୀ-ୟୁପିର ଗାଜିପୁର ବର୍ଡରରେ ଏକ ସଙ୍ଗେ ଶତାଧିକ ଲୋକଙ୍କୁ ଦେଖିବାକୁ ମିଳୁଛି। ଯଦି ଏମାନଙ୍କ ମଧ୍ୟରୁ କେହି କରୋନା ସଂକ୍ରମିତ ହୋଇଥିବେ ତେବେ ଆପଣ ଚିନ୍ତା କରି ପାରୁଥିବେ ଅବସ୍ଥା କଣ ହେବ। ଶ୍ରମିକମାନେ ଛୋଟ ଛୋଟ ପିଲାଙ୍କୁ ଧରି ଶତାଧିକ ବାଟ ଚାଲି ଚାଲି ଘରେ ପହଞ୍ଚିବାକୁ ନିଷ୍ପତ୍ତି ନେଇଛନ୍ତି।

ଲକ୍‌ଡାଉନ୍‌ରେ ହଇରାଣ ହେଉଥିବା ଶ୍ରମିକଙ୍କ ପାଇଁ ଗୃହ ମନ୍ତ୍ରଣାଳୟ ରାଜ୍ୟଗୁଡିକୁ ସେମାନଙ୍କର ଖାଦ୍ୟ ଓ ରହିବାର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଲୋକଙ୍କୁ ପଳାୟନ ନକରିବାକୁ ଅପିଲ୍ କରିଛନ୍ତି ଏବଂ କହିଛନ୍ତି ଯେ ଶନିବାରଠୁ ୪ ଲକ୍ଷ ଲୋକଙ୍କ ମଧ୍ୟାହ୍ନ ଭୋଜନ ଓ ରାତ୍ରି ଭୋଜନର  ବ୍ୟବସ୍ଥା କରାଯିବ।

ଉଲ୍ଲେଖଯୋଗ୍ୟ, ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୦୮ରେ ପହଞ୍ଚିଛି। ଭାରତରେ ଆଜି କରୋନା ସଂକ୍ରମିତ ସର୍ବାଧିକ ୧୧୪ ମାମଲା ସାମ୍ନାକୁ ଆସିଛି। ଭାରତରେ ଅଦ୍ୟାବଧି ୧୭ ଜଣ ଲୋକଙ୍କ ମୃତ୍ୟୁ ଘଟିଛି।

ଅନ୍ୟପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଦିଲ୍ଲୀରେ ସ୍ଥିତି ନିୟନ୍ତ୍ରଣାଧୀନ ଥିବା କହିଛନ୍ତି। ଦୁନିଆରେ କରୋନାଜନିତ ମୃତ୍ୟୁସଂଖ୍ୟା ୨୪,୯୦୬ ହେଲାଣି। ସବୁଠୁ ବଡ କଥା ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କଠାରେ କରୋନା ପଜିଟିଭ୍ ମିଳିଛି।

   Related Posts