Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଇଦ ଉଲ୍ ଜୁହା ଅବସରରେ ଶ୍ରୀନଗରରେ ସୁରକ୍ଷାକର୍ମୀ ଓ ବିଚ୍ଛିନ୍ନତାବାଦୀଙ୍କ ମଧ୍ୟରେ ସଂଘର୍ଷ

22/08/2018 at 4:24 AM

ଜାମ୍ମୁ-କାଶ୍ମୀର ୨୨/୮:ଇଦ ଉଲ୍ ଜୁହା ଅବସରରେ ଶ୍ରୀନଗରରେ ସୁରକ୍ଷାକର୍ମୀ ଓ ବିଚ୍ଛିନ୍ନତାବାଦୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ଇଦ୍ ଅବସରରେ ଶ୍ରୀନଗରର ସ୍ଥାନୀୟ ଲୋକେ ମସଜିଦରେ ନମାଜ ପଢିବାପାଇଁ ରୁଣ୍ଡ ହେଉଥିବାବେଳେ ଏହି ଘଟଣା ଘଟିଥିଲା। ବିକ୍ଷୋଭକାରୀ ହାତରେ ପାକିସ୍ତାନ ଜାତୀୟ ପତାକା ଓ ନୃଶଂସ ଆତଙ୍କୀ ସଂଗଠନ ଆଇଏସର ପତାକା ଧରି ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭକାରୀମାନଙ୍କ ମଧ୍ୟରୁ କିଛି ଦୁର୍ବୃତ୍ତ ସୁରକ୍ଷାକର୍ମୀମାନଙ୍କ ଉପରକୁ ପଥର ଫିଙ୍ଗିଥିଲେ । ବିକ୍ଷୋଭକାରୀ କଳା ପତାକା ଧରି ପ୍ରତିବାଦ କରୁଥିବା ଦେଖିବାକୁ ମିଳିଥିଲା। ଆଉ ସେମାନଙ୍କର ପତାକାରେ ମୁସା ଆର୍ମି ଲେଖାଥିବା ନଜର ଆସିଥିଲା। ଅନନ୍ତନାଗରେ ଜାମ୍ମୁ କାଶ୍ମୀର ପୋଲିସ ଗାଡି ଉପରକୁ ବିକ୍ଷୋଭକାରୀ ପଥର ଫିଙ୍ଗିଥିଲେ। ଠେଙ୍ଗାବାଡି ଧରି ଗାଡିକୁ ଭଙ୍ଗାରୁଜା କରିଥିଲେ ।

   Related Posts