ଅନ୍ଧାରରେ ବୁଡ଼ିଲା ପୁରା ପାକିସ୍ତାନ: ଟ୍ୱିଟରରେ ଟ୍ରେଣ୍ଡ୍ ହେଉଛି #blackout

Published By : Prameya-News7 Bureau | January 10, 2021 IST

କରାଚୀ ୧୦/୦୧ : ପାକିସ୍ତାନରେ ଶନିବାର ରାତିରେ ହଇଚଇ ସୃଷ୍ଟି ହୋଇଥିଲା। ଦେଶର ବଡ ବଡ ସହରରେ ବିଜୁଳି କଟିଯିବାରୁ ହଇଚଇ ସୃଷ୍ଟି ହୋଇଥିଲା। ପାକିସ୍ତାନରେ ଏକାଥରେ ଅନେକ ସହରରେ ବିଜୁଳି କଟିଯିବାର ଖବର ସାରା ଦୁନିଆରେ ଚର୍ଚ୍ଚାର ବିଷୟ ପାଲଟିଗଲା। ଟ୍ୱିଟରରେ #blackout ଟ୍ରେଣ୍ଡ ହେବାରେ ଲାଗିଲା।

{"id":389908,"sizeSlug":"large","linkDestination":"none"}

କୌଣସି ଯାନ୍ତ୍ରିକ ସମସ୍ୟା ଯୋଗୁଁ ରାତି ୧୧.୪୦ ମିନିଟରେ କରାଚୀ, ଇସ୍ଲାମଵାଦ, ଲାହୋର, ପେଶାୱର ଓ ରାୱଲପିଣ୍ଡି ସମେତ ପୁରା ଦେଶ ଅନ୍ଧାରରେ ବୁଡି ଗଲା। ପୁରା ପାକିସ୍ତାନରେ ବିଜୁଳି ଗୁଲ ହୋଇଯିବ କିଛି ନୂଆ କଥା ନୁହେଁ। ଏହା ପୂର୍ବରୁ ୨୦୧୫ ଜାନୁଆରୀରେ ମଧ୍ୟ ଯାନ୍ତ୍ରିକ କାରଣ ଯୋଗୁଁ ସାରା ଦେଶରେ ବିଜୁଳି କଟିଯାଇଥିଲା।

{"id":389907,"sizeSlug":"large","linkDestination":"none"}

ଏ ସମ୍ପର୍କରେ ପାକିସ୍ତାନର ଶକ୍ତି ମନ୍ତ୍ରାଳୟ ଟ୍ୱିଟରରେ ସୂଚନା ଦେଇଛି। ମନ୍ତ୍ରାଳୟ କହିଛି ଯେ, ବିଦ୍ୟୁତ୍ ଟ୍ରାନ୍ସମିସନ୍ ସିଷ୍ଟମର ଫ୍ରିକ୍ୱେନ୍ସି ହଠାତ୍ ୫୦ ରୁ ୦ ହୋଇଯିବାରୁ ଦେଶବ୍ୟାପୀ ବ୍ଲାକଆଉଟ୍ ହୋଇଗଲା। ମନ୍ତ୍ରାଳୟ ତରଫରୁ କୁହାଯାଇଛି ଯେ ରାତି ପ୍ରାୟ ୧୧ଟା ୪୧ ମିନିଟରେ ଯାନ୍ତ୍ରିକ ସମସ୍ୟା ଯୋଗୁଁ ସାରା ଦେଶରେ ବିଜୁଳି କରିଯାଇଥିଲା। ଲୋକଙ୍କୁ ଧାର୍ଯ୍ୟ ଧରିବାକୁ ମନ୍ତ୍ରାଳୟ ଅପିଲ କରିଥିଲା।

wp:embed {"url":"https://twitter.com/shiblifaraz/status/1347988913424654344","type":"rich","providerNameSlug":"twitter","responsive":true,"className":""}
https://twitter.com/shiblifaraz/status/1347988913424654344
/wp:embed

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କେତେକ ସହରରେ ରାତି ପ୍ରାୟ ଦୁଇଟାରେ ବିଦ୍ୟୁତ୍ ପୁନନଃ ସ୍ଥାପିତ ହୋଇଥିବାବେଳେ କିଛି ସହରରେ ଏପର୍ଯ୍ୟନ୍ତ ବିଜୁଳି ମିଳିନାହିଁ। ଯାନ୍ତ୍ରିକ ସମସ୍ୟା ଦୂର କରିବାକୁ ଏବେ ମଧ୍ୟ କାମ ଜାରି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.