Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀରେ ଖସୁନି କରୋନା ଗ୍ରାଫ୍, ଆଉ ୬ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ସରିଲା ହାସ୍ୟ ଅଭିନେତା ପ୍ରଜ୍ଞାଙ୍କ ନିର୍ବନ୍ଧ, ସୋସିଆଲ ମିଡିଆରେ ରିଙ୍ଗ୍ ସେରିମନି ଫଟୋ ଭାଇରାଲ
  • ||
  • ଗାଡି ପାର୍ଟସ ଦୋକାନରୁ ଲୁଟ୍, ବନ୍ଧୁକ ଦେଖାଇ ନେଇଗଲେ ଟଙ୍କା
  • ||
  • ଅଜଗରକୁ ଗିଳିଲା ଅହିରାଜ, ସାତକୋଶିଆରେ ବିରଳ ଘଟଣା !
  • ||
  • ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ, ୨ ଆରୋହୀ ମୃତ
  • ||
  • ଜାନୁଆରୀ ୨୦ରୁ ହଜିଯିବ ଶୀତ, ୨୩ରୁ ବର୍ଷା !
  • ||

ସିଆଚେନରେ ବରଫ ଅତଡା ଧସି ୪ ଜବାନ ସମେତ ୬ ମୃତ

18/11/2019 at 10:16 PM

ଲଦ୍ଦାଖ:  ସିଆଚେନ ନର୍ଦ୍ଦନ ଗ୍ଲେସିୟରରେ ଘଟିଛି ଅଘଟଣ। ବିଶାଳ ବରଫ ଅତଡା ଧସିବା ଯୋଗୁ ସୋମବାର ଭାରତୀୟ ସେନାର ୪ ଜଣ ଜବାନଙ୍କ ସମେତ ମୋଟ ୬ ଜଣ ପ୍ରାଣ ହରାଇଛନ୍ତି। ଅପରାହ୍ନ ପ୍ରାୟ ସାଢେ ୩ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ସେନାପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚଳାଯାଇଥିଲେ ହେଁ ସେମାନଙ୍କୁ ଜୀବିତ ଉଦ୍ଧାର କରାଯାଇପାରି ନାହିଁ।

ପ୍ରାୟ ୧୮ ହଜାର ଫୁଟ ଅଲ୍ଟିଚ୍ୟୁଡରେ ଅବସ୍ଥିତ ନର୍ଦ୍ଦନ ଗ୍ଲେସିୟରରେ ପ୍ରାୟତଃ ଏଭଳି ଦୁର୍ଘଟଣା ଘଟିଥାଏ। ଏଠାରେ ୨୨ ହଜାର ଫୁଟ ଉଚ୍ଚତା ପର୍ଯ୍ୟନ୍ତ ବରଫା ଜମା ହୋଇ ଅତଡା ଧସିଥାଏ। ସୋମବାର ସେନାର ୪ ଜଣ ଜବାନ ଓ ୨ ଜଣ ପୋର୍ଟର ପାଟ୍ରୋଲିଂରେ ଯାଇଥିବା ବେଳେ ବିଶାଳ ବରଫ ଅତଡା ଧସିଥିଲା। ଅତଡା ତଳୁ ଜବାନ ଓ ପୋର୍ଟରଙ୍କ ଉଦ୍ଧାର ଲାଗି ତ୍ୱରିତ୍ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ବେଳେ ସେନାର ଉଦ୍ୟମ ବ୍ୟର୍ଥ ହୋଇଛି। ସମସ୍ତ ୬ ଜଣ ପ୍ରାଣ ହରାଇଥିବା ସେନା ସୂଚନା ଦେଇଛି।

୧୯୮୪ ମସିହା ପରଠାରୁ ଏଠାରେ ଏଭଳି ଦୁର୍ଘଟଣା ପ୍ରାୟତଃ ଲାଗି ରହିଛି। ଫଳରେ ସୀମା ସୁରକ୍ଷା ଲାଗି ଏଠାରେ ମୁତୟନ ହୋଇଥିବା ଭାରତ ଓ ପାକିସ୍ତାନର ସୈନିକମାନେ ପ୍ରଭାବିତ ହେଉଛନ୍ତି। ଏଠାରେ ବିନା ଯୁଦ୍ଧରେ ଯେତିକି ସୈନିକ କ୍ଷୟକ୍ଷତି ହେଲେଣି ତାହା ଯୁଦ୍ଧକ୍ଷେତ୍ରର କ୍ଷୟକ୍ଷତିଠାରୁ ବି ଅଧିକ ବୋଲି ସେନାର ଆକଳନରୁ ଜଣାପଡିଛି।

   Related Posts