ମହାକାଶରୁ ଆସୁଛି ବିପଦ,ଏପ୍ରିଲ ୨୯ରେ ପୃଥିବୀ ପାଖ ଦେଇ ଗତିକରିବ ବିଶାଳ Asteroid

Published By : Prameya-News7 Bureau | March 19, 2020 IST

ୱାଶିଂଟନ : ବିଶ୍ୱ ଏବେ କରୋନା ସଂକ୍ରମଣ ଲାଗି ଚିନ୍ତାରେ ଥିବା ବେଳେ ଆମେରିକୀୟ ଅନ୍ତରୀକ୍ଷ ସଂସ୍ଥାନ (ନାସା) ଏକ ନୂଆ ବିପଦର ସୂଚନା ଦେଇଛନ୍ତି।  ଏକ ମହାକାଶୀୟ ପିଣ୍ଡ (ଆଷ୍ଟରଏଡ) ପୃଥିବୀ ଆଡକୁ ମୁହାଁଇଥିବାର ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି। ତୀବ୍ର ବେଗରେ ପୃଥିବୀ ଆଡକୁ ଅଗ୍ରସର ହେଉଥିବା ଏହି ଆଷ୍ଟରଏଡ୍‌ର ଆକାର ମାଉଣ୍ଟ ଏଭେରେଷ୍ଟଠାରୁ ମଧ୍ୟ ଅନେକ ଗୁଣା ବଡ। ଅନ୍ତରୀକ୍ଷରେ ଏହି ଏଷ୍ଟରଏଡ ଏବେ ପ୍ରତିଘଣ୍ଟା ୩୧,୩୧୯ କିଲୋମିଟର ବେଗରେ ଗତି କରୁଛି। ଅର୍ଥାତ ପ୍ରତି ସେକେଣ୍ଡ ୮.୭୨ କିଲୋମିଟର ବେଗରେ ପୃଥିବୀଆଡକୁ ଆସୁଛି।  

{"id":240772,"width":579,"height":429,"sizeSlug":"large"}

ତେବେ ନାସାଙ୍କ ଆକଳନ ଅନୁସାରେ ଏହି ଗ୍ରହାଣୁ ଖଣ୍ଡ ପୃଥିବୀଠାରୁ ୬୪ ଲକ୍ଷ କିଲୋମିଟର ଦୂରରେ ଗତି କରିଯାଇପାରେ। ତେବେ ଅନ୍ତରୀକ୍ଷ ବିଜ୍ଞାନରେ ଏହି ଦୂରତା ଏତେ ବେଶି ନୁହେଁ ହେଲେ କମ୍ ବି ନୁହେଁ। କିନ୍ତୁ କେତେକ ବୈଜ୍ଞାନିକ ଏହା ପୃଥିବୀ ସହ ମାଡ ହେବାର ଆଶଙ୍କା କରିବା ଏବେ ଚିନ୍ତାର କାରଣ ପାଲଟିଛି। ବୈଜ୍ଞାନିକମାନେ ଏହି ଗ୍ରହାଣୁଖଣ୍ଡକୁ 52768 (1998 OR 2)ନାମରେ ନାମିତ କରିଛନ୍ତି। ଅନ୍ତରୀକ୍ଷରେ ନାସା ୧୯୯୮ ମସିହାରେ ପ୍ରଥମେ ଏହି ଆଷ୍ଟରୟେଡକୁ ଠାବ କରିଥିଲା। ଯାହାର ବ୍ୟାସ ପ୍ରାୟ ୪ କିଲୋମିଟର ଦୀର୍ଘ ବୋଲି ନାସା କହିଛନ୍ତି। 

{"id":240773,"sizeSlug":"large"}

ଆକଳନ ଅନୁସାରେ ଏହି ଗ୍ରହାଣୁ ଖଣ୍ଡ ଏପ୍ରିଲ ୨୯ ତାରିଖ ଦିନ ପୃଥିବୀର ପାଖ ଦେଇ ଗତିକରିବ। ଖଗୋଳବିଦ୍ ଡା.ଷ୍ଟିଭେନ ପ୍ରାବ୍ଦୋଙ୍କ ଅନୁସାରେ ଏହି ଗ୍ରହାଣୁ ଖଣ୍ଡ ସୂର୍ଯ୍ୟଙ୍କୁ ଥରଟିଏ ପ୍ରଦୀକ୍ଷଣ କରିବା ଲାଗି ୧ ହଜାର ୩୪୦ ଦିନ ଅର୍ଥାତ ୩ବର୍ଷ ୭ ମାସ  ସମୟ ନେଉଛି। ଏଣୁ ଏଭଳି ମହାକାଶୀୟ ପିଣ୍ଡ ପ୍ରତି ୧୦୦ ବର୍ଷରେ ପୃଥିବୀ ସହ ଧକ୍କା ଲାଗିବାର ଅନେକ ସମ୍ଭାବନା ଥାଏ। ତେବେ କୌଣସି ନା କୌଣସି ପ୍ରକାରେ ଏହା ପୃଥିବୀର ପାଖ ଦେଇ ଗତି କରିଯାଆନ୍ତି। 

{"id":240774,"width":574,"height":230,"sizeSlug":"large"}

ଖଗୋଳବିଦଙ୍କ ଅନ୍ତର୍ଜାତୀୟ ସମୂହ ମୁଖ୍ୟ ଡା.ବ୍ରୁସ୍ ବେଟସ୍‌ଙ୍କ ଅନୁସାରେ ଏଭଳି ଛୋଟ ଛୋଟ ମହାକାଶୀୟ ପିଣ୍ଡ ପ୍ରାୟତଃ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରି ଜଳିଯାଆନ୍ତି। ଏଗୁଡିକ ଯୋଗୁ ସେଭଳି କୌଣସି ବଡଧରଣର କ୍ଷୟକ୍ଷତି ହୁଏନି।  ଗତ ୨୦୧୩ ମସିହାରେ ଏକ ୨୦ ମିଟର ଦୀର୍ଘ ମହାକାଶୀୟ ପିଣ୍ଡ ବାୟୁମଣ୍ଡଳ ସହ ଧକ୍କା ଲାଗିଥିଲା। ଏହା ପୂର୍ବରୁ ଏକ ୪୦ ମିଟର ଦୀର୍ଘ ମହାକାଶୀୟ ପିଣ୍ଡ ସାଇବେରିଆରେ ବାୟୁମଣ୍ଡଳ ସହ ଧକ୍କା ଲାଗି ଜଳିଯାଇଥିଲା ବୋଲି କହିଛନ୍ତି। ତେବେ  52768 ଏତେ ବିଶାଳ ଯେ ଯଦି ଏହା ପୃଥିବୀର କୌଣସି ଭାଗରେ ମାଡ ହୁଏ ଅନେକ ଦେଶ ଧ୍ୱଂସ କରିଦେବାର ଆଶଙ୍କା କରାଯାଉଛି। ସେହିପରି ସମୁଦ୍ରରେ ଖସିଲେ ବିଶାଳ ସୁନାମୀ ଅନେକ ଦେଶର ଉପକୂଳ ଧ୍ୱଂସ କରିଦେବାର ବି ଭୟ ରହୁଥିବାର ବୈଜ୍ଞାନିକ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.