ହେବ କି ବଡ ଭୂମିକମ୍ପ ? ମେକ୍ସିକୋ ଉପକୂଳରେ ୧୩ ଫୁଟର ଓରଫିସ ଲାଗିବା ପରେ ବଢିଲା ଶଙ୍କା
24/07/2020 at 6:51 PM

ନୂଆଦିଲ୍ଲୀ ୨୪।୦୭: ରବିବାର ମାକ୍ସିକନ ସମୁଦ୍ର କୂଳରୁ ଏକ ୧୩ ଫୁଟର ଲମ୍ବା ଓରଫିସ୍ ମାଛ ଦେଖିବାକୁ ମିଳିଛି। ଏକ ସ୍କ୍ଵାକଲ୍ଚର ଇଞ୍ଜିନିୟର ଓ ତାଙ୍କର ସାଙ୍ଗ ସମୁଦ୍ର କୂଳରେ ଏହି ମାଛକୁ ଧରିଛନ୍ତି। ମାଛକୁ ଦେଖିବା ପରେ ଭୂକମ୍ପର ଆଶଙ୍କା ବଢି ଯାଇଛି। କାରଣ ୨୦୧୧ରେ ଫୁକୁସିମାରେ ଭୂକମ୍ପର ଠିକ୍ ପୂର୍ବରୁ ସମୁଦ୍ର କୂଳରୁ ଏହି ଧରଣ ପ୍ରଜାତିର ଜଳଚର ପ୍ରାଣୀ ଦେଖିବାକୁ ମିଳିଥିଲା।
ସ୍ଥାନୀୟ ଲୋକଙ୍କ ଅନୁଯାୟୀ, ମାଛଟି ‘ଭୂକମ୍ପ ମାଛ’ ଭାବେ ପରିଚିତ। ଏହା ଭୂକମ୍ପ ହେବାର ଗୋଟିଏ ଦିନ ପୂର୍ବରୁ ଦେଖିବାକୁ ମିଳେ। ଇଞ୍ଜିନିୟର ଫର୍ଣ୍ଣାଡୋ କ୍ୟାଭଲିନ ଓ ତାଙ୍କ ସାଙ୍ଗ ଡେଭିଡ୍ ଡି ଜାବେଡର୍ସ୍କି ବାଜା କାର୍ଲିଫର୍ଣ୍ଣିଆର ପିଚିଲିଙ୍ଗ୍ୟୁ ସାଗରରେ ଏହି ଧରଣର ମାଛ ପାଇଛନ୍ତି। ସମୁଦ୍ର କୂଳରେ ଏହି ମାଛର ଏକ ଛୋଟ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଦୁଇ ସାଙ୍ଗ ମାଛ ଧରିବା ବେଳେ ପରସ୍ପର ମଧ୍ୟରେ ଏକ ମିଟର ଦୂରର ବସିଥିବା ଦେଖିବାକୁ ମିଳିଛି।
ଦୁର୍ଭାଗ୍ୟ କଥା ମାଛଟି ମୃତ ଥିଲା। ଲହଡିରେ ଭାସି ଆସି ଏହା ସମୁଦ୍ର କୂଳରେ ପହଞ୍ଚି ଯାଇଥିଲା। କାଭଲିନ ଗଣମାଧ୍ୟମକୁ କହିଛନ୍ତି ଗୋଟିଏ ମାଛର ପ୍ରୋଟିନ୍ କେବେ ମଧ୍ୟ ନଷ୍ଟ ହୁଏ ନାହିଁ। ସେଠାରେ ଅନ୍ୟାନ୍ୟ ଜୀବ ଅଛନ୍ତି ଯାହାକି ସେମାନଙ୍କ ବ୍ୟବହାର ପାଇଁ ମାଛର ଫାଇଦା ନେଇଥାନ୍ତି।
ଫୁକୁସିମା ଭୂକମ୍ପ ପୂର୍ବରୁ ମାଛ ଦେଖିବାକୁ ମିଳିବା ପରେ ଏହା ଏକ ଲୋକ କିମ୍ବଦନ୍ତୀ ପାଲଟି ଯାଇଛି। ଚଳିତ ବର୍ଷ ମେକ୍ସିକୋର ଓକ୍ସାକା ରାଜ୍ୟରେ ଭୂକମ୍ପ ହେବାର କିଛି ଦିନ ପୂର୍ବରୁ କ୍ୱିଣ୍ଟାନାରୁ ଉପକୂଳରେ ଏହି ପରି ମାଛ ଦେଖାଯାଇଥିଲା।
ସେବେଠୁ ଗଭୀର ଜଳରେ ମାଛ ଦେଖିବା ବିଷୟରେ ଅନେକ ପ୍ରକାରର ଗୁଜବ ଖବର ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇ ଆସିଛି। କୁହାଯାଏ ଯେ, ଏହି ମାଛ ତେବେ କୂଳକୁ ଲାଗିଥାଏ ଯେବେ କିଛି ବଡ ଅଘଟଣ ଘଟିବାକୁ ଥାଏ ବୋଲି କୁହାଯାଏ।