Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରେ ଅଧିକ ପ୍ରଭାବିତ ୧୦୦ ଜିଲ୍ଲାର କଲେକ୍ଟରଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||
  • ଶ୍ରୀମନ୍ଦିର ବନ୍ଦ, ସେବାୟତ ପରିବାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲା ଶ୍ରୀ ମନ୍ଦିର ପ୍ରଶାସନ
  • ||
  • କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ରହିବ ୧୨ ରୁ ୧୬ ସପ୍ତାହ, ପ୍ରସ୍ତାବକୁ ସ୍ଵୀକାର କଲେ କେନ୍ଦ୍ର ସରକାର
  • ||
  • କରୋନା ଲଢେଇରେ ମିଳିଲା ତୃତୀୟ ଅସ୍ତ୍ର ! ଆଗାମୀ ସପ୍ତାହରେ ବଜାରରେ ମିଳିବ ସ୍ପୁଟନିକ୍-ଭି, ଜୁଲାଇରେ ଦେଶରେ ଆରମ୍ଭ ହେବ ଉତ୍ପାଦନ
  • ||
  • ପାଟନା : ମେ’ ୨୫ ଯାଏଁ ରାଜ୍ୟରେ ବଢିଲା ଲକ୍‌ଡାଉନ୍, ବିହାର ମୁଖ୍ୟମନ୍ତ୍ରୀ କଲେ ଘୋଷଣା
  • ||
  • ମୁମ୍ବାଇ : ଟିଭି ଅଭିନେତା ରାଜୀବ ପାଲ୍ କରୋନା ସଂକ୍ରମିତ, ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ବାଜା, ବାଣ, ବରଯାତ୍ରୀ ବିନା ବାହାଘର, ବାଇକ୍‌ରେ କନ୍ୟାକୁ ସାଙ୍ଗରେ ନେଇ ଘରକୁ ଫେରିଲେ ବର
  • ||
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||

ଦିଲ୍ଲୀ ପରେ ରାଞ୍ଚି ! ଗୋଟିଏ ପରିବାରର ୭ଜଣଙ୍କ ଆତ୍ମହତ୍ୟା

30/07/2018 at 10:01 AM

ପୁଣି ଗୋଟିଏ ପରିବାରର ୭ଜଣ ସଦସ୍ୟଙ୍କ ଆତ୍ମହତ୍ୟା । ଝାଡଖଣ୍ଡ ରାଜଧାନୀ ରାଞ୍ଚିରେ ଏଭଳି ଘଟଣା ସାମ୍ନାକୁ ଆସିଛି । ରାଞ୍ଚି କାନକେ ଥାନା ଅଞ୍ଚଳରେ ରହୁଥିବା ଦୀପକ ଝାଙ୍କ ପରିବାର ସଦସ୍ୟମାନେ ଆତ୍ମହତ୍ୟା କରିଛନ୍ତି । ଦୀପକ ଝା ଏବଂ ପରିବାରର ଅନ୍ୟ ୬ଜଣ ସଦସ୍ୟ ଆତ୍ମହତ୍ୟା କରିଛନ୍ତି । ଦୀପକ ସ୍ଥାନୀୟ ଗଡରେଜ କଂପାନୀର ଚାକିରି କରୁଥିବା ବେଳେ ପତ୍ନୀ, ଦୁଇ ପିଲା, ସାନଭାଇ ଓ ପିତାମାତାଙ୍କ ସହ ଭଡାଘରେ ରହୁଥିଲେ । ପୋଲିସ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ପୁଲିସ ଏହି ଘଟଣାର ତଦନ୍ତ କରୁଥିଲେ ବି ଗଣ ଆତ୍ମହତ୍ୟାର ସଠିକ କାରଣ ଜଣାପଡ଼ି ନାହିଁ । ଆର୍ଥିକ ଅନଟନ ଆତ୍ମହତ୍ୟାର କାରଣ ହୋଇଥାଇପାରେ ବୋଲି ପୋଲିସ ସଂଦେହ କରୁଛି । କିଛିଦିନ ତଳେ ଝାଡଖଣ୍ଡ ହଜାରିବାଗ ଅଞ୍ଚଳରେ ମଧ୍ୟ ଗୋଟିଏ ପରିବାର ଆର୍ଥିକ ଅନଟନ କାରଣରୁ ଆତ୍ମହତ୍ୟା କରିଥିଲେ । ସେହିଭଳି ଏହା ପୂର୍ବରୁ ଦିଲ୍ଲୀ ବୁରାରୀରେ ମଧ୍ୟ ଏକ ପରିବାରର ସମସ୍ତ ଅନ୍ଧ ବିଶ୍ବାସର ବଶବର୍ତ୍ତି ହୋଇ ୧୧ ଜଣ ସଦସ୍ୟ ଗଣଆତ୍ମହତ୍ୟା କରିଥିଲେ । ଯାହାକି ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଥିଲା । ଏହି ଦୁଇ ଘଟଣା ମନରୁ ନଲିଭୁଣୁ ପୁଣି ଏକ ପରିବାର ଆତ୍ମହତ୍ୟା କରିବା ଘଟଣା ଚର୍ଚ୍ଚାକୁ ଆସିଛି ।

   Related Posts