Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୩୪୮୬ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରୁ ସର୍ବାଧିକ ୫୪୧ ଡିସଚାର୍ଜ
  • ||
  • ମିଶନ କାଶ୍ମୀର ଉପରେ ୧୪ ନେତାଙ୍କ ସହ ପିଏମ ମୋଦୀଙ୍କ ମହାବୈଠକ ଶେଷ
  • ||
  • ବରି​‌ଷ୍ଠ ଆଇପିଏସ୍‌ ସ୍ତରରେ ଅଦଳବଦଳ
  • ||
  • ଦ୍ବାଦଶ ଶ୍ରେଣୀ ପରୀକ୍ଷା: ୩୧ ଜୁଲାଇ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ରାଇରଙ୍ଗପୁର : ଅଣ୍ଡା ବଣ୍ଟନରେ ପାତର ଅନ୍ତର, ଅଭିଯୋଗ କଲେ ନାଁ କାଟିଦେବାକୁ ଅଙ୍ଗନବାଡି ଦିଦି ଦେଉଛନ୍ତି ଧମକ
  • ||
  • ସାଲେପୁର : ନଦୀ ପଠାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ
  • ||
  • ଆଜି ୧୦ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ୨୭ ଯାଏଁ ଛେଚିବ
  • ||
  • ହ୍ରାସ ପରେ ପୁଣି ବଢୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୫୦ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ବିଷ ପିଇ ଗୋଟିଏ ପରିବାରର ୫ଜଣ କଲେ ଆତ୍ମହତ୍ୟା, ଜାଣନ୍ତୁ କାରଣ

1/01/2019 at 6:29 PM


ଅହମଦାବାଦ ୧/୧ : ଗୁଜରାଟ ଜାମନଗର ଜିଲ୍ଲାର କିସାନ ଚୌକ ଅଂଚଳରେ ମଙ୍ଗଳବାର ଦିନ ଗୋଟିଏ ପରିବାରର ୫ଜଣ ସଦସ୍ୟ ଆତ୍ମହତ୍ୟା କରିଛନ୍ତି | ଖବର ପାଇ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଂଚି ଶବ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି | ପ୍ରାଥମିକ ଯାଞ୍ଚରୁ ଜଣାପଡିଛି ଯେ, ଏହି ପରିବାର ଆର୍ଥିକ ସଙ୍କଟରୁ ଗତି କରୁଥିଲା |


ସୂଚନାଯୋଗ୍ୟ ଯେ, ଜାମନଗର ଜିଲ୍ଲାର କିସାନ ଚୌକ ଅଂଚଳର ମୋଦି ବାଡା ଅଂଚଳରେ ଘଟିଛି ଏଭଳି ଚାଞ୍ଚଲ୍ୟକର ଘଟଣା | ପୋଲିସ ଅଧିକାରୀ ଶରଦ ସିଂହଲଙ୍କ କହିବାନୁଯାୟୀ, ପରିବାରର କେବଳ ୮୧ ବର୍ଷ ବୟସ୍କ ପନ୍ନାଲାଲ ସାକରିଆ ବଞ୍ଚିଛନ୍ତି | ଘଟଣା ବେଳେ ପନ୍ନାଲାଲ ଉପର ଘରେ ଶୋଇଥିଲେ | ପରିବାରର ଅନ୍ୟ ସଦସ୍ୟ ତଳ ଘରେ ଶୋଇଥିଲେ | ଶୋମବାର ବିଳମ୍ବିତ ରାତିରେ ସାକରିଆ ପରିବାରର ୫ଜଣ ସଦସ୍ୟ ବିଷ ପିଇ ଆତ୍ମହତ୍ୟା କରିଥିଲେ | ଘଟଣା ମଙ୍ଗଳବାର ସକାଳେ ଜଣାପଡିଥିଲା | ୪୫ ବର୍ଷ ବୟସ୍କ ଦୀପକ ପନ୍ନାଲାଲ ଜଣେ ବ୍ୟବସାୟୀ ଥିଲେ | ସେ ରାତିରେ ପାଣିରେ ବିଷ ମିଶାଇ ସ୍ତ୍ରୀ ଆରତୀ (୪୨), ମା ଜୟାବେନ ସାକରିଆ(୭୮), ଝିଅ କୁଂକୁମଲତା (୧୦), ପୁଅ ହେମନ୍ତ(୫)କୁ ଦେଇଦେଇଥିଲେ | ଏହାର କିଛି ସମୟ ପରେ ନିଜେ ମଧ୍ୟ ବିଷ ପିଇ ଆତ୍ମହତ୍ୟା କରିଥିଲେ |


ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଦୀପକଙ୍କ ପରିବାର ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲେ | ଦୀପକଙ୍କ ମାଙ୍କ ପାଇଁ ପ୍ରତି ମାସରେ ୨୦ ହଜାର ଟଙ୍କା ଖର୍ଚ୍ଚ ହେଉଥିଲା | ସେ ଘର ପାଇଁ ବ୍ୟାଙ୍କରୁ ଲୋନ ଆଣିଥିଲେ | ଘର ଲୋନ ପାଇଁ ପ୍ରତି ମାସରେ ୧୫ ହଜାର ଟଙ୍କା ବ୍ୟାଙ୍କକୁ ସୁଝିବାକୁ ପଡିଥାଏ | ଯାଞ୍ଚରୁ ଜଣାପଡିଥିଲା ଯେ, ଗତ ୩ ମାସ ହେଲାଣି ଦୀପକ ଘର ଲୋନ ଦେଇନଥିଲେ | ଯେଉଁଥିପାଇଁ ସେ ବହୁତ ଚିନ୍ତିତ ରହୁଥିଲେ | କିଛି ଦିନ ପୂର୍ବରୁ ଦୀପକ ନିଜର ଜଣେ ସମ୍ପର୍କୀୟଙ୍କୁ କହିଥିଲେ ଯେ, ମା’ଙ୍କ ଚିକିତ୍ସା ଆଉ ଘର ଲୋନ ପାଇଁ ମାସିକ ୪୦ ହଜାର ଟଙ୍କା ଖର୍ଚ୍ଚ ହେଉଛି |

ଏପଟେ ତାଙ୍କ ରୋଜଗାର ମାସକୁ ମାତ୍ର ୧୫ ରୁ ୨୦ ହଜାର ଟଙ୍କା | ଆଉ ସେତିକି ଟଙ୍କାରେ ଘରର ଗୁଜୁରାଣ ମଧ୍ୟ ଭଲ ଭାବେ ହୋଇପାରୁନାହିଁ | ଯେଉଁଥିପାଇଁ ସେ ବହୁତ ଚିନ୍ତିତ ହୋଇପଡିଥିଲେ | ପୋଲିସକୁ ଦୀପକଙ୍କ ଘରୁ ଏକ ବିଷ ବୋତଲ ମଧ୍ୟ ମିଳିଥିଲା |

   Related Posts