ଖଣିଜ ରାଜସ୍ୱ ସଂଗ୍ରହରେ ଅନିୟମିତତା, ଓଡିଶା ସରକାର ବାର୍ଷିକ ହରାଉଛନ୍ତି ଶହଶହ କୋଟି ଟଙ୍କା

Published By : Prameya-News7 Bureau | July 16, 2020 IST

ଭୁବନେଶ୍ୱର ୧୬।୭:  ଖଣିଜ ପଦାର୍ଥ ରୟାଲ୍ଟି, , ଜିଲ୍ଲା ଖଣିଜ ଭିତ୍ତି ଭୂମି (ଡିଏମ୍ଏଫ) ଓ ଜାତୀୟ ଖଣିଜ ଅନୁଷନ୍ଧାନ ଟ୍ରଷ୍ଟ (ଏନଏମଇଟି) ନିର୍ଦ୍ଧାରଣରେ ଅବହେଳାର ଗୁରୁତର ଅଭିଯୋଗ ଆସିଛି। ଏ ନେଇ ଥିବା ନୀତି ନିୟମର ଉଲ୍ଲଂଘନ କରି ଟ୍ରାଞ୍ଜିଟ୍ ପରିମିଟ ଦେଇ ଦିଆଯାଉଛି।  ଫଳରେ ସରକାର ବାର୍ଷିକ  ଶହଶହ କୋଟି ଟଙ୍କା ରାଜସ୍ୱ ହରାଉଥିବା ସାମାଜିକ ସଙ୍ଗଠନ ‘ଏମ୍ଏଏସ୍ଏସ୍’ ଅଭିଯୋଗ କରିଛି।

{"id":301280,"sizeSlug":"large"}

ଏ ନେଇ ଏମ୍ଏଏସ୍ଏସ୍ ସାଧାରଣ ସମ୍ପାଦକ ସୁବ୍ରତ ତ୍ରିପାଠୀ ରାଜ୍ୟ ଇସ୍ପାତ ଓ ଖଣି ବିଭାଗ ଅତିରିକ୍ତ ସଚିବ ଆର.କେ. ଶର୍ମାଙ୍କୁ ଏକ ପତ୍ର ଲେଖି ସୂଚିତ କରିଛନ୍ତି। ଯେଉଁଥିରେ ଉଚ୍ଚମାନର ଖଣିଜ ପଦାର୍ଥର ଗ୍ରେଡେସନ ହୋଇ ପାରୁନଥିବାରୁ ଲିଜଧାରୀମାନେ ବାର୍ଷିକ ଅନୁନ୍ୟ ୫୭୪ କୋଟି ଟଙ୍କାର ରାଜସ୍ୱ ଫାଙ୍କୁଛନ୍ତି। ଏଥିଲାଗି ରାଜ୍ୟ ସରକାରଙ୍କର ଓଡିଶା ମିନେରାଲ ରୁଲସ( ସଂଶୋଧିତ)ର ଖୋଲାଖୋଲି ଉଲ୍ଲଂଘନ ହେଉଥିବାର ତ୍ରିପାଠୀ ଅଭିଯୋଗ କରିଛନ୍ତି।

{"id":301282,"sizeSlug":"large"}

୨୦୧୯-୨୦ ଆର୍ଥିକ ବର୍ଷରେ ରାଜ୍ୟର ମୋଟ ଖଣି ରାଜସ୍ୱ ପିରମାଣ ୧୧ହଜାର ୧୯ କୋଟି ଥିଲା। ତେବେ ଏଥିପାଇଁ ଦର୍ଶାଯାଇଥିବା ଗ୍ରେଡ ଓ ରୟାଲ୍ଟିର ସଠିକ ଯାଞ୍ଚ ହୋଇଥିଲେ, ହୁଏତ ଏହି ରାଜସ୍ୱ ପରିମାଣ ଆହୁରି ଅନେକ ଅଧିକ ହୋଇପାରିଥାନ୍ତା। ଏଥିରେ ଯଦି ଉତ୍ତମମାନର ଖଣିଜକୁ ଗୁଣ୍ଡ ଆକାରରେ ଉଚିତ ରୟାଲ୍ଟି  ଧାର୍ଯ୍ୟ ହୋଇଥିଲେ ବି ଅନୁନ୍ୟ ୫୭୪ କୋଟି ଟଙ୍କାର ଅଧିକ ରାଜସ୍ୱ ଅସୁଲ ହୋଇପାରିଥାନ୍ତା ବୋଲି ତ୍ରିପାଠୀ ପତ୍ରରେ ଉଲ୍ଲେଖ କରିଛନ୍ତି।  ତେବେ ବିପୁଳ ରାଜସ୍ୱ ହାନୀ ନେଇ ତ୍ରିପାଠୀ ଯେଉଁ ସବୁ କାରଣ ଦର୍ଶାଇଛନ୍ତି ସେଥିରେ ମନ୍ତ୍ରାଳୟଙ୍କ ଦାୟିତ୍ୱ ହୀନତା ଓ  ନିୟମ ପାଳନରେ ଅବହେଳା ହିଁ ମୁଖ୍ୟ କାରଣ ବୋଲି କହିଛନ୍ତି।

{"id":301292,"width":572,"height":644,"sizeSlug":"large"}

ଓଡିଶା ମିନେରାଲ (ଚୋରୀ, ଚୋରା ଚାଲାଣ, ବେଆଇନ ଖଣି ଏବଂ ସମ୍ପତ୍ତି, ସଂରକ୍ଷଣ, ବାଣିଜ୍ୟ ଓ ପରିବହନ ନିୟମାବଳୀ) ସଂଶୋଧିତ ନିୟମ ୨୦୧୫ ପ୍ରକାରେ  ଲିଜ୍ ଧାରୀ ତାଙ୍କ ଖଣିରୁ ଉତ୍ପାଦିତ ସାମଗ୍ରୀ ହଟାଇବା ଲାଗି  ଅନୁନ୍ୟ ୪ହଜାର ଟନ୍‌ ଜମା କରିବା ପରେ ଅନଲାଇନରେ  ‘ଜେ’ ଫର୍ମ ପୂରଣ କରିବା ସହ ଶୁଳ୍କ ପୈଠ କରିବାର ପ୍ରାବଧାନ ରହିଛି। ଏହା ପରେ ଉତ୍ପାଦିତ ଖଣିଜର ରସାୟନିକ ସମୀକ୍ଷା ପରେ ସରକାର ‘କେ’ ଫର୍ମ ଜାରି ହୁଏ।  ଏହି ଅଧାରରେ ସମ୍ପୃକ୍ତ ମଣ୍ଡଳର ବରିଷ୍ଠ ଖଣି ନିରୀକ୍ଷକ ଗଚ୍ଛିତ ସାମଗ୍ରୀର ମାନ, ଆକାର ଓ ପରିମାଣ ଅନୁଧ୍ୟାନ କରିବା ପରେ ଖଣି ଅଧିକାରୀ ରୟାଲ୍ଟି ଧାର୍ଯ୍ୟ କରନ୍ତି। ରୟଲ୍ଟି ପୈଠ ପରେ ଲିଜଧାରୀଙ୍କୁପ ଫର୍ମ ‘ଏଲ’ରେ ଟ୍ରାଞ୍ଜିଟ ପରିମିଟି ପ୍ରଦାନ କରନ୍ତି। ଏଥିଲାଗି ପୁରା ପ୍ରକ୍ରିୟା ଅନୁନ୍ୟ ୨୦ ଦିନ ଲାଗିଥାଏ। ସେହିପରି ମେକାନାଇଜଡ୍ ଖଣିରେ ଲିଜଧାରୀ  ସର୍ବୋଚ୍ଚମାନର ରୟାଲ୍ଟି ପୈଠ ଲାଗି ଧାର୍ଯ୍ୟ ହୋଇଥାନ୍ତି। ଏଣୁ ସାମ୍ପଲିଂ ପରେ ଖଣି ନିର୍ଦ୍ଦେଶାଳୟଙ୍କ ଛାଡ ଅନୁମତି ପ୍ରଦାନ କରାଯାଇଥାଏ।

{"id":301284,"sizeSlug":"large"}

ଏଣୁ ଦୀର୍ଘ ପ୍ରକ୍ରିୟାକୁ ବାଦ ଦିଆଯିବା ଏବେ ବ୍ୟାପକ ରାଜସ୍ୱହାନୀର କାରଣ ପାଲଟିଥିବା ଅଭିଯୋଗକାରୀ ପତ୍ରରେ ଉଲ୍ଲେଖ କରିଛନ୍ତି। ରାଜ୍ୟରେ ଦେଶର ପ୍ରମୁଖ ୧୦ଟି ଖଣି କମ୍ପାନୀ ଏବେ ଖଣିଜ ଉତ୍ତୋଳନ କରୁଥିବା ବେଳେ ଏଥିରେ ଇଏସଏସଇଏଲ, ଟେନସା ଓ ଜେଏସପିଏଲ ଭଳି ମାଇନିଂ କମ୍ପାନୀଙ୍କର ଉତ୍ତୋଳନ ଗଚ୍ଛିତ ଲାଗି ମଧ୍ୟ ସ୍ଥାନ ନାହିଁ। ଏଣୁ  ଉତ୍ପାଦନର ବିନା ଗ୍ରେଡେସନରେ ନିର୍ଦ୍ଧାରିତ ରୟାଲଟି, ଡିଏମଏଫ ଓ ଏନଏମଇଟି ଶୁଳ୍କ ପୈଠ ଯୋଗୁ ସରକାର ବ୍ୟାପକ ରାଜସ୍ୱ ହରାଉଥିବାର ଅଭିଯୋଗ କରିଥିବା ବେଳେ ଏହାର ତଦନ୍ତ ଲାଗି ନିବେଦନ କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.