ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନବ ନିର୍ମାଣ କୃଷକ ସଂଗଠନର ଗଣ ସତ୍ୟାଗ୍ରହ, ଦାବି ପୂରଣ ନହେଲେ ସମ୍ପୂର୍ଣ୍ଣ ଜିଲ୍ଲାକୁ ଅଚଳ କରିବାକୁ ଚେତାବନୀ

Published By : Prameya-News7 Bureau | October 22, 2020 IST

ଭଦ୍ରକ ୨୨।୧୦: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନବ ନିର୍ମାଣ କୃଷକ ସଂଗଠନର ଗଣ ସତ୍ୟାଗ୍ରହ । ଚାଷୀ ମାନଙ୍କର ବିଭିନ୍ନ ସମସ୍ୟା ନେଇ ଏହି ଗଣ ସତ୍ୟାଗ୍ରହ କରିଛି । ଦାବି ପୂରଣ ନହେଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସହ ଧାମରା ବନ୍ଦରରେ ମଧ୍ୟ ଅଚଳାବସ୍ଥା କରିବା ନେଇ ଚେତାବନୀ ଦେଇଛନ୍ତି । ଭଦ୍ରକ ଜିଲ୍ଲାରେ ଏହି ସତ୍ୟାଗ୍ରହ କରିଛି ନବ ନିର୍ମାଣ କୃଷକ ସଂଗଠନ ।

ବିଭିନ୍ନ ଦାବି ମଧ୍ୟରେ କଣ୍ଟି ଘାଇରେ ସ୍ଥାୟୀ ବନ୍ଧ ନିର୍ମାଣ ସହ ରିଲିଫ କୋଡ୍ ସଂଶୋଧନ ଦାବି କରିଛନ୍ତି । ବନ୍ୟା କ୍ଷତିଗ୍ରସ୍ଥ ଚାଷୀଙ୍କୁ ଏକର ପ୍ରତି ୧୫ ହଜାର ଟଙ୍କା ସହ ଭାଗଚାଷୀଙ୍କୁ ମଧ୍ୟ କ୍ଷତିପୂରଣ ଦାବି ରହିଛି । ଦାବି ପୂରଣ ନହେଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସହ ଧମରାବନ୍ଦର ଓ ସମ୍ପୂର୍ଣ୍ଣ ଜିଲ୍ଲାକୁ ଅଚଳ କରିବା ନେଇ ଚେତାବନୀ ଦେଇଛି ନବ ନିର୍ମାଣ କୃଷକ ସଂଗଠନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.