ଘରେ ଏକାଥିବା ଯୁବତୀଙ୍କୁ ଗଣଦୁଷ୍କର୍ମ, ଗୁରୁତର ଯୁବତୀଙ୍କୁ ଚିକିତ୍ସାପାଇଁ ନିଆଗଲା ଡ଼ାକ୍ତରଖାନା

Published By : Prameya-News7 Bureau | January 19, 2019 IST

ମୁଜାଫରବାଦ ୧୯/୧- ମୁଜାଫରବାଦ ଜିଲ୍ଲା ଫିରୋଦାବାଦରେ ଘଟିଛି ଅଭାବନୀୟ ଘଟଣା । ଘରେ କେହି ନଥିବା ବେଳେ ଯୁବତୀଙ୍କୁ ଏକାଦେଖି  କରିଛନ୍ତି ଗଣଦୁଷ୍କର୍ମ । ଅଭିଯୁକ୍ତମାନେ ସେହି ଗାଁର ଯୁବକ ବୋଲି ଜଣାପଡ଼ିଛି ।

ଫିରୋଜାବାଦରେ ରେବା ନାମକ ଜଣେ ଯୁବତୀ ପରିବାର ସହ ରହୁଥିଲେ  । ଘଟଣା ଘଟିବାଦିନ ପରିବାର ଲୋକ ପାଖ ଗାଁରେ ବିବାହ ଭୋଜିକୁ ଯୋଗଦେବାକୁ ଯାଇଥିଲେ । ଏହି ଅବସରରେ ସେହି ଗାଁର ଗୌରବ ଓ ରବି ନାମକ ଦୁଇ ଯୁବକ ଘରେ ପଶି ଯୁବତୀଙ୍କୁ ଅସଦାଚରଣ କରିବା ସହ ଦୁଷ୍କର୍ମ କରିବା ଅଭିଯୋଗ ହୋଇଛି ।

ଯୁବତୀଙ୍କୁ ଏକା ପାଇ ଯୁବକମାନେ ଭିତର ପଟୁ କବାଟ ବନ୍ଧ କରିଦେଇଥିଲେ । ଏହି କାରଣକୁ କେହି ଗାଁ ଲୋକ ଜାଣିପାରି ନଥିଲେ । ଯୁବତୀ ଯେତେ ଚିତ୍କାର କଲେ ବି ବାହାରକୁ ଶୁଣାଯାଇ ନଥିଲା । ଅନେକ ସମୟପରେ ଯୁବକମାନେ ଘରେ ରେବାକୁ ସଂଜ୍ଞାହୀନ ଅବସ୍ଥାରେ ଛାଡ଼ି ଚାଲିଯାଇଥିଲେ ।

ପରିବାର ଲୋକ ବିବାହ ଭୋଜିରୁ ଆସି ରେବାକୁ ସ୍ଥାନୀୟ ମେଡ଼ିକାଲକୁ ନେଇଥିଲେ । ଅବସ୍ଥା ଗୁରୁତର ହେବାରୁ ସିଟି ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଅଭିଯୁକ୍ତ ଗୌରବ ଓ ରବିକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.