ବଟି ନଦେବାରୁ ବସ୍ତିବାସିନ୍ଦାଙ୍କ ଘରେ ରାତିରେ ପଶି ପିଟିଲେ ଦୁର୍ବୃତ୍ତ, ୩ ଆହତ

Published By : Prameya-News7 Bureau | January 27, 2020 IST

ସୋର ୨୭।୦୧: ଦାଦା ବାଟି ମାଗି ବିଫଳ ହେବାରୁ ବଙ୍ଗାଳି ବାସିନ୍ଦାଙ୍କୁ ସଂଘବଦ୍ଧ ଆକ୍ରମଣ । ବାଲେଶ୍ବର ଜିଲ୍ଲା ସୋର ଖନ୍ତାପଡା ଥାନା ଇଞ୍ଚୁଡି ପାହି ଅଞ୍ଚଳର ଘଟଣା । ଆକ୍ରମଣରେ ୩ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

{"id":216526,"sizeSlug":"large"}

ସୂଚନାଯୋଗ୍ୟ ଯେ, ଖନ୍ତାପଡା ଥାନା ଇଞ୍ଚୁଡି ପାହି ଅଞ୍ଚଳରେ ବଙ୍ଗଳା ସଂପ୍ରଦାୟର ଲୋକ ବସବାସ କରୁଛନ୍ତି । ଜରିଆରେ ନିଜ ପରିବାର ଭରଣପୋଷଣ କରୁଛନ୍ତି । ସେମାନେ ଚିଙ୍ଗୁଡ଼ି ଘେରି ପିଛା ୫ହଜାର ଟଙ୍କା ଦେବା ପାଇଁ ଧମକ ଦେଇଥିଲେ । କିନ୍ତୁ ବଙ୍ଗାଳି ଅଧିବାସୀମାନେ ଏହାକୁ ବିରୋଧ କରିବା ସହ ଦାଦା ବଟି ଦେବେନାହିଁ ବୋଲି ସଫା ମନା କରିଦେଇଥିଲେ ।

{"id":216527,"sizeSlug":"large"}

ରବିବାର ଦିନ ବିଳମ୍ବିତ ରାତିରେ ଆକ୍ରମଣ କରିଛନ୍ତି । ଆକ୍ରମଣରେ ୩ଜଣ ଆହତ ହେବା ସହ କିଛି ଗାଡି ଓ ଘର ଭଙ୍ଗାରୁଜା ହୋଇଛି । ପୋଲିସ ଖବର ପାଇ ଘଟଣସ୍ଥଳରେ ପହଞ୍ଚ ଛାନ୍‌ଭିନ୍‌ ଆରମ୍ଭ କରିଛି । ସେପଟେ ଦୁର୍ବୃତ୍ତଙ୍କ ଗିରଫ ଦାବି ତେଜିବାରେ ଲାଗିଛି।

{"id":216528,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.