ଟିକାକରଣ କେନ୍ଦ୍ରରେ ଅସମ୍ଭାଳ ଭିଡ, କରୋନା ବାଣ୍ଟୁନି ତ ଟିକା କେନ୍ଦ୍ର ?

Published By : Prameya-News7 Bureau | April 26, 2021 IST

ବାଲିପାଟଣା ୨୬।୪: କରୋନା ପ୍ରତିଶେଧକ ଟିକା କେନ୍ଦ୍ର କରୋନା ବାଣ୍ଟୁନି ତ ? ସାଧାରଣ ଲୋକଙ୍କ ମନରେ ଏପରି ପ୍ରଶ୍ନ । କାରଣ ଟିକା କେନ୍ଦ୍ରର ଅବସ୍ଥା ସେହିଭଳି । ଫଟୋ ଦେଖିଲେ ସବୁ ବୁଝା ପଡ଼ିଯିବ ।

{"id":444556,"sizeSlug":"large","linkDestination":"none"}

ରାଜଧାନୀ ଉପକଣ୍ଠ ବାଳକାଟି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ପ୍ରତିଦିନ କରୋନା ପ୍ରତିଶେଧକ ଟିକା ଦିଆଯାଉଛି । ଏହି କେନ୍ଦ୍ରରେ ଶତାଧିକ ଲୋକଙ୍କ ସମାଗମ ହେଉଛି । ଟିକା ନେବାକୁ ଆସିଥିବା ବ୍ୟକ୍ତିମାନେ ଲମ୍ବା ଲାଇନରେ ଠିଆ ହେଉଛନ୍ତି । ଟିକା ନେବା ପାଇଁ ହସ୍ପିଟାଲ ମଧ୍ୟରେ ଠେଲା ପେଲା ମଧ୍ୟ ହେଉଛି । ସାମାଜିକ ଦୂରତା ଏଠାରେ ଚୁଲିକି ଯାଇଛି । ପ୍ରତିଦିନ ବାଳକାଟିରେ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏପରି ପରିସ୍ଥିତିରେ କରୋନା ଟିକାକରଣ କେନ୍ଦ୍ରରୁ କରୋନା ନ ବ୍ୟାପିବ ଏକଥା କିଏ କହିବ ? ଏଥିପାଇଁ ଦାୟୀ କିଏ ରହିବେ ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.