ଗାଁ ପୋଖରୀରେ ମରି ପଡିଛନ୍ତି ମାଛ, ବିଦ୍ୟୁତ ତାରରୁ କରେଣ୍ଟ ଲାଗିଥିବା ଅଭିଯୋଗ
3/09/2020 at 10:41 AM

ଅନୁଗୋଳ ୩।୯: ପୋଖରୀରେ ମରି ପଡିଛନ୍ତି ବିପୁଳ ପରିମାଣର ମାଛ। କରେଣ୍ଟ ଯୋଗୁଁ ମାଛ ମରିଥିବା ଅଭିଯୋଗ ହୋଇଛି । ଗଛକୁ ପୋଖରୀ ଉପରେ ଯାଇଥିବା ୪୦୦କେଭି ତାରରୁ କରେଣ୍ଟ ଲାଗିବା ଯୋଗୁଁ ମାଛ ମରିଥିବା ଅଭିଯୋଗ ଆଣିଛନ୍ତି ମହିଳା। ସଂପୃଙ୍କ ମହିଳା ଜଣଙ୍କ କ୍ଷତିପୂରଣ ଏବଂ ପୋଖରୀ ଉପରୁ ତାର ହଟାଇବାକୁ ଦାବି କରିଛନ୍ତି । ତ୍ରୁଟିପୂର୍ଣ୍ଣ ବିଦ୍ୟୁତ ସଂଯୋଗ ଏବଂ ଓପିଟିସିଏଲର ଦୂରଦୃଷ୍ଟିର ଅଭାବ ଯୋଗୁଁ ଏଭଳି ଘଟଣା ଘଟିଛି ବୋଲି ଦାୟୀ କରିଛନ୍ତି ଗ୍ରାମବାସୀ ।

ଦୀର୍ଘ ୫ବର୍ଷ ପାଇଁ ଗାଁ ପୋଖରୀକୁ ଗ୍ରାମର ଏକ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ବ୍ୟାଙ୍କ ଲୋନ କରି ମାଛ ଚାଷ କରିଥିଲେ । ପୋଖରୀ ଉପରେ ବିଦ୍ୟୁତ ତାର ଯାଇଥିବାରୁ ଅଧିକାଂଶ ସମୟ କରେଣ୍ଟ ଲାଗୁଛି। ଯେଉଁଥି ପାଇଁ ଏହି ମାଛଗୁଡିକ ମରିଛନ୍ତି । ତେଣୁ ତୁରନ୍ତ କ୍ଷତିପୂରଣ ଏବଂ ତାରକୁ ହଟାଇବା ପାଇଁ ଦାବି ହେଉଛି ।

ସେପଟେ ଜରପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସମସ୍ୟାର ସମାଧାନ ପାଇଁ ଓପିଟିସିଏଲ ଅଧିକାରୀଙ୍କ ସହ ଯୋଗାଯୋଗ କରିବେ ବୋଲି ପୋଲିସ କହିଛି । ଘଟଣାର ତଦନ୍ତ ଜାରି ରହିଛି।