Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

ପାରାଦୀପରେ ମାଛ ମଡକ : ଇଫ୍‌କୋ କମ୍ପାନୀର ଏସିଡ୍ ପାଣି ହୋଇଛି କାଳ

28/09/2019 at 2:51 PM

ପାରାଦୀପ ୨୮।୯: ପାରାଦୀପରେ ମାଛ ମଡକ । ବିଜୟଚାନ୍ଦପୁର କଳାବୁଦା ଘେରିରେ ବହୁ ପରିମାଣର ମାଛ ମରି ଭାସୁଥିବା ଦେଖିବାକୁ ମିଳିଛି । ଇଫକୋ କମ୍ପାନୀର ଏସିଡ ପାଣି ନଦୀରେ ମିଶି ମାଛ ମରୁଥିବାର ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ ଯେ, ପାରାଦୀପ ବିଜୟଚାନ୍ଦପୁର କଳାବୁଦା ଘେରିରେ ବହୁ ପରିମାଣର ମାଛ ମରି ଭାସୁଥବାର ଦେଖିବାକୁ ମିଳିଛି। ତେବେ ଏହି ଘେରି ନିକଟରେ ଥିବା ଇଫକୋ କମ୍ପାନୀରୁ ଏସିଡ ପାଣି ନଦୀରେ ମିଶିବାରୁ ଏଭଳି ଭାବରେ ମାଛ ମରିଥିବାର ଅଭିଯୋଗ ହୋଇଛି।

ଆଜି ସକାଳୁ ପ୍ରାୟ ବହୁ ପରିମାଣର ମାଛ ମରି କୂଳରେ ଭାସିବା ସହ ନଦୀ ମଝିରେ ମଧ୍ୟ ମରି ଭାସୁଥିବା ବେଳେ ସ୍ଥାନୀୟ ଲୋକେ ମାଛଗୁଡିକୁ ଧରି ନେଇ ଯାଇଛନ୍ତି। ତେବେ ଖବରପାଇ ଘେରିରେ ମାଛ ଚାଷ କରିଥିବା ମତ୍ସ୍ୟଜୀବୀ ଆସି ମଲା ମାଛଗୁଡିକୁ ଧରିବା ସହ ଇଫକୋ କମ୍ପାନୀର ଏସିଡ ପାଣି ମିଶିବା ନେଇ ଅଭିଯୋଗ କରିଛନ୍ତି।

   Related Posts