ରେମୁଣା ସୋନ ନଦୀରେ ମାଛ ମଡ଼କ, କ୍ବିଂଟାଲ କ୍ବିଂଟାଲ ମାଛ ଧରିଲେ ନଦୀ ତଟ ବାସୀ
25/02/2019 at 2:31 PM

ବାଲେଶ୍ବର ୨୫|୨ (ବ୍ରହ୍ମ ରଥ) : ରେମୁଣା ସୋନ ନଦୀରେ ଆଜିକୁ ୪ଦିନ ହେବ ଦେଖାଦେଇଛି ମାଛ ମଡ଼କ। କ୍ବିଂଟାଲ କ୍ବିଂଟାଲ ମାଛ ଅଧା ମୃତ ଓ କିଛି ମାଛ ମୃତ ଅବସ୍ଥାରେ ଭାସୁଥିବା ଦେଖିବାକୁ ମିଳିଛି। ନଦୀ ତଟରେ ଥିବା ଗାଁଗୁଡିକରୁ ଶହ ଶହ ଲୋକ ମାଛ ଧରିବାରେ ବ୍ୟସ୍ତ । ଶିଳ୍ପ ସଂସ୍ଥାଗୁଡ଼କିର ଦୂଷିତ ଜଳ ନଦୀକୁ ନିଷ୍କାସନ ହେତୁ ଏପ୍ରକାର ଘଟଣା ଘଟିଥିବା ଅନୁମାନ କରାଯାଉଛି । ତେବେ ଶିଳ୍ପ ସଂସ୍ଥାଗୁଡିକ ପକ୍ଷରୁ କୁହାଯାଇଛି କେହି ଦୁର୍ବୃତ୍ତ ପାଣିରେ ବିଷ ମିଶାଇ ଦେଇଛି । ଯାହା ଫଳରେ ଏମିତି ହେଉଛି ।

ବାଲେଶ୍ବରର ରେମୁଣା ଦେଇ ପ୍ରବାହିତ ହେଉଛି ସୋନ ନଦୀ । ମୟୂରଭଂଜରୁ ବାହାରି ବାଲେଶ୍ବରର ରେମୁଣା ବ୍ଲକ ଅନ୍ତର୍ଗତ ପତ୍ରିପାଳ , ଗନିପୁର,ମନ୍ଦାରପୁର ଇତ୍ୟାଦି ୪ଟିରୁ ଉର୍ଦ୍ଧ୍ବ ପଂଚାୟତ ଦେଇ ଆସି ବାରୁଣୀ ପୋଲ ନିକଟରେ ବୁଢ଼।ବଳଙ୍ଗରେ ମିଶିଛି। ରେମୁଣାରେ ରହିଛି ଛୋଟ ବଡ଼ ୩୦ରୁ ଉର୍ଦ୍ଧ୍ବ ଶିଳ୍ପ ସଂସ୍ଥା। କତେକ ଶିଳ୍ପ ସଂସ୍ଥା ସେମାନଙ୍କର ବର୍ଜ୍ୟ ଏହି ନଦୀକୁ ଛାଡ଼ିଦେଉଛନ୍ତି। ଯାହାଫଳରେ ନଦୀଜଳ ଖରାପ ହୋଇଯାଉଛି । ଅନେକ ସମୟରେ ସେଥତ୍ପାଇଁ ମାଛ ମରି ଯାଉଛନ୍ତି ।

ଗତ ୪ଦିନ ହେବ ସୋନ ନଦୀର ପତ୍ରିପାଳ ଓ ଗନିପୁର ପଂଚାୟତର ୩କିମି ପର୍ଯ୍ୟନ୍ତ ନଦୀରେ ମାଛ ମରି ଭାସୁଥିବା ଦେଖିବାକୁ ମିଳିଥିଲା। ନଦୀ ତଟରେ ଥିବା ୧୦ରୁ ଅଧିକ ଗାଁରର ଲୋକେ ନଦୀରୁ ଅଧାମରା କ୍ବିଂଟାଲ କ୍ବିଂଟାଲ ମାଛ ଧରିଥିବା ଜଣାପଡ଼ଛି। ଆଉ କିଛି ମାଛ ନଦୀପାଣଇରେ ମରି ଭାସୁଥିବାର ଦେଖିବାକୁ ମିଳିଛି। ଏପରିକି କଇଁଛ ମଧ୍ୟ ମରିଯାଇଛନ୍ତି। ଶିଳ୍ପ ସଂସ୍ଥା ଗୁଡ଼କିର ବିଷାକ୍ତ ପାଣି ପାଇଁ ମାଛ ମାନେ ମରି ଯାଇଥିବା ଲୋକେ କହିଛନ୍ତି।

ଅପର ପକ୍ଷରେ କତେକ ଶିଳ୍ପ ସଂସ୍ଥାର ମୁଖ୍ୟଙ୍କୁ ଏ ସଂପର୍କରେ ପଚାରିବାରୁ ଜଣାପଡ଼ଛି ଯେ, କିଛି ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତି ପ୍ରତ୍ୟକ ବର୍ଷ ଏହି ସମୟରେ ନଦୀର ଉପର ମୁଣ୍ଡରେ ବିଷ ପକାଇ ଦେବାହେତୁ ମାଛମାନେ ମରି ଯାଇଥାନ୍ତି। ଶିଳ୍ପ ସଂସ୍ଥା ଗୁଡ଼କିର ଗୋଟାଏ ଦଳ ଗତକାଲି ଯାଇ ଏହାର ଅନୁସନ୍ଧାନ କରିଆସିଛନ୍ତି।ଏବର୍ଷ ମଧ୍ୟ ସେହି ସମାନ ଘଟଣା ଘଟିଛି। ଶିଳ୍ପ ସଂସ୍ଥା ଗୁଡ଼କି ସେମାନଙ୍କର ଖରାପ ଜଳକୁ ମ୍ୟାସିନ ମାଧ୍ୟମରେ ସ୍ବଚ୍ଛ କରି ଚାଷ କାର୍ଯ୍ୟରେ ଲଗାଉଥିବା କହିଛନ୍ତି।

ଏ ସଂପର୍କରେ ପ୍ରଦୂଷଣ ବୋର୍ଡ ମଧ୍ୟ ନଜର ଦେବା ଦରକାର। ଶିଳ୍ପ ସଂସ୍ଥା ଗୁଡ଼କିର ବିଷାକ୍ତ ଜଳ ନିସ୍କାସନ ପାଇଁ ଏହା ଘଟୁଛି ନା ବିଷ ପକାଇବା ହେତୁ ଏହା ଘଟୁଛି ସେ ସଂପର୍କରେ ପ୍ରଦୂଷଣ ବିଭାଗ ଅନୁଧ୍ୟାନ କରିବାକୁ ସାଧାରଣରେ ଦାବି ହୋଇଛି। ପ୍ରଦୂଷଣ ବିଭାଗ ଏ ସଂପର୍କରେ ଆଜି ଅବଗତ ହୋଇଛି। ସେମାନେ ନଦୀ ନିକଟକୁ ଯାଇ ପାଣିର ମାନ ପରୀକ୍ଷା କରିବା ସହ କଣ ପାଇଁ ମାଛ ସବୁ ମରିଛନ୍ତି ସେ ସଂପର୍କରେ ଅବଗତ ହେବା ପରେ ବିହିତ ପଦକ୍ଷେପ ଗ୍ରହଣ କରିବୋଲି ସହକାରୀ ପରିବେଶ ବୌଜ୍ଞାନିକ କହିଛନ୍ତି।

ପ୍ରଦୂଷଣ ବିଭାଗ ଏ ସଂପର୍କରେ ଅନୁଧ୍ୟାନ କରି ଏହାର କାରଣ ଲୋକ ଲୋଚନକୁ ଆଣଇବା ଦରକାର। ଯେଉ ମାନେ ଏପ୍ରକାର ପାଣିକୁ ବିଷାକ୍ତ କରୁଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯୟାନୁଷ୍ଠାନ ଗ୍ରହଣ କଲେ ଯାଇ ଅଂଚଳବାସୀ ନଦୀରୁ ଭଲ ପାଣି ପାଇ ପାରିବେ ଓ ନଦୀରୁ ମାଛ ବଂଶ ଲୋପ ପାଇବ ନାହଁ।