ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ବହି ଛପା ସମସ୍ୟା ପ୍ରସଙ୍ଗରେ ଉଚ୍ଚସ୍ତରୀୟ ବୈଠକ ବସି ସମାଧାନ କରାଯିବ : ଗଣଶିକ୍ଷା ମନ୍ତ୍ରୀ

Published By : Prameya-News7 Bureau | December 03, 2019 IST

ଭୁବନେଶ୍ବର ୩।୧୨: ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ପାଠ୍ୟପୁସ୍ତକ ଛପାରେ ଆଉ ସମସ୍ୟା ରହିବନାହିଁ । ଏ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ବସି ସମସ୍ୟାର ସମାଧାନ କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି ।

ପାଠ୍ୟପୁସ୍ତକର ବିଷୟବସ୍ତୁ ବିକ୍ରୟ ଓ ଉତ୍ପାଦନ ନିର୍ଦ୍ଦେଶାଳୟକୁ ସମୟରେ ମିଳିନାହିଁ । ମାଧ୍ୟମିକ ଶିକ୍ଷା ବୋର୍ଡ ଏଥିରେ ଅବହେଳା ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ପ୍ରଥମେ ନ୍ୟୁଜ୍ ସେଭେନ୍ ଖବର ପ୍ରସାରଣ କରିଥିଲା ।

ଯାହାକୁ ନେଇ ଆସନ୍ତା ଶିକ୍ଷାବର୍ଷରେ ନବମ ଓ ଦଶମ ପିଲାଙ୍କୁ ବହି ମିଳିବା ନେଇ ଆଶଙ୍କା ଦେଖାଦେଇଥିଲା । ଏ ପ୍ରସଙ୍ଗ ମନ୍ତ୍ରୀଙ୍କ ସମ୍ମୁଖକୁ ଆସିବା ପରେ ମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକ ଡାକି ସମସ୍ୟା ସମାଧାନର ବାଟ ବାହାର କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.