ବାଂଲାଦେଶର ପୂର୍ବତନ ଅଧିନାୟକ ମସରଫ ମୋର୍ତାଜା କରୋନା ପଜିଟିଭ୍ ଚିହ୍ନଟ

Published By : Prameya-News7 Bureau | June 20, 2020 IST

ଢାକା, ୨୦|୦୬ :   ସାରା ବିଶ୍ୱରେ କରୋନା ଆତଙ୍କ ଜାରି ରହିଛି । ବାଂଲାଦେଶ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମସରଫ ମୋର୍ତାଜା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଶୁକ୍ରବାର ସେ ନିଜର ନମୂନା ପରୀକ୍ଷଣ ପାଇଁ ପଠାଇଥିଲେ । ଶନିବାର ତାଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି ।

ମୋର୍ତାଜାଙ୍କ ସାନ ଭାଇ ମୋର୍ସାଲିନ୍ କହିଛନ୍ତି ଯେ. ମସରଫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେ ଏବେ ଘରେ ରହିଛନ୍ତି । ଏବେ ବାଂଲାଦେଶରେ ପ୍ରାୟ ୨ ଲକ୍ଷ କରୋନା ମାମଲା ସାମ୍ନାକୁ ଆସିଛି । ଏହାସହ ୧୪୨୫ଜଣ ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି ।

ମୋର୍ତାଜାଙ୍କ ଶାଶୁ ମଧ୍ୟ ନିକଟରେ କୋଭିଡ-୧୯ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଜୁନ ୧୫ରେ ସେ ସଂକ୍ରମିତ ହୋଇଥିବା ଜଣାପଡିଥିଲା । ତେବେ କରୋନା ଆତଙ୍କ ମଧ୍ୟରେ ମୋର୍ତାଜା ବାଂଲାଦେଶରେ ଅନେକ ଲୋକଙ୍କୁ ସାହାଯ୍ୟ କରିଥିଲେ । ସେମାନଙ୍କ ଘରେ ରାସନ ସାମଗ୍ରୀ ଓ ଟଙ୍କା ପହଁଚାଇଥିଲେ । ଏପରିକି ସେ ତାଙ୍କର ୧୮ ବର୍ଷ ପୁରୁଣା ବ୍ରେସଲେଟ୍ ମଧ୍ୟ ବିକ୍ରି କରିଦେଇଥିଲେ ।

ଗତ ସପ୍ତାହରେ ସେ ଅସୁସ୍ଥତା ଅନୁଭବ କରି ଦଳର ଏକ ବୈଠକରେ ଯୋଗ ଦେଇନଥିଲେ । ଫଳରେ ତାଙ୍କ ସାଥୀ ଖେଳାଳି କରୋନାରୁ ବର୍ତ୍ତିଯାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.