ମାସୁଦ ଆଝାରକୁ ଗ୍ଲୋବାଲ୍ ଆତଙ୍କୀ ଘୋଷଣା ଉପରେ ଆଜି ଶୁଣାଣି

Published By : Prameya-News7 Bureau | March 13, 2019 IST

ନୂଆଦିଲ୍ଲୀ ୧୩|୩ : ମାସୁଦ ଆଝାରକୁ ଗ୍ଲୋବାଲ୍ ଆତଙ୍କୀ ଘୋଷଣା ଉପରେ ଆଜି ରହିଛି ଶୁଣାଣି । ୟୁଏନ୍ ସିକ୍ୟୁରିଟି କାଉନସିଲରେ ଏନେଇ ଆଜି ଶୁଣାଣି ହେବ । ପୁଲୱାମା ଆତଙ୍କୀ ହମଲା ପରେ ଜୈସ୍-ଏ-ମହମ୍ମଦର ମୁଖିଆ ତଥା ଆତଙ୍କୀ ମାସୁଦକୁ ଗ୍ଲୋବାଲ ଆତଙ୍କବାଦୀ ଘୋଷଣା ନେଇ ଭାରତ ୟୁଏନ୍ ସିକ୍ୟୁରିଟି କାଉନସିଲ୍ ଉପରେ ଚାପ ପକାଇ ଆସୁଥିଲା । ମାସୁଦଦୁ ଗ୍ଲୋବାଲ ଆତଙ୍କୀ ଘୋଷଣା ନେଇ ଆମେରିକା, ରୁଷ ଭଳି ଦେଶ ଭାରତକୁ ସମର୍ଥନ କରିସୁଥିବା ବେଳେ ଚୀନ୍ କିନ୍ତୁ ଏଥିରେ ସହମତି ପ୍ରକାଶ କରୁନାହିଁ ।

ଆମେରିକା ଯୁକ୍ତ ରଖିଛି ମାସୁଦ ଆଝାରକୁ ଆତଙ୍କବାଦୀ ଘୋଷଣା କରାଯିବାର ଆବଶ୍ୟକତା ରହିଛି । କାରଣ ଜୈସ୍-ଏ-ମହମ୍ମଦ ସଂଗଠନ ଆତଙ୍କବାଦୀ କାର୍ଯ୍ୟକଳାପରେ ସଂପୃକ୍ତି ରହିଛି । ମାସୁଦକୁ ଆତଙ୍କବାଦ ଘୋଷଣା କରାନଗଲେ ସେହି ଅଞ୍ଚଳର ଆଞ୍ଚଳିକ ଶାନ୍ତି ଭଙ୍ଗ ହେବ । ତେଣୁ ମାସୁଦକୁ ଆତଙ୍କବାଦୀ ଘୋଷଣା କରିବାକୁ ଚୀନକୁ ଏକପ୍ରକାର ସିଧାସିଧା ଜଣାଇ ଦେଇଛି ଆମେରିକା । ତେବେ ଆଜି ଶୁଣାଣି ପୂର୍ବରୁ ଚୀନ୍ ମାସୁଦ ସଂପର୍କରେ ଅଧିକ ପ୍ରମାଣ ମାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.