Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ଆତଙ୍କୀ ସଂଗଠନ ଜୈଶ ମୁଖ୍ୟ ମାସୁଦ ଆଜାହାରକୁ ଜାତିସଙ୍ଘ ବିଶ୍ବ ଆତଙ୍କବାଦୀ ଘୋଷଣା ପୂର୍ବରୁ ପୁଣି ବେଜିଂର କେଁ

13/03/2019 at 6:41 PM

ନୂଆଦିଲ୍ଲୀ୧୩|୩: ଆତଙ୍କୀ ସଂଗଠନ ଜୈଶ ମୁଖ୍ୟ ମାସୁଦ ଆଜାହାରକୁ  ଜାତିସଙ୍ଘ ବିଶ୍ବ ଆତଙ୍କବାଦୀ ଘୋଷଣା ପୂର୍ବରୁ ବେଜିଂର କେଁ । ଜାତିସଂଘ ସୁରକ୍ଷା ପରିଷଦର ପ୍ରସ୍ତାବକୁ ବେଜିଂ ପୁଣି ଥରେ ଭିଟୋ କ୍ଷମତା ବ୍ୟବହାର କରି ଅଟକାଇବାର ଦେଇଛି ସଙ୍କେତ ।  ସେପଟେ ଜାତିସଂଘ ମାନବାଧିକାର ବୈଠକରେ ପାକିସ୍ତାନକୁ ଘେରିଛି ଭାରତ। ଆଉ ବାଲାକୋଟ ଏୟାର ଷ୍ଟ୍ରାଇକ୍‌ର ଏକ ନୂଆ ଭିଡିଓ  ପାକିସ୍ତାନର ପର୍ଦ୍ଦାଫାଶ କରିଛି।

ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ମାସୁଦ ଆଝାର କୁ ବିଶ୍ବ ଆତଙ୍କବାଦୀ ଘୋଷଣା କରାଯିବ ନା ନାହିଁ ତାହା ସ୍ପଷ୍ଟ ହୋଇଯିବ । ନଜର ରହିଛି ଚୀନ ଉପରେ। ତେବେ ପ୍ରସ୍ତାବକୁ ବେଜିଂ ପୁଣି ଥରେ ବିରୋଧ କରିବ ବୋଲି ସଙ୍କେତ ଦେଇଛି । ବିବାଦର ସମାଧାନ ପାଇଁ ଯେଉଁ ନିଷ୍ପତ୍ତି ସମସ୍ତଙ୍କ ପାଇଁ ଗ୍ରହଣୀୟ ହେବ ସେ ଦିଗରେ ବିଚାର କରାଯିବା ଉଚିତ ବୋଲି ଚୀନ ବୈଦେଶିକ ମୁଖପାତ୍ର ଲୁ କାଙ୍ଗ କହିଛନ୍ତି । ପୂର୍ବରୁ ମଧ୍ୟ ତିନି ତିନି ଥର ଭାରତର ପ୍ରସ୍ତାବକୁ ଚୀନ ଭିଟୋ ପ୍ରୟୋଗ କରିଛି। 

ତେବେ ଏଥର ପୁଲୱାମା ଘଟଣା ପରେ ଆମେରିକା,ଫ୍ରାନ୍ସ ଓ ବ୍ରିଟେନ ଆଜାହାରକୁ ବିଶ୍ସ ଆତଙ୍କବାଦୀ ଘୋଷଣା କରିବାକୁ ଗତ ଫେବୃଆରୀରେ ୨୭ରେ ସାନି ପ୍ରସ୍ତାବ ଦେଇଥିଲେ। ଜାତିସଂଘ ସୁରକ୍ଷା ପରିଷଦର ୧୨୬୭ ଅଲକାଏଦା ସାଙ୍କସନ କମିଟିରେ ଏହି ପ୍ରସ୍ତାବ ଉପରେ  ନିଷ୍ପତ୍ତି ନିଆଯିବାର ଅଛି ।  

ଆମେରିକା ମଧ୍ୟ ଆଜି ଚୀନକୁ ଏଦିଗରେ ସମର୍ଥନ ଦେବା ଲାଗି ପରୋକ୍ଷରେ ଅପିଲ କରିଛି। ମାସୁଦକୁ ବିଶ୍ବ ଆତଙ୍କବାଦୀ ଘୋଷଣା କରାନଗଲେ ଦକ୍ଷିଣ ଏସିଆରେ ଶାନ୍ତି ଓ ସ୍ଥିରତା ପ୍ରତି ଏହା ବିପଦ ସୃଷ୍ଟି କରିବ ବୋଲି କରିଛନ୍ତି ଆମେରିକା ବୈଦେଶିକ ମୁଖପାତ୍ର।

ସେପଟେ ଗତକାଲି ଜେନିଭାରେ ଜାତିସଂଘର ମାନବାଧିକାର ବୈଠକରେ ପାକିସ୍ତାନକୁ  ଘେରିଛି ଭାରତ । ପାକିସ୍ତାନର ସୀମା ପାର ଆତଙ୍କବାଦ ଯୋଗୁଁ ବ୍ୟାପକ ମାନବାଧିକାର ଉଲଂଘନ ହେଉଛି ବୋଲି ଭାରତ ଦର୍ଶାଇଛି। ସେହିପରି ପାକ୍‌ ଅଧିକୃତ କାଶ୍ମୀରର କିଛି ମାନବାଧିକାର କର୍ମୀ ପାକିସ୍ତାନର ପୋଲ୍‌ ଖୋଲିଛନ୍ତି। ପୁଲୱାମା ଆକ୍ରମଣରେ ପାକିସ୍ତାନ ସଂପୃକ୍ତ ଏବଂ ପାକିସ୍ତାନ ଗିଲ୍‌ଗିଟ ବାଲତିସ୍ତାନକୁ ଚୀନକୁ ବିକିଦେଇଥିବାରୁ ଚୀନ ଏଜେଣ୍ଡାରେ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଉଛନ୍ତି ବୋଲି ମାନବାଧିକାର କର୍ମୀ ଜୁନେଦ କ୍ୟୁରେସି କହିଛନ୍ତି।

ଏତିକିବେଳେ ଏକ ନୂଆ ଭିଡିଓ ବାଲାକୋଟ ଏୟାର ଷ୍ଟ୍ରାଇକ୍‌ର ସତ ପଦାକୁ ଆଣିଥିବା କୁହାଯାଉଛି । ଏହି ଭିଡିଓ ପାକିସ୍ତାନରେ କାର୍ଯ୍ୟକରୁଥିବା ଜଣେ ଆମେରିକୀୟ ମାନବାଧିକାର କର୍ମୀ ସେଞ୍ଜେ ହାସନାନ ସେରିନ ଟ୍ବିଟ କରି କହିଛନ୍ତି ବାଲାକୋଟ ପରେ ପାକିସ୍ତାନ ବହୁତ କିଛି ଲୁଚାଉଛି। ଏପରିକି ଶତାଧିକ ମୃତଦେହ ଖାଇବର ପଖତୁଖୱାନକୁ ପଠାଇ ଦିଆଯାଇଥିବା ସୂଚନା ମିଳୁଛି.

ଆଜି ଜଣାଯିବ ମାସୁଦ ଆଝାରର ଭବିଷ୍ୟତ କଣ ହେବ। ଚୀନ ଭିଟୋ ପ୍ରୟୋଗ କଲେ ବି ଏହା ଭାରତର ଆଭିମୁଖ୍ୟକୁ କିନ୍ତୁ ଦୁର୍ବଳ କରିବନି। ପାକିସ୍ତାନ ଯେ ଘେରାବନ୍ଦୀରେ ରହିଛି ତାହା ସ୍ପଷ୍ଟ ହେଉଛି।  

   Related Posts