Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜୈସ ଆତଙ୍କୀ ସଂଗଠନ ମୁଖ୍ୟ ମାସୁଦ ଆଝାରକୁ ଅନ୍ତରାଷ୍ଟ୍ରୀୟ ଆତଙ୍କବାଦ ଘୋଷଣା : ବ୍ଲାକ ଲିଷ୍ଟ କଲା ଜାତିସଂଘ

1/05/2019 at 7:10 PM

ନୂଆଦିଲ୍ଲୀ ୧/୫ : ଜୈସ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନ ମୁଖ୍ୟ ମାସୁଦ ଆଝାରକୁ ଅନ୍ତରାଷ୍ଟ୍ରୀୟ ଆତଙ୍କୀ ଘୋଷଣା କରିଦିଆଯାଇଛି | ଜାତିସଂଘ ମାସୁଦର ନାଁକୁ ବ୍ଲାକ ଲିଷ୍ଟ କରିଦେଇଛି | ବହୁ ଦିନରୁ ଭାରତ ମାସୁଦକୁ ଅନ୍ତରାଷ୍ଟ୍ରୀୟ ଆତଙ୍କୀ ଘୋଷଣା କରିବାକୁ ଦାବି କରିଥିଲା | ମାସୁଦକୁ ଅନ୍ତରାଷ୍ଟ୍ରୀୟ ଆତଙ୍କୀ ଘୋଷଣା କରିବାକୁ ନେଇ ଚୀନ କୌଣସି ମତାମତ ଦେଇନି | ମାସୁଦ ଆଝାର ଭାରତରେ ଅନେକ ବଡ ବଡ ଆତଙ୍କୀ ହମଲା କରିଥିବା ଅଭିଯୋଗ ରହିଛି | ସଂସଦରେ ହମଲା, ପୁଲୱାମାରେ ଆତ୍ମଘାତୀ ହମଲା, ପଠାନକୋଟ ହମଲା, ଉରୀ ହମଲା ଆଦି ପଛରେ ମାସୁଦର ହାତ ରହିଛି | ଫେବୃଆରୀ ୧୪ ତାରିଖରେ ପୁଲୱାରେ ହୋଇଥିବା ଆତ୍ମଘାତୀ ହମଲା ପଛରେ ମଧ୍ୟ ମାସୁଦର ଷଡଯନ୍ତ୍ର ଥିବା ସ୍ପଷ୍ଟ ହୋଇଥିଲା |


ସୂଚନାଯୋଗ୍ୟ ଯେ, ମାସୁଦ ୧୯୬୮ ମସିହାରେ ପାକିସ୍ତାନର ବାହାବଳପୁରରେ ଜନ୍ମ ହୋଇଥିଲା | ମାସୁଦର ୧୧ ଜଣ ଭାଇ ଭଉଣୀ | ୧୧ ଭାଇ ଭଉଣୀ ମଧ୍ୟରୁ ସେ ୧୦ ନମ୍ବର | ମାସୁଦର ବାପା ଏକ ସରକାରୀ ସ୍କୁଲରେ ହେଡ଼ ମାଷ୍ଟର ଥିଲେ | ମାସୁଦ କରାଚୀର ଜମିରେ ଉଲୁମ ଇସ୍ଲାମିଲାରେ ପଢିଥିଲା | ପ୍ରଥମଥର ପାଇଁ ମାସୁଦକୁ ୧୯୯୪ ମସିହାରେ ଶ୍ରୀନଗରରେ ଗିରଫ କରାଯାଇଥିଲା | କାନ୍ଦାହାର ବିମାନ କାଣ୍ଡ ପରେ ମାସୁଦକୁ ଗିରଫ କରାଯାଇଥିଲା | ଜେଲରୁ ବାହାରିବା ପରେ ୨୦୦୦ ମସିହାରେ ମାସୁଦ ଜୈସ ଆତଙ୍କୀ ସଂଗଠନ ତିଆରି କରିଥିଲା | ଏହି ସଂଗଠନର ମୂଳ ଲକ୍ଷ୍ୟ ଥିଲା ଭାରତରେ ଆତଙ୍କବାଦ ହମଲା କରାଇବା | ୨୦୦୧ ମସିହାରେ ସଂସଦରେ ମାସୁଦ ହମଲା କରାଇଥିଲା | ତାକୁ ପାକିସ୍ତାନରେ ଗିରଫ କରାଯାଇଥିଲା | କିନ୍ତୁ ତା ବିରୋଧରେ କୌଣସି ପ୍ରମାଣ ନ ମିଳିବାରୁ ଲାହୋର ହାଇକୋର୍ଟ ତାକୁ ଛାଡିଦେଇଥିଲେ | ୨୦୦୨ ମସିହାରେ ଆମେରିକାର ସାମ୍ବାଦିକ ଡେନିୟାଲଙ୍କୁ ହତ୍ୟା କରିବା ପଛରେ ମାସୁଦ ହାତ ଥିଲା | ଏହାପରେ ଆମେରିକା ମାସୁଦକୁ ମାଗିଥିଲେ | ୨୦୦୩ ମସିହାରେ ପରଭେଜ ମୁସାରଫଙ୍କ ଉପରେ ମଧ୍ୟ ଆତ୍ମଘାତୀ ହମଲା ହୋଇଥିଲା | ଏହାପରେ ତା’ ଉପରେ ପ୍ରତିବନ୍ଧକ ଲଗାଇ ଦିଆଯାଇଥିଲା |

   Related Posts