ବଞ୍ଚିଛି ମାସୁଦ : ସ୍ପଷ୍ଟ କଲା ପାକିସ୍ତାନୀ ଖବରକାଗଜ, ଲୁଚିଛି ଗୁପ୍ତ ଜାଗାରେ

Published By : Prameya-News7 Bureau | March 05, 2019 IST

ଦିଲ୍ଲୀ ୫/୩ : ଆତଙ୍କବାଦ ସଂଗଠନ ଜୈସ-ଏ-ମହମ୍ମଦର ମୁଖ୍ୟ ମାସୁଦ ଆଝାର ମରିନାହିଁ, ବଂଚିଛି | ବଞ୍ଚିଛି କିନ୍ତୁ ଅସୁସ୍ଥ ଅଛି | ସେ ଏତେ ଅସୁସ୍ଥ ଅଛି ଯେ, ଚଲାବୁଲା ବି କରିପାରୁ ନାହିଁ | ଏବେ ସେ ବାହାବଳପୁର ନିକଟସ୍ଥ ଘୋଟଘନ୍ନି ଅଂଚଳର ଏକ ଗୁପ୍ତ ଜାଗାରେ ଥିବା ଜଣାପଡିଛି | ତାର ଦେଖାରଖା ପାଇଁ ତାର କମାଣ୍ଡର ଏବଂ ପାକିସ୍ତାନୀ ସ୍ପେଶାଲ ସର୍ଭିସ ଗ୍ରୁପର ୧୦ ଜଣ କମାଣ୍ଡୋ ଅଛନ୍ତି | ଏମାନେ ୨୪ ଘଣ୍ଟା ମାସୁଦର ଦେଖାରଖା କରୁଛନ୍ତି | ନିଜ ଲୋକଙ୍କୁ ସାକ୍ଷାତ କରିବା ପାଇଁ ମଧ୍ୟ ମାସୁଦକୁ ଅନୁମତି ଦିଆଯାଇନାହିଁ |


ମାସୁଦ ଥିବା ଅଂଚଳ ପାକିସ୍ତାନର ସବୁଠାରୁ ସୁରକ୍ଷିତ ଜାଗା | ସେଠାକୁ ଯିବା ପାଇଁ ପାକିସ୍ତାନୀ ମିଡ଼ିଆ, ସାଧାରଣ ଜନତା କିମ୍ବା ଜୈସର ଟପ କମାଣ୍ଡରଙ୍କୁ ମଧ୍ୟ ଯିବା ପାଇଁ ଅନୁମତି ମିଳିନଥାଏ | ପାକିସ୍ତାନ ମିଡ଼ିଆର ଦାବି ଅନୁଯାୟୀ, ମାସୁଦ ଏବେ ମଧ୍ୟ ବଞ୍ଚିଛି | ପାକିସ୍ତାନୀ ମିଡ଼ିଆ ଏବଂ ଗୁଇନ୍ଦା ସୂତ୍ର ଅନୁସାରେ, ମାସୁଦ ଆଝାରକୁ ପୁଲୱାମା ହମଲାର କିଛି ଘଣ୍ଟା ପରେ ଅର୍ଥାତ ୧୪ ତାରିଖ ରାତିରେ ହିଁ ରାୱଲପିଣ୍ଡି ସ୍ଥିତ ମିଲିଟାରୀ ହସ୍ପିଟାଲରୁ ବାହାବଳପୁର ନିକଟସ୍ଥ ଘୋଟଘନ୍ନିକୁ ସ୍ଥାନାନ୍ତର କରାଯାଇଥିଲା | ଆଇଏସଆଇ ଦାୟିତ୍ୱରେ ମାସୁଦକୁ ସ୍ଥାନାନ୍ତର କରାଯାଇଥିଲା | ମାସୁଦର ସୁରକ୍ଷା ମଧ୍ୟ ବଢ଼ାଇ ଦିଆଯାଇଥିଲା | ମାସୁଦକୁ ଜୈସର ବିଶ୍ୱାସଯୋଗ୍ୟ କମାଣ୍ଡର ସହ ସ୍ଥାନାନ୍ତର କରାଯାଇଥିଲା |

{"id":90865}


ଆଉ ଏକ ମିଡ଼ିଆ ରିପୋର୍ଟ ଅନୁଯାୟୀ, ମାସୁଦ ଗତ ୪ ମାସ ହେଲା ଅସୁସ୍ଥ ଅଛି | ଗତ ୪ ମାସ ହେଲା ସେ ଅଧିକାଂଶ ସମୟରେ ହସ୍ପିଟାଲରେ ହିଁ ଥାଏ | ହସ୍ପିଟାଲରେ ଥାଇ ସଂଗଠନକୁ କଣ୍ଟ୍ରୋଲ କରୁଥିଲା ଏବଂ ହମଲା ଷଡଯନ୍ତ୍ର ରଚିଥିଲା | ପାକିସ୍ତାନର ବୈଦେଶିକ ମନ୍ତ୍ରୀ ମେହମୁଦ କୁରେସି ମଧ୍ୟ କିଛି ଦିନ ପୂର୍ବରୁ ମାସୁଦ ଅସୁସ୍ଥ ଥିବା ସୂଚନା ଦେଇଥିଲେ |


ପୁଲୱାମା ହମଲାର ୯ ଦିନ ପୂର୍ବରୁ, ଫେବୃଆରୀ ୫ ତାରିଖରେ ମାସୁଦ ଏକ ଅଡିଓ ଟେପ ଜାରି କରିଥିଲା | ଭାରତୀୟ ସେନା ହାତରେ ନିହତ ହୋଇଥିବା ମାସୁଦର ପୁତୁରାର ମୃତ୍ୟୁର ପ୍ରତିଶୋଧ ନେବ ବୋଲି ସେ କହିଥିଲେ | ଏହି ଅଡିଓ ମଧ୍ୟ ସେ ହସ୍ପିଟାଲ ଥାଇ ଜାରି କରିଥିଲା |

{"id":90866}


ରବିବାର ଦିନ ସନ୍ଧ୍ୟାରେ ମାସୁଦ ଆଝାରର ମୃତ୍ୟୁ ଖବର ସୋସିଆଲ ମିଡ଼ିଆରେ ନିଆଁ ଭଳି ଖେଳି ଯାଇଥିଲା | କିନ୍ତୁ ଏନେଇ ପାକିସ୍ତାନ କିଛି ସ୍ପଷ୍ଟ କରିନଥିଲା | ସୋମବାର ଦିନ ପାକିସ୍ତାନ ମିଡ଼ିଆ ମାସୁଦ ଆଝାରର ମୃତ୍ୟୁ ଖବରକୁ ଖଣ୍ଡନ କରିଥିଲା | ପେଶୱାରର ଏକ ଖବରକାଗଜରେ ଆଜି ଏହି ଖବର ଛପା ଯାଇଥିଲା ଯେ, ଭାରତୀୟ ମିଡ଼ିଆ ଦାବି କରୁଥିବା ମାସୁଦର ମୃତ୍ୟୁ ଖବର ଭୁଲ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.