Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣାକଲା ଆପ୍‌, ତାଲିକାରେ ଅନେକ ଉଚ୍ଚ ଶିକ୍ଷିତ
  • ||
  • ଆସେସ୍‌ ସିରିଜ୍ କବଜା କଲା ଅଷ୍ଟ୍ରେଲିଆ, ଇଂଲଣ୍ଡକୁ ୪-୦ରେ ମୂଳପୋଛ କରି ଇତିହାସ ରଚିଲା କଙ୍ଗାରୁ ବାହିନୀ
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ରେକର୍ଡ ୪୪୫୨ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୦୦୩ଜଣ ଡିସଚାର୍ଜ
  • ||
  • ମୋହନା: ଅଟୋ-ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ, ୭ ଆହତ
  • ||
  • ବଣାଇ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଡୁଛି ତାଟିକବାଟ
  • ||
  • ଟେକ୍ସାସରେ ୪ ଜଣଙ୍କୁ ପଣବନ୍ଦୀ : ପାକିସ୍ତାନୀ ବୈଜ୍ଞାନିକଙ୍କୁ ମୁକ୍ତ କରିବାକୁ ଦାବି, ଘଟଣାସ୍ଥଳରେ ଏଫବିଆଇ ଓ ସ୍ୱାଟ୍ ଟିମ୍
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୧କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଡେଇଁଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୧୭୭ କୋଭିଡ୍ ପଜିଟିଭ୍, ୧୧୩୩୯୧୨ରେ ପହଞ୍ଚିଲା ସଂଖ୍ୟା
  • ||
  • ନିଶାରେ ୩ ବାଇକକୁ ଧକ୍କା ଦେଲେ କାର୍ ଡ୍ରାଇଭର, ଓଲଟା ପୋଲିସକୁ କଲେ ଗାଳିଗୁଲଜ
  • ||
  • ଫାଟିଗଲା ମୋବାଇଲ ବ୍ୟାଟେରୀ, ନାବାଳକ ଗୁରୁତର : ପଥରରେ ଛେଚୁଥିବା ବେଳେ ଅଘଟଣ
  • ||

କେବେ ରକ୍ତ ରଞ୍ଜିତ ଥିଲା ଏହି ମହିଳାଙ୍କ ହାତ : ଲୋକଙ୍କ ସାହାଯ୍ୟ ପାଇଁ ଏବେ ତିଆରି କରୁଛନ୍ତି ମାସ୍କ

18/04/2020 at 2:28 PM

ଭୋପାଳ ୧୮/୦୪ : ଜେଲରେ ସଜା କାଟୁଥିବା ମହିଳାଙ୍କୁ କରୋନା ସଙ୍କଟ ସମୟରେ ପଶ୍ଚାତାପ କରିବା ପାଇଁ ମଉକା ମିଳିଛି | ଯେଉଁ ମହିଳା କଏଦୀଙ୍କ ହାତ କେବେ ଦିନେ ରକ୍ତ ରଞ୍ଜିତ ହୋଇଥିଲା ସେମାନେ ବର୍ତ୍ତମାନ ଏହି ମହାମାରୀ ବିପଦ ସମୟରେ ଲୋକଙ୍କ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି | ଏହି ମହିଳା କଏଦୀ ବର୍ତ୍ତମାନ ମାସ୍କ ତିଆରି କରୁଛନ୍ତି | ଜେଲରେ ଥାଇ ଏମାନେ ଦିନ ରାତି ମାସ୍କ ତିଆରି କରୁଛନ୍ତି | ଏଥିରେ ମହିଳାମାନଙ୍କୁ ସେମାନଙ୍କ ଛୋଟ ଛୋଟ ଶିଶୁ ମଧ୍ୟ ସାହାଯ୍ୟ କରୁଛନ୍ତି ଯେଉଁମାନେ ମା’ ସହ ଜେଲରେ ରହୁଛନ୍ତି |

ଭୋପାଳ ସେଣ୍ଟ୍ରାଲ ଜେଲ ୧୩ ଜଣ ମହିଳା କଏଦୀ ସଜା କାଟୁଛନ୍ତି | ଏମାନଙ୍କ ସହିତ ତାଙ୍କ ଛୋଟ ଶିଶୁ ମଧ୍ୟ ରହୁଛନ୍ତି |୬ ବର୍ଷରୁ କମ ବୟସ ଶିଶୁ ମା’ମାନଙ୍କ ସହ ରହୁଛନ୍ତି | କରୋନା ବିପଦକୁ ଏଡ଼ାଇବା ପାଇଁ ଜେଲରେ ମାସ୍କ ତିଆରି କରାଯାଉଛି | ଭୋପାଳ ସେଣ୍ଟ୍ରାଲ ଜେଲରେ ପୁରୁଷ କଏଦୀଙ୍କ ସହ ୧୩ ଜଣ ମହିଳା କଏଦୀ ମାସ୍କ ତିଆରି କରୁଛନ୍ତି | ଏହି ମହିଳାମାନେ ମାସ୍କ ତିଆରି କଲାବେଳେ ଏହି ଛୋଟ ଛୋଟ ଶିଶୁ ମା’ମାନଙ୍କୁ ସାହାଯ୍ୟ କରିଥାନ୍ତି | ଜେଲ ଅଧିକାରୀ କହିଛନ୍ତି ଯେ ଏହି ୧୩ ଜଣ ମହିଳା କଏଦୀଙ୍କ ମଧ୍ୟରୁ ଅଧିକାଂଶ ମହିଳା ହତ୍ୟା ମାମଲାରେ ସଜା କାଟୁଛନ୍ତି |

ଭୋପାଳ ସେଣ୍ଟ୍ରାଲ ଜେଲ ଅଧିକ୍ଷକ ଦୀନେଶ ନରଗାବେ କହିଛନ୍ତି ଯେ, ଜେଲରେ ତିଆରି ହେଉଥିବା ମାସ୍କକୁ ୧୦ ଟଙ୍କାରେ ବିକ୍ରି କରାଯାଉଛି | ଏହି ମାସ୍କର ଚାହିଦା ବହୁତ | କାରଣ ଏହି ମାସ୍କ ଭଲ କପଡାରେ ତିଆରି କରାଯାଉଛି | ପୋଲିସ ବିଭାଗ, ସ୍ୱାସ୍ଥ୍ୟ ବିଭାଗ ସହ ଅନ୍ୟ ବିଭାଗକୁ ମଧ୍ୟ ଏହି ମାସ୍କ ଯୋଗାଇ ଦିଆଯାଉଛି | ଘରୋଇ କମ୍ପାନୀଗୁଡିକରେ ମଧ୍ୟ ଏହି ମାସ୍କର ଚାହିଦା ଅଧିକ ବୋଲି କହିଛନ୍ତି ଜେଲ ଅଧିକ୍ଷକ | କିଛି ଘରୋଇ ହସ୍ପିଟାଲକୁ ଅନ୍ୟ ଜାଗାକୁ ମଧ୍ୟ ମାସ୍କ ପଠା ଯାଉଛି | ଚାହିଦାକୁ ଦୃଷ୍ଟିରେ ରଖି ଜେଲରେ ମାସ୍କ ତିଆରି କରାଯାଉଛି | ଯେଉଁ ମହିଳା କଏଦୀମାନଙ୍କୁ ମାସ୍କ ତିଆରି କାମରେ ଲଗାଯାଇଛି ସେମାନଙ୍କୁ ସିଲେଇ ମଧ୍ୟ ଭଲ ଭାବେ ଆସେ | ଭୋପାଳ ସେଣ୍ଟ୍ରାଲ ଜେଲ ସହ ରାଜ୍ୟର ଅନ୍ୟ ଜିଲ୍ଲାଗୁଡିକରେ ଥିବା ଜେଲରେ ମଧ୍ୟ ମାସ୍କ ତିଆରି କରାଯାଉଛି |

ଭୋପାଳ ସେଣ୍ଟ୍ରାଲ ଜେଲରେ ଥିବା ୧୩ ଜଣ ମହିଳା କଏଦୀଙ୍କ ଶିଶୁ ଅଛନ୍ତି | ଜେଲ ନିୟମ ଅନୁଯାୟୀ ୬ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁଙ୍କୁ ମା’ ସହ ରହିବାକୁ ଅନୁମତି ଦିଆଯାଏ | ୬ ବର୍ଷ ବୟସରୁ ଅଧିକ ଶିଶୁଙ୍କୁ ଜେଲ ବାହାରେ ପାଠ ପଢ଼ାଯାଏ | ଜେଲରେ ଯେଉଁ ୧୩ ଶିଶୁ ଅଛନ୍ତି ସେମାନଙ୍କ ପାଠ ପଢା ବ୍ୟବସ୍ଥା ମଧ୍ୟ ଅଲଗା କରାଯାଏ | ତାଙ୍କ ପାଇଁ ଜଣେ ଶିକ୍ଷକ ନିଯୁକ୍ତ କରାଯାଇଛି | ଯେଉଁ ମହିଳା କଏଦୀ ଶିକ୍ଷିତ ହୋଇଥାନ୍ତି ସେମାନେ ମଧ୍ୟ ସମସ୍ତ ଶିଶୁଙ୍କୁ ମଝି ମଝିରେ ପଢାନ୍ତି | ପାଠ ପଢା ସହ ଶିଶୁଙ୍କ ଖେଳିବା ବ୍ୟବସ୍ଥା ମଧ୍ୟ ଜେଲରେ କରାଯାଇଥାଏ |

   Related Posts