ଦିଲ୍ଲୀ ହାଇକୋର୍ଟଙ୍କ କଡ୍ଡା ତାଗିଦ୍, କାରରେ ଏକୁଟିଆ ଗଲେ ବି ମାସ୍କ ବାଧ୍ୟତାମୂଳକ
7/04/2021 at 11:17 AM

ନୂଆଦିଲ୍ଲୀ ୭|୪: କରୋନା କାଳରେ ସାଧାରଣ ଲୋକଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ କଡ୍ଡା ତାଗିଦ୍ । ଏଣିକି ରାଜଧାନୀରେ ପ୍ରତ୍ୟେକ୍ ବ୍ୟକ୍ତି ମାସ୍କ ପରିଧାନ କରିବା ବାଧ୍ୟତାମୂଳକ । ଏପରିକି କାରରେ ଜଣେ ଗଲେ ବି ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି ।
ଏଠାରେ ସଂକ୍ରମଣ ବଢୁଥିବାରୁ ଦିଲ୍ଲୀ ହାଇକୋର୍ଟ ନିଜର କଡା ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । କୋର୍ଟ କହିଛନ୍ତି ଯେ କେହି ବି ଏହି ନିର୍ଦ୍ଦେଶନାମାର ଅବମାନନା କରେ ତାହେଲେ ସେ ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଗତ କିଛିଦିନ ହେବ ଦିଲ୍ଲୀରେ ଲଗାତାର ସଂକ୍ରମଣ ହାର ବଢିବାରେ ଲାଗିଛି । ଦିଲ୍ଲୀରେ ମୋଟ୍ ୫୧୦୦ ନୂଆ କେସ୍ ସାମ୍ନାକୁ ଆସିଛି । ଯାହାକି ଗତ ୬ ମାସରେ ସର୍ବାଧିକ ଅଟେ । ଏସବୁକୁ ଦୃଷ୍ଟିରେ ରଖି କଠୋର ହେବାକୁ ନିଷ୍ପତ୍ତି ନିଆଯାଇଛି । ଏଠାରେ ପୂରା ଏପ୍ରିଲ ମାସରେ ନାଇଟ କର୍ଫ୍ୟୁ ବଳବତ୍ତର ରହିବ । ଦରକାର ନଥିଲେ କାହାକୁ ଘରୁ ବାହାରକୁ ନହେବାକୁ ବାରଣ କରାଯାଇଛି । ପୂର୍ବରୁ ମଧ୍ୟ କଟକଣା କଡାକଡି କରାଯାଇଥିଲା । ନିୟମ ଉଲ୍ଲଙ୍ଘନ କାରୀଙ୍କ ଠାରୁ ଚାଲାଣ ବି କଟାଯାଇଥିଲା ।