Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୬୫୨ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୫୧୧ ଡିସଚାର୍ଜ
  • ||
  • ବିଧାୟିକାଙ୍କ ଘର ଆଗରେ ବୋମାମାଡ଼, ଦୁଇ ସମର୍ଥକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ
  • ||
  • ଟୋକିଓ ଅଲିମ୍ପିକ୍ସ : ଭାରତକୁ ମିଳିଲା ଆଉ ଏକ ପଦକ, ୫୭ କେଜି କୁସ୍ତିରେ ରବି ଦାହିୟା ଜିତିଲେ ରୌପ୍ୟ ପଦକ
  • ||
  • ଜଗତସିଂହପୁର : ଶୁକ୍ରବାର ଖୋଲିବ ଝଙ୍କଡ ସ୍ଥିତ ମା’ ଶାରଳାଙ୍କ ମନ୍ଦିର, ଖୋଲିବ ଗୋରେଖନାଥଙ୍କ ପୀଠ
  • ||
  • କଟକ : ସ୍କୁଟି ମିଳିଥିଲା ମଧୁସୂଦନ ସେତୁରୁ, ମୃତଦେହ ମିଳିଲା ଯୋବ୍ରା ଆନିକଟରୁ : ମଙ୍ଗଳବାରଠୁ ଥିଲେ ନିଖୋଜ
  • ||
  • ବଡବିଲ : ରାସ୍ତା କଡକୁ ଓଲଟି ହୁତୁହୁତୁ ହୋଇ ଜଳିଗଲା ହାଇୱା
  • ||
  • ଭୁବନେଶ୍ବର : ରାଜ୍ୟ ମାନବାଧିକାର ଆୟୋଗରେ ଅଗ୍ନିକାଣ୍ଡ, ଏସି ସଟ୍ ସର୍କିଟ୍‌ରୁ ନିଆଁ ଲାଗିଥିବା ସୂଚନା
  • ||
  • ରାଉରକେଲା : ବଡଧରଣର ଜିଏସ୍‌ଟି ଠକେଇ, ବନ୍ଧାହେଲା ୮୦ କୋଟି ଟଙ୍କା ଠକିନେଇଥିବା ଠକ
  • ||
  • ଶେଷ ହେଲା ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା, ୧୧ ରୁ ଆରମ୍ଭ ହେବ ମୂଲ୍ୟାୟନ
  • ||
  • କଟକ : ଶେଷ ହେଲା ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା, ୧୧ ରୁ ଆରମ୍ଭ ହେବ ମୂଲ୍ୟାୟନ
  • ||

ଆର୍ଜେଣ୍ଟିନାରେ ଅନୁଷ୍ଠିତ ଫିଲ୍ମ ଫେଷ୍ଟିଭାଲ୍‌ରେ ଓଡିଆ କ୍ଷୁଦ୍ର ଚଳଚ୍ଚିତ୍ର ‘ମାସ୍କ’ ପୁରସ୍କୃତ, ନିର୍ଦ୍ଦେଶକ ଶ୍ୱେତ କୁମାର ଦାଶଙ୍କୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବଧାଇ

11/08/2020 at 9:26 AM

ବ୍ରହ୍ମପୁର ୧୧।୦୮: କରୋନା ସଙ୍କଟ ସମୟରେ ଏହି ମହାମାରୀକୁ ଆଧାର କରି ବ୍ରହ୍ମପୁରରେ ନିର୍ମିତ ହୋଇଥିଲା ସଚେତନତା ବାର୍ତ୍ତା ସମ୍ବଳିତ କ୍ଷୁଦ୍ର ଚଳଚିତ୍ର ‘ମାସ୍କ’ । ଏହା ପଛରେ ଥିଲା କୋଭିଡ୍‌ ଯୋଦ୍ଧା ଭାବେ କାର୍ଯ୍ୟରତ ବ୍ରହ୍ମପୁର ସ୍ୱତନ୍ତ୍ର ଏସ୍‌ଡିଏମ୍‌ ତଥା ବରିଷ୍ଠ ଓଏଏସ୍‌ ଅଧିକାରୀ ଶ୍ୱେତ କୁମାର ଦାଶଙ୍କ ମହତ୍ତ୍ୱପୂର୍ଣ୍ଣ ଭୂମିକା । ଏହି କ୍ଷୁଦ୍ର ସିନେମା ଏବେ ଆର୍ଜେଣ୍ଟିନାରେ ଅନୁଷ୍ଠିତ କ୍ୱାରେଣ୍ଟାଇନ୍‌ ଇମେଜ୍‌ ଫିଲ୍ଲି ଫେଷ୍ଟିଭଲ୍‌ରେ ପୁରସ୍କୃତ ହୋଇଛି । ୩ ହଜାର ଫିଲ୍ମକୁ ପଛରେ ପକାଇ ହାସଲ କରିଛି ଇଣ୍ଟର୍‌ନ୍ୟାସନାଲ୍‌ ପିପୁଲ୍‌ସ୍‌ ଚଏସ୍‌ ପୁରସ୍କାର ।

ମାସ୍କର ସଚେତନତା ଓ କୋଭିଡ଼ ସମୟରେ ଜଣେ ବାଳକର ଜୀବନ ସଂଘର୍ଷର କାହାଣୀ…

କୋଭିଡ୍‌ ଡ୍ୟୁଟିରେ ନିୟୋଜିତ ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ତତ୍ତ୍ୱାବଧାନରେ ନିର୍ମିତ ଏହି ସିନେମାର ମୂଳ ବିଷୟବସ୍ତୁ ହେଉଛି କରୋନା ଆଧାରିତ । “ମାସ୍କ’ ଯଦିଓ ଏକ କ୍ଷୁଦ୍ର ଚଳଚିତ୍ର, କିନ୍ତୁ ବଳିଷ୍ଠ ଜନସଚେତନତାକୁ ଉଦ୍ରେକ କରୁଛି । କୋଭିଡ୍‌-୧୯କୁ ପ୍ରତିହତ କରିବା ନିମନ୍ତେ ଏକ ମାଇଲ୍‌ଖୁଣ୍ଟ କହିହେବ । ଏହାର କାହାଣୀ ହେଉଛି ଏକ ଆଧୁନିକ ସହର (ବ୍ରହ୍ମପୁର) ଷ୍ଟେସନ୍‌ ରୋଡ୍‌ରେ ରହୁଥିବା ଏକ ଗରିବ ପରିବାରର ପୁଅ ତଥା ନବମ ଶ୍ରେଣୀର ଛାତ୍ର ଅଜି ବିଷୟରେ ।

ନିଜେ ପଢିବା ସହିତ ମା’ ସିଲାଉଥିବା ମାସ୍କକୁ ସହରରେ ବିକ୍ରୟ କରି ପରିବାର ଗୁଜୁରାଣ ମେଣ୍ଟାଉଥାଏ । ବଜାର ବନ୍ଦ ରହିଥିବା ବେଳେ ସାଇକେଲରେ ବୁଲି ବୁଲି ୧୪ ବର୍ଷର ପୁଅ ବିକ୍ରି କରୁଥାଏ ମାସ୍କ । ବିଡମ୍ବନାର ବିଷୟ ସହରବାସୀ କଟନ୍‌ ହାତ ସିଲେଇ ମାସ୍କକୁ ହେୟ ମନେ କରନ୍ତି । ନା ତାହା ଫ୍ୟାନ୍ସି ଅଟେ ନା ଅଧିକ ମୂଲ୍ୟର । ତଥାପି ଅଜି ମା’ଙ୍କ ହାତ ସିଲାଇ କଟନ୍‌ ମାସ୍କକୁ ସହରର ଗଳିରେ ବିକ୍ରୟ କରିବାରେ ବିଶେଷ ସଫଳ ହୁଏନି । ଜଣେ ଧନୀ ସହରୀ ବାବୁ ସହ ଅଜିର ଭେଟ ହୁଏ। ଧନିକ ଜଣକ ଅଜି ଠାରୁ ମାଗଣା ମାସ୍କ ଆଶା କରି ନିଜକୁ ଜଣେ ଗରିବ ବୋଲି ପରିଚୟ ଦେଇଛନ୍ତି ।

ଅଜି ଯଦିଓ ଗରିବ, ମାତ୍ର ତାର ମାସ୍କ ଧନୀ ବ୍ୟକ୍ତିଙ୍କୁ ଦାନ କରି ଜଣେ ପ୍ରକୃତ ଧନୀର ପରିଚୟ ପାଇଛି । ଧନିକ ଜଣକ ମଧ୍ୟ ଶିକ୍ଷା ପାଇଛନ୍ତି ଯେ- ମାସ୍କ ନିଜ ଜୀବନ ପାଇଁ କେତେ ଅତ୍ୟାବଶ୍ୟକ । ଅଜି ଭୂମିକାରେ ଅଜୟ ଚୌଧୁରୀ, ମାଆଙ୍କ ଭୂମିକାରେ ସୌଭାଗିନି ମଲ୍ଲ ଏବଂ ସାହେବ ଭୂମିକାରେ ଦୁର୍ଗା ପ୍ରସାଦ ଶତପଥୀ ଅଭିନୟ କରିଛନ୍ତି । ନୀଳା ମହାପାତ୍ରଙ୍କ ସୋସିଆଲ୍‌ ଇମେଜ୍‌ ବ୍ୟାନର୍‌ରେ ନିର୍ମିତ ସର୍ଟ ଫିଲ୍ମର ପ୍ରଯୋଜନା ସହ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଡ. ଶ୍ୱେତ କୁମାର ଦାଶ । ସ୍କ୍ରିପ୍ଟ ବି ଲେଖିଛନ୍ତି ସେ । ମନୋରଞ୍ଜନ ନାୟକ କ୍ୟାମେରା ଓ ସହ-ନିର୍ଦ୍ଦେଶନା କାର୍ଯ୍ୟ ସମ୍ପାଦନ କରିଛନ୍ତି ।

ନିଜର ଡ୍ୟୁଟିକୁ ଠିକ୍‌ ଭାବେ ତୁଲାଇବା ସହ ଏହି କୋଭିଡ୍‌ ଯୋଦ୍ଧା ଜଣକ ବ୍ରହ୍ମପୁର ପାଇଁ ଗୌରବ ଆଣିଛନ୍ତି । ଅଜି କିପରି ଜଣେ ଧନିକଙ୍କୁ ମାସ୍କ ଦାନ କରିଥିଲା ତାହା ନିଶ୍ଚିତ ହୃଦୟସ୍ପର୍ଶୀ ଦୃଶ୍ୟ ବୋଲି କହିଛନ୍ତି ଡ. ଦାଶ । ‘ମାସ୍କ’ ଚଳିତ ବର୍ଷର ଲିଫ୍ଟ ଅଫ୍‌ ଫାଷ୍ଟ ଟାଇମ୍‌ ଫିଲ୍ମ ମେକର ଅନ୍ତର୍ଜାତୀୟ ସିନେ ମହୋତ୍ସବରେ ଉଚ୍ଚ ପ୍ରଶଂସିତ ହେବା ସହ ଫ୍ଲିକ୍‌ ଫେୟାର ଇଣ୍ଟର୍‌ନ୍ୟାସନାଲ୍‌ ଫିଲ୍ମ ଫେଷ୍ଟିଭାଲରେ ଫାଇନାଲ୍‌ ପର୍ଯ୍ୟାୟକୁ ମଧ୍ୟ ଯାଇଥିଲା । ଡ. ଦାଶ ପୂର୍ବରୁ ଏହିଭଳି ଅନେକ କ୍ଷୁଦ୍ର ଚଳଚିତ୍ର ନିର୍ମାଣ କରି ରାଜ୍ୟ ଚଳଚିତ୍ର ପୁରସ୍କାର ସହ ଅନେକ ଜାତୀୟ ଏବଂ ଅନ୍ତର୍ଜାତୀୟ ପୁରସ୍କାର ମଧ୍ୟ ପାଇଛନ୍ତି ।

   Related Posts