Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

୫ ଲକ୍ଷ ଟଙ୍କାର ମାସ୍କ ସ୍କାମ୍, ସରକାରୀ ଟଙ୍କା ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ହଡପ କରିଥିବା ଅଭିଯୋଗ

3/11/2021 at 6:07 PM

ଲମତାପୁଟ ୩।୧୧: ୫ ଲକ୍ଷ ଟଙ୍କାର ମାସ୍କ ସ୍କାମ୍ । ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ହଡପ କରିଛନ୍ତି ସରକାରୀ ଟଙ୍କା । ଅଙ୍ଗନବାଡୀ ଦିଦି ମଧ୍ୟ ଟାର୍ଗେଟ୍ ରେ । ମହିଳା ଏସଏଚଜି ବିରୋଧରେ ଅଭିଯୋଗ କରିଛନ୍ତି ଅନ୍ୟ ଏସଏଚଜି । ବିଧାୟଙ୍କ ପାଣ୍ଠିରୁ ଆସିଥିବା ଟଙ୍କା କାଗଜପତ୍ରରେ ଚଳୁ ହୋଇଗଲା । ଅଥଚ ଜଣେ ବି ମାସ୍କ ପାଇଲେନି । କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ୍ ଅନ୍ତର୍ଗତ କାନ୍ତିଗଡ ଗାଁରେ ଏପରି ମାସ୍କ ଦୁର୍ନୀତିକୁ ନେଇ ତୁ ତୁ ମେ ମେ ।

କାନ୍ତିଗଡ ଗାଁର ମହିଳାମାନେ କରିଛନ୍ତି ୬ଟି ଏସଏଚଜି ଗ୍ରୁପ୍ । ମାସ୍କ ତିଆରି କରି ବାଣ୍ଟିବାକୁ ବିଧାୟକ ପାଣ୍ଠିରୁ ଆସିଥିଲା ୫ ଲକ୍ଷ ଟଙ୍କା । ସବୁ ଗ୍ରୁପକୁ ଟଙ୍କା ଦିଆଯିବା କଥା । କିନ୍ତୁ କେବଳ ଗୋଟିଏ ଗ୍ରୁପ୍ ଟଙ୍କା ଉଠାଇ ଆଣିଥିବା ହୋଇଛି ଅଭିଯୋଗ । ସେପଟେ ଉକ୍ତ ଗ୍ରୁପ୍ ସଭାନେତ୍ରୀଙ୍କ ଅନୁସାରେ ଜଣେ ଅଜଣା ବ୍ୟକ୍ତିଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଛି । ଗ୍ରୁପ୍ କୁ ଟଙ୍କା ଆସିଥିବା ସେମାନେ ଜାଣିନଥିଲେ । ସବୁ କିଛି ଜାଣିବା ଆଗରୁ ଟଙ୍କା ଟ୍ରାନ୍ସଫର ହୋଇଯାଇଥିଲା ।

ତଥାପି ଏହା ମାନିବାକୁ, ଶୁଣିବାକୁ ଅନ୍ୟ ଏସଏଚଜି ଗ୍ରୁପ୍ ନାରାଜ । ସେମାନଙ୍କ ଅଭିଯୋଗ ହେଲା ଅଙ୍ଗନଓ୍ବାଡୀ କର୍ମୀ ଓ ଉକ୍ତ ଗ୍ରୁପ୍ ସଭାପତି ଚଞ୍ଚକତା କରିଛନ୍ତି । କିନ୍ତୁ ଏ ବାବଦରେ କିଛି ଜାଣିନଥିବା ଅଙ୍ଗନଓ୍ବାଡୀ କର୍ମୀ କହିଛନ୍ତି । କିନ୍ତୁ ଅଭିଯୋଗ ପାଇଥିବା ବିଡିଓ ପ୍ରକାଶ କରିବା ସହ ତଦନ୍ତର ଭରସା ଦେଇଛନ୍ତି ।

ବଡ ଆଶ୍ଚର୍ଯ୍ୟ ଆରୋପ ଏବଂ ସଫେଇ । ମାସ୍କ ଟଙ୍କା ଗଲା କୁଆଡେ ? କିଏ ସେ ସନ୍ଦିଗ୍ଧ ବ୍ୟକ୍ତି ? ଏଥିରେ କଣ ବଡ ବଡିଆଙ୍କ ହାତ ? ତଦନ୍ତ ଗୁମର ଖୋଲିବ ।

   Related Posts