ମାସ୍କ ବିନା ଘରୁ ବାହାରିବା ମନା : ଲୋକେ ଚାହିଁଲେ ଘର ତିଆରି ମାସ୍କ ପିନ୍ଧିପାରିବେ, ରାଜ୍ୟବ୍ୟାପୀ କଡାକାଡି ଭାବେ ନିୟମ ଲାଗୁ

Published By : Prameya-News7 Bureau | April 09, 2020 IST

ଭୁବନେଶ୍ୱର ୦୯।୦୪: ସାରା ରାଜ୍ୟରେ ଏବେ କରୋନା ଚିନ୍ତା । କରୋନା ସଂକ୍ରମଣକୁ ରାଜ୍ୟବାସୀଙ୍କୁ ରକ୍ଷା କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ତେବେ ଏହି ପ୍ରରିପେକ୍ଷୀରେ ଆଜି ଠାରୁ ଘରୁ ବାହାରକୁ ବାହାରିଲେ ମୁହଁରେ ମାସ୍କ ଲଗାଇବା ନିହାତି ଜରୁରୀ । ଯଦି ଆପଣ ମାନେ ଘରୁ ବାହାରିବା ସମୟରେ ମାସ୍କ ବ୍ୟବହାର କରୁନାହାନ୍ତି । ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାପଡିଛି ।

ଘରୁ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଆଜି ସକାଳ ୭ଟାରୁ ରାଜ୍ୟବ୍ୟାପୀ ଏହି ନିୟମ କଡାକଡି ଭାବେ ଲାଗୁ ହୋଇଛି । ଲୋକେ ଚାହିଁଲେ ଘର ତିଆରି ମାସ୍କ କିମ୍ବା କପଡ଼ାରେ ବି ନିଜ ମୁହଁ ଘୋଡାଇ ପାରିବେ । ମୁହଁ ଓ ନାକ ଢାଙ୍କି ହେଲା ଭଳି ମାସ୍କ ବ୍ୟବହାର କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । କରୋନା ବିରୋଧ ଲଢେଇରେ ମାସ୍କ ଏକ ପ୍ରମୁଖ ଅସ୍ତ୍ର । ମାସ୍କ ନଥିଲେ ଲୋକେ ରୁମାଲ ଓ କପଡା ମଧ୍ୟ ବ୍ୟବହାର କରି ପାରିବେ । ତେବେ ଏହା ଯେପରି ୨ ସ୍ତରୀୟ ବିଶିଷ୍ଟ ହୋଇଥିବା ଲୋକେ ତାହା ନିଶ୍ଚିତ କରିବାକୁ ପରାମର୍ଶ ଦିଆଯାଇଛି । ଜଣେ ବ୍ୟବହାର କରୁଥିବା ମାସ୍କ ଅନ୍ୟ ଜଣେ ବ୍ୟବହାର କରିପାରିବେ ନାହିଁ । ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥାର ରିପୋର୍ଟ ଅନୁସାରେ ବାହାରକୁ ବାହାରିଲେ ମାସ୍କ ଆପଣଙ୍କୁ ସୁରକ୍ଷା ଦେଇପାରିବ । ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ମାସ୍କ ତିଆରି ଚାଲିଛି। ତେବେ ଲୋକେ ଔଷଧ ଦୋକାନରୁ ମାସ୍କ କିଣିବା ଆବଶ୍ୟକ ନୁହେଁ । ବରଂ ଘରେ ତିଆରି କରି ମଧ୍ୟ ମାସ୍କ ପିନ୍ଧି ପାରିବେ ବୋଲି କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.