Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

୫ ବର୍ଷରୁ କମ୍ ପିଲାଙ୍କୁ ଦରକାର ନାହିଁ ମାସ୍କ, ରେମଡିସିଭିର ମନା : କୋଭିଡ-୧୯ ଗାଇଡଲାଇନ୍ସ ସମୀକ୍ଷା ପରେ ନିର୍ଦ୍ଦେଶନାମା ଜାରି କଲେ ଡିଜିଏଚଏସ

10/06/2021 at 2:12 PM

ନୂଆଦିଲ୍ଲୀ, ୧୦/୦୬: କରୋନା ଭାଇରସ ବିରୋଧରେ ଲଢେଇ ଜାରି ରହିଛି । ଟିକାକରଣ ମଧ୍ୟ ଜୋରଦାରରେ ଆଗେଇ ଚାଲିଛି । ଦ୍ୱିତୀୟ ଲହର୍ ପରେ ତୃତୀୟ ଲହର ଆସିବ ବୋଲି ଅନେକ ବିଶେଷଜ୍ଞ ମତ ଦେଉଛନ୍ତି । ତେବେ ଟିକା ନେବା ପରେ ବି ସତର୍କ ରହିବା ଓ ମାସ୍କ ପିନ୍ଧିବାକୁ ଗୁରୁତ୍ୱ ଦିଆଯାଉଛି । ଏବେ କିନ୍ତୁ କେନ୍ଦ୍ର ସରକାର ଶିଶୁଙ୍କ ପାଇଁ ନୂଆ ଗାଇଲାଇନ୍ ଜାରି କରିଛନ୍ତି ।

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅଧିନରେ ଥିବା ଡାଇରେକ୍ଟରେଟ୍ ଜେନେରାଲ ଅଫ୍ ହେଲଥ୍ ସର୍ଭିସେସ୍ କହିଛି ଯେ, କରୋନା ସଂକ୍ରମିତ ଶିଶୁଙ୍କ ଚିକିତ୍ସା ପାଇଁ ଜରୁରୀ ଗାଇଡଲାଇନ୍ ଜାରି କରାଯାଇଛି । ଗାଇଡଲାଇନ୍ ଅନୁସାରେ, ଶିଶୁଙ୍କୁ ରେମେଡିସିଭିର୍ ପ୍ରଦାନ କରାଯିବ ନାହିଁ । ୫ ବର୍ଷ ବା ଏହାଠୁ କମ୍ ବୟସର ଶିଶୁଙ୍କ ମାସ୍କ ଆବଶ୍ୟକ ନାହିଁ । ଏହି ଗାଇଡଲାଇନ୍ ୧୮ ବର୍ଷରୁ କମ୍ ଶିଶୁଙ୍କ ପାଇଁ ଜାରି କରାଯାଇଛି । ସାମାନ୍ୟ ଲକ୍ଷଣ ଥିଲେ ଟେଷ୍ଟ କରିବା ଆବଶ୍ୟକ ନାହିଁ । ଅଧିକ ସମସ୍ୟା ହେଲେ ଟେଷ୍ଟ କରିବା ଆବଶ୍ୟକ । ଶିଶୁଙ୍କୁ ପାରାସିଟାମଲ୍ ଦିଆଯାଇ ପାରିବ ।

ଏତତ୍ ବ୍ୟତୀତ ୧୨ ବର୍ଷରୁ ଅଧିକ ବୟସର ଶିଶୁଙ୍କୁ ୬ ମିନଟର ବକ୍ ଟେଷ୍ଟ ପରିବାର ଲୋକେ କରିବେ । ଏହାଦ୍ୱାରା ଫୁସପୁସର ସ୍ଥିତି ଜାମିହେବ । ଯଦି ଏଥିରେ ଅକ୍ସିଜେନ୍ ସ୍ତର ୯୪ ତଳକୁ ରହେ ତାହେଲେ ହସ୍ପିଟାଲରେ ଶିଶୁଙ୍କୁ ପରିବାର ଲୋକେ ଭର୍ତ୍ତି କରିପାରିବେ ବୋଲି ଗାଇଡଲାଇନରେ ଉଲ୍ଲେଖ ରହିଛି ।

   Related Posts