ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ମାସ୍କ ! ବୈଜ୍ଞାନିକ କଲେ ଦାବି

Published By : Prameya-News7 Bureau | September 13, 2020 IST

ନୂଆଦିଲ୍ଲୀ, ୧୩।୦୯:  କରୋନା ଭଇରସର କୌଣସି ଭାକସିନ୍ କିମ୍ବା ଔଷଧ ବାହାରି ନାହିଁ । ସାବଧାନତା ଅବଲମ୍ବନ ଓ ସତର୍କତା ହିଁ  ଏହି ମହାମାରୀରୁ ରକ୍ଷା ପାଇବା ପାଇଁ ସବୁଠୁ ସହଜ ଉପାୟ । ତେବେ ଆସନ୍ତା ବର୍ଷ ଆରମ୍ଭରୁ ଭାକସିନ୍ ମିଳିବ ବୋଲି ମଧ୍ୟ କୁହାଯାଉଛି । ଏହାମଧ୍ୟରେ ବୈଜ୍ଞନାକିମାନେ ଅନ୍ୟ ଏକ ଉପାୟ ଉପରେ ଜୋର ଦେଉଛନ୍ତି । ମାସ୍କ ପିନ୍ଧିବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ ବୋଲି କିଛି ବୈଜ୍ଞାନିକ କହିଛନ୍ତି ।

ବୈଜ୍ଞାନିକମାନେ କହିଛନ୍ତି ଯେ, ମାସ୍କ ଭାଇରସର ସଂକ୍ରମଣକାରୀ ଅଂଶକୁ ରୋକିପାରିବ । କିନ୍ତୁ ସମ୍ପୂର୍ଣ୍ଣ ଭାବେ ରୋକିବା କଷ୍ଟକର । ଏପରି ହେଲେ ଭୟଙ୍କର ଜ୍ୱର ବଦଳରେ ସାମାନ୍ୟ ଜ୍ୱର ଥଣ୍ଡା ଆଦି ହେବ । ନ୍ୟୁ ଇଂଲଣ୍ଡ ଜର୍ଣ୍ଣାଲ ଅଫ୍ ମେଡିସିନରେ କାଲିଫର୍ଣ୍ଣିଆର ମାନିକା ଗାନ୍ଧୀ ଓ ଜର୍ଜ ରଦରଫୋର୍ଡ ଏହି ବିଚାରକୁ ସମସ୍ତଙ୍କ ଆଗରେ ପ୍ରକାଶ କରିଛନ୍ତି । ସେମାନେ କହିଛନ୍ତି ଯେ, ଅନେକ ଲୋକ ଭାଇରସ ସଂସ୍ପର୍ଶରେ ଆସିଥାନ୍ତି । ଯେଉଁମାନେ ସଂକ୍ରମିତ ନ ହୁଅନ୍ତି ସେମାନଙ୍କଠାରେ ରୋଗ ପ୍ରତିରୋଧକ ଶକ୍ତି ବିକଶିତ ହୁଏ । ଆଉ କିଛି ବ୍ୟକ୍ତିଙ୍କ ମାସ୍କ ଭାଇରସର ତୀବ୍ରତାକୁ ରୋକିଥାଏ ।

ମାନିକା ଓ ରଦରଫୋର୍ଡଙ୍କ କହିବାନୁସାରେ, କୋଭିଡର ଗମ୍ଭୀରତା ମଧ୍ୟ ମାସ୍କ ଉପରେ ନିର୍ଭର କରେ । ମାସ୍କ ପିନ୍ଧିବା ଦ୍ୱାରା ଭାଇରସର ସଂକ୍ରମଣକୁ ହ୍ରାସ କରାଯାଇ ପାରିବ । ଏପରିକି ସଂକ୍ରମିତ ହେଲେ ମଧ୍ୟ ଭାଇରସର ପ୍ରଭାବ ଅଧିକ ରହିବ ନାହିଁ । କାରଣ ମାସ୍କ ଭାଇରସ ଥିବା ଡ୍ରପଲେଟ୍ସକୁ ପିଲ୍ଟର୍ କରିଥାଏ । ମୂଷାଙ୍କ ଉପରେ ପ୍ରୟୋଗ ପରେ ଏହି ରିପୋର୍ଟ ସାମ୍ନାକୁ ଆସିଛି । ଯେଉଁ ମୂଷାଙ୍କୁ ମାସ୍କ ପିନ୍ଧା ଯାଇଥିଲା ସେମାନେ ସଂକ୍ରମିତ ହୋଇନଥିଲେ, ଆଉ କିଛି ମୂଷା ସଂକ୍ରମିତ ହୋଇଥିଲେ ମଧ୍ୟ ଭାଇରସର ପ୍ରଭାବ ଅଧିକ ନଥିଲା ।

ଉଭୟ ବୈଜ୍ଞାନିକ କହିଛନ୍ତି ଯେ,  ଭାକସିନ୍ କେବଳ ସଂକ୍ରମଣ ରୋକିପାରିବ । ଆହୁରି ମଧ୍ୟ ସଂକ୍ରମିତ ଯଦି କେହି ହୁଅନ୍ତି ତାହା ଗୁରୁତର ହେବ ନାହିଁ କିମ୍ବା କୌଣଲି ଲକ୍ଷଣ ଦେଖାଯିବ ନାହିଁ । ସେ ଆର୍ଜେଣ୍ଟିନାର ଏକ ଜାହାଜର ଉଦାହରଣ ଦେଇ କହିଛନ୍ତି ଯେ, ଏହି ଜାହାଜରେ ଥିବା ସମସ୍ତଙ୍କୁ ସର୍ଜିକାଲ ଓ ଏନ୯୫ ମାସ୍କ ପ୍ରଦାନ କରାଯାଇଥିଲା ।  ଯେଉଁମାନେ ସର୍ଜିକାଲ ମାସ୍କ ପିନ୍ଧିଥିଲେ ସେମାନଙ୍କ ମଧ୍ୟରୁ ୨୦ ପ୍ରତିଶତଙ୍କଠାରେ କରୋନା ଲକ୍ଷଣ ନଥିଲା । ଯେଉଁମାନେ ଏନ୯୫ ମାସ୍କ ପିନ୍ଧିଥିଲେ ସେମାନଙ୍କ ମଧ୍ୟରୁ ୮୧ ପ୍ରତିଶତ ବିନା ଲକ୍ଷଣ ସଂକ୍ରମିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.