Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

କାଶୀ ବିଶ୍ୱନାଥ ମନ୍ଦିର ଟ୍ରଷ୍ଟକୁ ଉପହାର ଦେଲା ଜ୍ଞାନବାପି ମସଜିଦ୍, ପ୍ରଦାନ କଲା ୧୭୦୦ ବର୍ଗଫୁଟର ଜାଗା

24/07/2021 at 3:00 PM

ବାରଣାସୀ, ୨୪|୦୭ : ଉତ୍ତର ପ୍ରଦେଶର ବାରଣାସୀରେ କାଶୀ ବିଶ୍ୱନାଥ ମନ୍ଦିର ଓ ଜ୍ଞାନବାପୀ ମସଜିଦକୁ ନେଇ କୋର୍ଟରେ ମାମଲା ଚାଲିଛି । ଏହାମଧ୍ୟରେ ମସଜିଦ ପକ୍ଷରୁ ଏକ ବଡ ନିଷ୍ପତ୍ତି ନିଆଯାଇଛି । ସୁନ୍ନୀ ସେଣ୍ଟ୍ରାଲ ଓ୍ୱାକଫ୍ ବୋର୍ଡ କାଶୀ ବିଶ୍ୱନାଥ ମନ୍ଦିର ପ୍ରଶାସନ ବା ଟ୍ରଷ୍ଟକୁ ଜ୍ଞାନବାପୀ ମସଜିଦ ନିକଟରେ ଥିବା ଭୂମି ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି । ଏହାପରେ ଏବେ କାଶୀ ବିଶ୍ୱନାଥ କରିଡରକୁ ୧୭୦୦ ସ୍କୋୟାର ଫୁଟର ଜମି ମିଳିଯାଇଛି ।

ଏହି ଜମି ପ୍ରଦାନକୁ ନେଇ ଅଞ୍ଜୁମାନ ଇନ୍ତେଜାମିଆ ମସଜିଦର ଯୁଗ୍ମ ସଚିବ କହିଛନ୍ତି ଯେ, ମସଜିଦ ପରିସରରେ ତିନୋଟି ପ୍ଲଟ୍ ରହିଛି । ଏହାମଧ୍ୟରୁ ଗୋଟିଏ ପ୍ଲଟରେ କଣ୍ଟ୍ରୋଲ୍ ରୁମ୍ ହୋଇଥିଲା । ୟାହା ବିଷୟରେ ସେ  ସୁନ୍ନୀ ଓ୍ୱାକଫ ବୋର୍ଡକୁ ସୂଚନା ଦେଇଥିଲେ । ବୋର୍ଡର ଅନୁମତି ମିଳିବା ପରେ ପ୍ରାୟ ୧୭୦୦ ବର୍ଗ ଫୁଟର ଜମିକୁ ମନ୍ଦିରକୁ ପ୍ରଦାନ କରାଯାଇଛି ।

ଏହି ସମ୍ପତ୍ତିକୁ ଆର୍ଟିକିଲ ୩୧ ଏକ୍ସଚେଞ୍ଜ୍ ଅଫ୍ ପ୍ରପର୍ଟି ଆଦାରରେ ହସ୍ତାନ୍ତର କରାଯାଇଛି । କିନ୍ତୁ ଏହାର ମନ୍ଦିର ଓ ମସଜିଦ ବିବାଦ ସହ କୌଣସି ସମ୍ପର୍କ ନାହିଁ । ବିବାଦକୁ ନେଇ ଏବେବି କୋର୍ଟରେ ମାମଲା ଚାଲିଛି ।

ଏହି ଜମି ହସ୍ତାନ୍ତର ପରେ ପ୍ରଦାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡ୍ରିମ୍ ପ୍ରୋଜେକ୍ଟ କାଶୀ ବିଶ୍ୱନାଥ କରିଡରରେ କିଚି ପ୍ରତିବନ୍ଧକ ଆସିବ ନାହିଁ । ସୂଚନାଯୋଗ୍ୟ, ଏହି ଜମି ଜ୍ଞାନବାପି ମସଜିଦ ପରିସରରେ ରହିଥିଲା । ଏବେ ଏହାକୁ ମନ୍ଦିର ପ୍ରଶାସନର କଣ୍ଟ୍ରୋଲ ରୁମ୍ କରାଯିବ । ପୂର୍ବରୁ ଏହା ସରକାରଙ୍କ ପାଖରେ ଥିଲା । କିନ୍ତୁ ଏଥିରେ ପ୍ରକଳ୍ପ କରିଡର କାମ କରିବା ପାଇଁ ମସଜିଦର ସ୍ୱୀକୃତି ଆବଶ୍ୟକ ଥିଲା । ଏବେ ସ୍ୱୀକୃତି ମିଳିବା ପରେ କରିଡରକୁ ଆହୁରି ଭବ୍ୟ କରାଯିବ ।

   Related Posts