ଶିବଙ୍କୁ ସନ୍ତୁଷ୍ଟ କରିବା ପାଇଁ ମାସିକ ଶିବରାତ୍ରି ବ୍ରତର ସଠିକ୍ ସମୟ ଏବଂ ପୂଜାବିଧି : ଜାଣନ୍ତୁ ଏହାର ମହତ୍ତ୍ବ

Published By : Prameya-News7 Bureau | May 19, 2020 IST

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ପ୍ରତି ମାସରେ କୃଷ୍ଣ ପକ୍ଷର ୧୪ତମ ଦିନକୁ ମାସିକ ଶିବରାତ୍ରି ଭାବେ ପାଳନ କରାଯାଏ। ଏବେ ଜ୍ୟେଷ୍ଠ ମାସ ଚାଲିଛି। ଏହି ମାସରେ କୃଷ୍ଣ ପକ୍ଷର ଚତୁର୍ଦ୍ଦଶୀ ତିଥିକୁ ମାସିକ ଶିବରାତ୍ରି ପାଳନ କରାଯାଇଥାଏ। ମାସିକ ଶିବରାତ୍ରିର ବ୍ରତ ପ୍ରତ୍ୟେକ ମାସରେ ପଡ଼ିଥାଏ। ଏହି ବ୍ରତର ବିଶେଷ ମହତ୍ତ୍ବ କୁହାଯାଇଛି। ମାସିକ ଶିବରାତ୍ରିକୁ ଶିବ ଏବଂ ଶକ୍ତିଙ୍କ ରୂପରେ ଦେଖାଯାଇଥାଏ।

ମାସିକ ଶିବରାତ୍ରିର ମହତ୍ତ୍ବ : ମାସିକ ଶିବରାତ୍ରିର ଦିନ ନିଜର ଇନ୍ଦ୍ରିୟକୁ ନିୟନ୍ତ୍ରିତ କରିବା ପାଇଁ ସବୁଠୁ ଉପଯୁକ୍ତ ବୋଲି କୁହାଯାଇଥାଏ। ଏହି ପ୍ରତ ଦ୍ବାରା ସକରାତ୍ମକ ଶକ୍ତି ବିକଶିତ ହୋଇଥାଏ। କ୍ରୋଧ,ଈର୍ଷା,ଅଭିମାନ ଏବଂ ଲୋଭ ଦ୍ବାରା ବ୍ୟକ୍ତିଙ୍କୁ ମୁକ୍ତି ମିଳିଥାଏ। ଏହି ବ୍ରତକୁ ଶିବଙ୍କ ଭକ୍ତି ପାଇଁ ସବୁଠୁ ପ୍ରଭାବଶାଳୀ କୁହାଯାଇଛି।

ବିଶ୍ବାସ ରହିଛି ଯେ ଏହି ଦିନ ବ୍ରତ ଏବଂ ପୂଜା କରିବା ଦ୍ବାରା ଯେଉଁ କନ୍ୟାଙ୍କ ବର ପ୍ରାପ୍ତିରେ ବାଧା ଆସିଥାଏ ସେମାନଙ୍କ ପାଇଁ ଏହି ବ୍ରତ ଅତ୍ୟନ୍ତ ଶ୍ରେଷ୍ଠ ବୋଲି କୁହାଯାଇଥାଏ। ବୈବାହିକ ଏବଂ ଦାମ୍ପତ୍ୟ ଜୀବନରେ ଆସୁଥିବା ବାଧା ମଧ୍ୟ ଦୂର ହୋଇଥାଏ। ଶିବ ପୁରାଣ ଅନୁସାରେ ଏହି ବ୍ରତକୁ ସମସ୍ତ ମନୋସ୍କାମନା ପୂରଣ କରୁଥିବା କୁହାଯାଇଛି। ଏହି ବ୍ରତକୁ ମହିଳା ଏବଂ ପୁରୁଷ ଉଭୟେ ରଖିପାରିବେ।

ପୂଜା ସମୟ : ୨୦୨୦ ମେ ୨୦ରେ ୨୩: ୫୭ରୁ ୨୪: ୩୯ ଯାଏଁ

ସୂର୍ଯ୍ୟାସ୍ତ ସମୟ : ଏହି ଦିନ ସୂର୍ଯ୍ୟାସ୍ତ ସମୟ ୧୯: ୦୪ମିନିଟ୍।

ତ୍ରୟୋଦଶୀ ତିଥି ସମୟ : ଏହି ଦିନ ତ୍ରୟୋଦଶୀ ତିଥିର ସମୟ ୧୯:୪୨ ଯାଏଁ।

ପଞ୍ଚାଙ୍ଗ ଅନୁସାରେ ଯୋଗ : ଏହି ଦିନ ଅତ୍ୟନ୍ତ ଶୁଭ ଯୋଗ ହେଉଛି ଯାହାକୁ ସୌଭାଗ୍ୟ ଯୋଗ ନାଁରେ ଜଣା ଯାଇଥାଏ। ପଞ୍ଚାଙ୍ଗ ଅନୁସାରେ ଏହି ଯୋଗ ପୂର୍ଣ୍ଣ ରାତ୍ରି ଯାଏଁ ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.