ସେନାର ଗୋଟିଏ ଚାପୁଡ଼ାରେ ପାକିସ୍ତାନର ସତ ଓଗାଳି ଦେଇଥିଲା ଅଜହର : ୧୯୯୯ ମସିହାରେ ହାଇଜ୍ୟାକ ହୋଇଥିବା ବିମାନର ଯାତ୍ରୀଙ୍କ ବଦଳରେ ଅଜହରର ମୁକ୍ତି ଦାବି କରିଥିଲେ ଆତଙ୍କବାଦୀ

Published By : Prameya-News7 Bureau | February 19, 2019 IST

କାଶ୍ମୀର ୧୯/୨ : ପୁଲୱାମାରେ ସିଆରପିଏଫ ଯବାନଙ୍କ ଉପରେ ହୋଇଥିବା ଆତଙ୍କୀ ହମଲାର ମାଷ୍ଟରମାଇଣ୍ଡ ଜୈସ-ଏ-ମହମ୍ମଦ ସଂଗଠନ | ସଂଗଠନର ମୁଖ୍ୟ ମସୁଦ ଅଜହର ପାକିସ୍ତାନରେ ରହେ | ବହୁ ପୂର୍ବରୁ ସେ ଭାରତୀୟ ସେନାଙ୍କ ଗିରଫରେ ଥିଲା | ଜୈସ-ଏ-ମହମ୍ମଦ ଆତଙ୍କୀ ସଂଗଠନର ଯାଞ୍ଚରେ ଜଡିତ ଜଣେ ଅଧିକାରୀ ସୂଚନା ଦେଇଛନ୍ତି ଯେ, ମସୁଦ ଅଜହର ଠାରୁ ତଥ୍ୟ ବାହାର କରିବା ପାଇଁ ଅଧିକ କଷ୍ଟ କରିବାକୁ ପଡ଼ିନଥିଲା | ଭାରତୀୟ ସେନାର ଗୋଟେ ଚାପୁଡ଼ାରେ ସେ ହଲି ଯାଇଥିଲା | ସେନାର ଗୋଟିଏ ଝଟକାରେ ସେ ଆତଙ୍କୀବାଦୀ ଗୀତିବିଧି ସମ୍ପର୍କରେ ସମସ୍ତ ତଥ୍ୟ ଓଗାଳିଥିଲା |

{"id":86606}


୧୯୯୪ ମସିହାରେ ମସୁଦ ଅଜହରକୁ ଭାରତୀୟ ସେନା ଗିରଫ କରିଥିଲା | ଭାରତର ଆର୍ମି ଅଧିକାରୀଙ୍କ ପଚରାଉଚୁରା ସମୟରେ ମସୁଦ ଅଜହରକୁ ଏକ ଶକ୍ତ ଚାପୁଡ଼ା ମରାଯାଇଥିଲା | ଏହାପରେ ସେ ପାକିସ୍ତାନରୁ ନିୟନ୍ତ୍ରଣ କରାଯାଉଥିବା ଆତଙ୍କୀବାଦୀ କ୍ୟାମ୍ପ ବାବଦରେ ଗୁଢ ତଥ୍ୟ ପ୍ରଦାନ କରିଥିଲା | ସେ କହିଥିଲା ଯେ, ପାକିସ୍ତାନରେ ଆତଙ୍କବାଦୀ ସଂଗଠନ ପାଇଁ ନିଯୁକ୍ତି ପ୍ରକ୍ରିୟା ମଧ୍ୟ ହୋଇଥାଏ |

{"id":86607}


ଅଜହର ପର୍ତ୍ତୁଗାଲର ଏକ ପାସପୋର୍ଟରେ ବାଂଲାଦେଶରୁ ଭାରତକୁ ପ୍ରବେଶ କରିଥିଲା | ଏହାପରେ ସିଧା କାଶ୍ମୀର ଯାଇଥିଲା | ୧୯୯୪ ମସିହା ଫେବୃଆରୀ ମାସରେ ଦକ୍ଷିଣ କାଶ୍ମୀର ଅନନ୍ତନାଗ ଜିଲ୍ଲାରୁ ତାକୁ ଭାରତୀୟ ସେନା ଗିରଫ କରିଥିଲା | ସେ ସେତେବେଳେ କହିଥିଲା ଯେ, ସେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇର ଖାସ ଲୋକ |

{"id":86608,"width":581,"height":390}


ଶିକ୍କିମର ପୂର୍ବତନ ଡିଜିପି ଏବଂ ଗୁଇନ୍ଦା ସଂସ୍ଥାରେ ଦୁଇ ଦଶକ ଧରି କାର୍ଯ୍ୟରତ ଥିବା ଅବିନାଶ ମୋହନନେ ମଧ୍ୟ ଅଜହରକୁ ପଚରାଉଚୁରା କରିଥିଲେ | ଯାଞ୍ଚ ବେଳେ ଅଜହରକୁ ନିୟନ୍ତ୍ରଣ କରିବା ସହଜ ଥିଲା ବୋଲି କହିଥିଲେ ଅବିନାଶ ମୋହନନେ |

{"id":86609}


୧୯୯୯ ମସିହାରେ ଇଣ୍ଡିଆନ ଏୟାରଲାଇନ୍ସ ର ବିମାନ IC 814 କୁ ହାଇଜ୍ୟାକ କରାଯାଇଥିଲା | ବିମାନର ଯାତ୍ରୀଙ୍କୁ ଛାଡିବା ପାଇଁ ବଦଳରେ ଭାରତରେ ଗିରଫ ଥିବା ଆତଙ୍କବାଦୀଙ୍କୁ ମୁକ୍ତ କରିବା ପାଇଁ ଦାବି ହୋଇଥିଲା | ସେତେବେଳେ ଅଜହର ମଧ୍ୟ ଭାରତରେ ଜେଲରେ ଥିଲା | ଅଜହରକୁ ମଧ୍ୟ ମୁକ୍ତ କରିବା ପାଇଁ ଦାବି ହୋଇଥିଲା | ଯାତ୍ରୀଙ୍କ ଜୀବନ ବଞ୍ଚାଇବା ପାଇଁ ଅଜହର ଭଳି ଆତଙ୍କବାଦୀକୁ ମୁକ୍ତ କରାଯାଇଥିଲା | ଏହାପରେ ଅଜହର ପାକିସ୍ତାନ ଫେରିଯାଇଥିଲା ଏବଂ ସେଠାରେ ଥାଇ ଭାରତରେ ଅନେକ ଆତଙ୍କବାଦୀ ହମଲା କରାଇଥିଲା | ଅଜହରର ଏହି ହମଲା ଆଜି ପର୍ଯ୍ୟନ୍ତ ମଧ୍ୟ ଜାରି ରହିଛି |

{"id":86610}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.